ରବିବାର ଦିନ ତୁଳସୀ ଚଉରାରେ ଅର୍ପଣ କରନ୍ତୁ ନାହିଁ ଜଳ, ନଚେତ ଫଳ ହେବ ଓଲଟା

ହିନ୍ଦୁ ଧର୍ମରେ ତୁଳସୀର ଏକ ବିଶେଷ ମହତ୍ତ୍ୱ ରହିଛି । ସନାତନ ଧର୍ମାବଲମ୍ବୀ ମାନେ ନିଜ ନିଜ ଅଗଣାରେ ତୁଳସୀ ଗଛ ଲଗାଇ ତାହାକୁ ପୂଜା କରିଥାନ୍ତି । ଏହି ଗଛରେ ଅନେକ ଔଷଧିୟ ଗୁଣ ଥିବା ସହ ଘରର ବାସ୍ତୁ ଜନିତ ଦୋଷକୁ ମଧ୍ୟ ଏହା ଦୂର କରିଥାଏ | ଏହାବାଦ ଭଗବାନ ବିଷ୍ଣୁଙ୍କର ବି ତୁଳସୀ ଅତି ପ୍ରିୟ । ଖାଲି ସେତିକି ନୁହେଁ ତୁଳସୀକୁ ମା’ ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ବି ଧରାଯାଏ | ତେଣୁ ତୁଳସୀଙ୍କ ପୂଜା ଦ୍ୱାରା ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । କିନ୍ତୁ ଜାଣନ୍ତିକି ତୁଳସୀଙ୍କ ପୂଜା ଓ ଏହାର ରୋପଣରେ ମଧ୍ୟ କିଛି ନିର୍ଦ୍ଧିଷ୍ଟ ନିୟମ ରହିଛି । ଯେମିତିକି ରବିବାର ତୁଳସୀଙ୍କୁ ଜଳ ସମର୍ପଣ କରିବା ଉଚିତ ନୁହେଁ |

tulasi

ଆଉ ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ଚଉରା ମୂଳରେ ଦୀପ ଟିଏ ଦେବା ଉଚିତ । ବିଶ୍ୱାସ ରହିଛିକି ଯେଉଁ ଘରେ ସକାଳ ଓ ସନ୍ଧ୍ୟାରେ ଚଉରାରେ ଜଳ ଅର୍ପଣ କରିବା ସହ ଦୀପ ଦାନ କରାଯାଏ ସେହି ଘରେ ମହାଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ । ତେବେ ଆସନ୍ତୁ ଏମିତି ଆଉ କିଛି ନୀତିନିୟମ ବିଷୟରେ ଜାଣିବା ।  ଭଗବାନ ବିଷ୍ଣୁଙ୍କ ପୂଜାରେ କୌଣସି ପ୍ରକାରର ତାମସିକ ବସ୍ତୁମାନଙ୍କର ପ୍ରୟୋଗ କରାଯାଏ ନାହିଁ । ତେଣୁ ଯେଉଁ ଠାରେ ଆପଣ ତୂଳସୀ ଚଉରା ବସୁଛନ୍ତି ସେଠି ମଦ, ମାଂସ ଆଦି କରନ୍ତୁ ନାହିଁ । ଯେଉଁମାନେ ନିଜ ଗଳାରେ ତୁଳସୀ ମାଳି ଧାରଣ କରନ୍ତି ସେମାନେ ବି ତାମସିକ ବସ୍ତୁ ମାନଙ୍କ ଠାରୁ ଯଥା ସମ୍ଭବ ଦୁରେଇ ରହିବା ଉଚିତ ।

tulasi

 

ବିଶ୍ୱାସ କରାଯାଏକି ଯେଉଁଠି ତୁଳସୀ ଗଛଟିଏ ଥାଏ ସେଠି ଏକ ପ୍ରକାର ସକାରାତ୍ମକ ଉର୍ଜା ସ୍ୱତଃ ସଂଚାର ହୋଇଥାଏ । କିନ୍ତୁ ଏହାକୁ ଘରର ଦକ୍ଷିଣ କୋଣରେ ଜମାବି ଲଗାଇବେ ନାହିଁ । ଏହା ଅଶୁଭ ଫଳ ପ୍ରଦାନ କରିଥାଏ । ସଦା ସର୍ବଦା ପୂର୍ବତୋର ବା ଉତ୍ତର ଦିଗରେ ହିଁ ଲଗାଇବା ଉଚିତ । ଯଦି ଆପଣଙ୍କର ଏକ ବଡ ଅଗଣା ଅଛି ତେବେ ତାହାର ମଧ୍ୟ ଭାଗରେ ଲଗାନ୍ତୁ । ରବିବାର, ସୂର୍ଯ୍ୟ ଗ୍ରହଣ, ଚନ୍ଦ୍ର ଗ୍ରହଣ କିମ୍ବା ସୂର୍ଯ୍ୟସ୍ଥ ପରେ ଗଛରୁ ତୁଳସୀ ଛିଡ଼ାଇବା ଉଚିତ ନୁହେଁ । ଆଉ ଦରକାର ନଥିଲେ ଛିଡାନ୍ତୁ ନାହିଁ । ଏହା ସହ ଆପଣଙ୍କ ଚଉରାର ଉପଯୁକ୍ତ ଯତ୍ନ ନିଅନ୍ତୁ ।

ଆଉ ମନେ ରଖିବେ ସର୍ବଦା ତୁଳସୀଙ୍କୁ କୌଣସି କୁଣ୍ଡରେ ହିଁ ଲଗାଇବା ଉଚିତ । ଭୂମି ଉପରେ ଲଗାଯାଇଥିବା ତୁଳସୀ ଅଶୁଭ ଫଳ ଦେଉଥିବା ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.