କେଉଁ ଜାଗାରୁ ଆପଣଙ୍କୁ ଆସିଛି ଇମେଲ, ଆଇପି ଆଡ୍ରେସ୍‌ ଠାରୁ ନେଇ ଲୋକେସନ୍‌ ପର୍ଯ୍ୟନ୍ତ ସବୁକିଛି ଜାଣନ୍ତୁ ଏଠାରେ

ଆପଣ ଇମେଲ କିମ୍ବା ଜିମେଲର ବ୍ୟବହାର ନିଶ୍ଚୟ କରୁଥିବେ। ଅନେକ ଥର ଆମ ପାଖକୁ ଏମିତି ଇମେଲ ଆସେ ଯାହା ବିଷୟରେ ଆମକୁ ଜଣା ହିଁ ନଥାଏ। ଏମିତିରେ ଆମ ମନକୁ ଆସେ ଏ ମେଲ୍‌ କେଉଁଠୁ ଆସିଛି। ଯଦି ଆପଣଙ୍କ ପାଖକୁ କୌଣସି ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବାରମ୍ବାର ମେଲ ପଠାଉଛନ୍ତି ଆଉ ଆପଣ ତାର ଲୋକେସନ୍‌ ବିଷୟରେ ପତ୍ତା ଲଗାଇବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। ଏହି ରିପୋର୍ଟରେ ଆମେ ଆପଣଙ୍କୁ ସେହି ତରିକା ବିଷୟରେ ଜଣାଇବୁ, ଯାହା ଜରିଆରେ ଆପଣ କୌଣସି ବି ଇମେଲର ଲୋକେସନକୁ ପତ୍ତା ଲଗାଇ ପାରିବେ।

ସର୍ବପ୍ରଥମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇମେଲ ସେଣ୍ଡରଙ୍କର ଲୋକେସନ୍‌ ଜାଣିବା ପାଇଁ ଆପଣଙ୍କ ପାଖରେ ତିନିଟି ତରିକା ରହିଛି। ଏଥିରୁ ପ୍ରଥମ ତରିକା ହେଉଛି ଆଇପି ଆଡ୍ରେସ ଟ୍ରାକ୍‌ କରି, ଦ୍ୱିତୀୟଟି ହେଉଛି ଇ-ମେଲ ଆଇଡି ସର୍ଚ୍ଚ କରି, ତୃତୀୟଟି ହେଉଛି ଫେସବୁକ୍‌ ସାହାଯ୍ୟରେ। ତାହେଲେ ଆସନ୍ତୁ ପ୍ରଥମେ ଆଇପି ଆଡ୍ରେସ ଟ୍ରାକ୍‌ କରି କେମିତି ଦେଖିବା।

gmailଇମେଲର ଆଡ୍ରେସ କିମ୍ବା ଲୋକେସନ୍‌ ପତ୍ତା ଲଗାଇବାର ତରିକା ବହୁତ ସହଜ। ଆପଣ ଆଇପି ଆଡ୍ରେସ ଟ୍ରାକ୍‌ କରି ଏସବୁକିଛି ପତ୍ତା ଲଗାଇପାରିବେ।

  • ଆଇପି ଆଡ୍ରେସ ଟ୍ରାକ୍‌ କରିବା ପାଇଁ ଆପଣ ସର୍ବପ୍ରଥମେ ସେହି ଇମେଲକୁ ଓପନ କରନ୍ତୁ ଯାହାର ଲୋକେସନକୁ ପତ୍ତା ଲଗାଇବାକୁ ଚାହୁଁଛନ୍ତି।
  • ଏବେ ରାଇଟ୍‌ ସାଇଡରେ ଟାଇମ ପାଖରେ ଦେଖାଯାଉଥିବା ତିନି ଡଟ୍‌ ଉପରେ କ୍ଲିକ କରନ୍ତୁ।
  • ଏଠାରେ ‘SHOW ORIGINAL’ ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ଏବେ ଏକ ନୂଆ ଟ୍ୟାବ ଖୋଲିଯିବ ଏବଂ Wolfram Alpha ଆପଣଙ୍କୁ ଆଇପି ଆଡ୍ରେସ ଜଣାପଡିଯିବ।
  • ଏବେ ଏହି ଆଇପି ଆଡ୍ରେସକୁ କପି କରନ୍ତୁ ଏବଂ ୱେବସାଇଟକୁ ଯାଇ ଆଇପି ଆଡ୍ରେସ ସର୍ଚ୍ଚ କରନ୍ତୁ।
  • ଏଠାରେ ଆପଣଙ୍କୁ ଲୋକେସନ ଏବଂ ଯଦି କମ୍ପାନୀ ରହିଥାଏ ତାହେଲେ କମ୍ପାନୀର ନାମ ପତ୍ତା ଲଗାଇପାରିବେ।
  • ଏଠାରେ ଇ-ମେଲ କେଉଁଠୁ ସେଣ୍ଡ କରାଯାଇଛି ଏହାର ସମସ୍ତ ବିବରଣୀ ଆପଣଙ୍କ ସାମ୍ନାରେ ଆସିଯିବ।

e-mailଏବେ ଦ୍ୱିତୀୟ ତରିକା ହେଉଛି ଇମେଲ ଆଇଡି ସର୍ଚ୍ଚ କରି। ଏଥିରେ ସର୍ବପ୍ରଥମେ ‘pipl’ ଏବଂ ‘Spokio’ ୱେବସାଇଟକୁ ଯାଆନ୍ତୁ ଏବଂ ଏହାର ସର୍ଚ୍ଚ ବାରରେ ଯେଉଁ ଇ-ମେଲ ଆଇଡିରୁ ମେଲ ଆସିଛି ତାକୁ ସର୍ଚ୍ଚ କରନ୍ତୁ। ଏଠାରେ ଆପଣଙ୍କୁ ସେଣ୍ଡରଙ୍କ ଲୋକେସନ ସହିତ ଅନେକ ଡିଟେଲ୍ସ ମିଳିଯିବ।

ତୃତୀୟ ତରିକା ଏବଂ ଶେଷ ତରିକା ହେଉଛି ଫେସବୁକ। ଯଦି ଆପଣଙ୍କୁ କିଏ ଇଲେ କରୁଛନ୍ତି ତାହେଲେ ତାଙ୍କର ଇମେଲ ଆଇଡିକୁ କପି କରନ୍ତୁ ଏବଂ ଫେସବୁକର ସର୍ଚ୍ଚ ବାରରେ ଯାଇ ପେଷ୍ଟ କରି ସର୍ଚ୍ଚ କରନ୍ତୁ। ଯଦି ସେହି ୟୁଜର ସେହି ଇମେଲ ଆଇଡିରୁ ଫେସବୁକ ଆଇଡି ଖୋଲିଥିବେ ତାହେଲେ ଆପଣଙ୍କୁ ସେହି ବ୍ୟକ୍ତିଙ୍କ ବିଷୟରେ ସବୁକିଛି ଜଣାପଡିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.