ଏହି ଭୟଙ୍କର ସ୍ୱପ୍ନ ଦେଖୁଥିଲେ ଡରନ୍ତୁ ନାହିଁ, ଜାଣନ୍ତୁ କ’ଣ ଦେଉଛି ଏହା ସଂକେତ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି ।

କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ବହୁତ ଶୁଭ ହୋଇଥାଏ । ତେବେ ଏହି ସବୁ ସ୍ୱପ୍ନକୁ ଅଣଦେଖା ନକରି ଯଦି ଏହାର ଅର୍ଥ ବୁଝିବେ ଏହାର ଲାଭ ଆପଣ ଉଠାଇ ପାରିବେ । ଆମେ ଭାବିଥାଉ ଯେ କେବଳ ସୁଖ ସ୍ୱପ୍ନ ଶୁଭ ହୋଇଥାଏ,ହେଲେ ସ୍ୱପ୍ନ ଶାସ୍ତ୍ର ଅନୁସାରେ କିଛି ଭୟଙ୍କର ସ୍ୱପ୍ନ ବି ଶୁଭ ସଂକେତ ଦେଇଥାଏ । ଆସନ୍ତୁ ଜାଣିବା କ’ଣ ହୋଇଥାଏ ଏହି ସ୍ୱପ୍ନ ।

ସ୍ୱପ୍ନରେ ଘର ଜଳୁଥିବାର ଦେଖିଲେ

ସ୍ୱପ୍ନରେ ନିଆଁ ଦେଖିକରି କେହି ବି ଡରିଯାଇ ପାରନ୍ତି । ଯଦି ଆପଣ କିଛି ଗାଡ଼ି, ଘର ଓ ନିଜକୁ ଜଳୁଥିବାର ଦେଖିନ୍ତି ତ ଏହି ସ୍ୱପ୍ନ ଶୁଭ ମନାଯାଇଥାଏ । ମାନ୍ୟତା ଯେ ନିଆଁର ଏହି ସ୍ୱପ୍ନ ଆର୍ଥିକ ସ୍ଥିତି ମଜବୁତ ହେବାର ସଂକେତ ଦେଇଥାଏ ।

ସ୍ୱପ୍ନରେ କାହାର ଶବ ଦେଖାଯିବା

ସାଧାରଣତଃ କାହାର ଶବ ଦେଖିବା ବଡ଼ ଅସହଜ ଲାଗିଥାଏ । ଯଦି ସ୍ୱପ୍ନରେ କାହାର ଶବ ବା ଶବଯାତ୍ରା ଦେଖନ୍ତି ତ ଏହି ସ୍ୱପ୍ନ କାହାକୁ ବି ଡରାଇଥାଏ । ହେଲେ ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହି ସ୍ୱପ୍ନକୁ ଶୁଭ ମନାଯାଇଥାଏ । ଏହି ସ୍ୱପ୍ନର ଅର୍ଥ ଆଗାମୀ ଦିନରେ ଆପଣଙ୍କ କଷ୍ଟ ଦୂର ହେବା ସହ ଆପଣଙ୍କ ଉନ୍ନତିର ସଂକେତ ଦେଇଥାଏ ।

ସ୍ୱପ୍ନରେ ଗୋଡରେ ଚେନ ବନ୍ଧା ହୋଇଥିବା ଦେଖିଲେ

ସ୍ୱପ୍ନରେ ଯଦି କେହି ନିଜକୁ ଚେନ ଦ୍ୱାରା ବନ୍ଧା ହେବାର ଦେଖନ୍ତି, ତୁରନ୍ତ ତାଙ୍କର ମନ ବିଚଳିତ ହୋଇଯାଏ । ହେଲେ ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହି ସ୍ୱପ୍ନକୁ ବି ଶୁଭ ଶ୍ରେଣୀରେ ରଖାଯାଇଥାଏ । ମାନ୍ୟତା ଯେ ଏହି ସ୍ୱପ୍ନ ଦେଖା ଦେବା ଅର୍ଥ ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କିଛି ଉଚ୍ଚ ପଦ ମିଳିବାର ସଂକେତ ଦେଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.