Below header

ଆସନ୍ତା ୧୬ ରୁ ଆଉ ହେବ ନାହିଁ ଶୁଭ କାର୍ଯ୍ୟ , ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ

ଆସନ୍ତା ସୋମବାର ୧୬ ଡିସେମ୍ବରରେ ସୂର୍ଯ୍ୟ ବିଛା ରାଶିରୁ ଧନୁ ରାଶିରେ ପ୍ରବେଶ କରିବେ। ଏହି ରାଶି ପରିବର୍ତ୍ତନ ସହ ପୌଷ ମାସ ଆରମ୍ଭ ହେବ। ଜାନୁଆରୀ ୧୫ ତାରିଖରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ପରେ ଯାଇ ପୌଷ ମାସ ଶେଷ ହେବ। ଏହାକୁ ମକର ସଂକ୍ରାନ୍ତି ମଧ୍ଯ କୁହାଯାଏ। ବିଶେଷ ରୂପେ ଏହି ମାସରେ ବିବାହ, ଗୃହ ପ୍ରବେଶ, ନାମକରଣ ସଂସ୍କାର, ଯଜ୍ଞୋପବିତ୍ର ସଂସ୍କାର, ଘର ତିଆରି, ନୂତନ ବ୍ଯବସାୟ ଆରମ୍ଭ ଏ ପରି ମାଙ୍ଗଳିକ କାର୍ଯ୍ଯ କରାଯାଇନଥାଏ। ଏହି ମାସରେ ପବିତ୍ର ଦନୀରେ ସ୍ନାନ କରି ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ଯ ଦେବାର ପରମ୍ପରା ରହିଛି।

ଜାଣନ୍ତୁ ଆସନ୍ତା ବର୍ଷ ଆପଣଙ୍କ ପାଇଁ କିପରି ରହିବ:

manglikଆସନ୍ତା ବର୍ଷ ୨, ୧୧, ୨୦ ଏବଂ ୨୯ ତାରିଖରେ ଜନ୍ମ ହୋଇଥିବା ବ୍ଯକ୍ତିମାନେ ପରିବାର ଲୋକଙ୍କ ସହ ରହିବାର ବର୍ଷ। ଯେପରି ଆପଣ ନିଜ ପରିବାର, ମିତ୍ରମାନଙ୍କୁ ଏବଂ ଆପଣ ଯାହାଙ୍କୁ ଅଧିକ ଭଲପାଉଛନ୍ତି ତାଙ୍କର ମଧ୍ଯ ଅନୁଭବ କରିପାରିବେ। ଆପଣଙ୍କ ନିଜର ଜୀବନ ସାଥୀ ପାଇଁ ନିଜକୁ ଖୁବ୍ ଆନନ୍ଦିତ ଅନୁଭବ କରିବେ। ଏଥିସହ ଏହି ତାରିଖରେ ଜନ୍ମ ହୋଇଥିବା ବ୍ଯକ୍ତିମାନେ ନୂଆ ବର୍ଷରେ ଘର କିଣିବାର ମଧ୍ଯ ଯୋଗ ରହିଛି। ଏହାବ୍ଯତୀତ ଆପଣଙ୍କ ବ୍ଯବସାୟରେ ମଧ୍ଯ ଉନ୍ନତି ଦେଖାଦେବ। ଏହି ତାରିଖରେ ଜନ୍ମ ହୋଇଥିବା ବ୍ଯକ୍ତିମାନେ ଆସନ୍ତା ବର୍ଷରେ କଳାତ୍ମକ କ୍ଷେତ୍ରରେ ମଧ୍ଯ ସଫଳ ହୋଇପାରିବେ। ୨ ତାରଖରେ ଜନ୍ମ ହୋଇଥିବା ବ୍ଯକ୍ତିମାନଙ୍କ ପାଇଁ ଶୁଭ ରଙ୍ଗ- ଧଳା ଏବଂ ନୀଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.