ପୁରୁଷଙ୍କ ପାଇଁ ଜନ୍ମ ନିୟନ୍ତ୍ରଣର ନୂଆ ବିକଳ୍ପ, ଚୁମ୍ବକରେ ହେବ ସ୍ପର୍ମ କଣ୍ଟ୍ରୋଲ

ନୂଆଦିଲ୍ଲୀ : ଅନାବଶ୍ୟକ ପ୍ରେଗାନ୍ସି ବା ଗର୍ଭକୁ ରୋକିବା ପାଇଁ ମହିଳାଙ୍କ ପାଖରେ ବହୁ ବିକଳ୍ପ ରହିଛି । ହେଲେ ପୁରୁଷମାନେ କେବଳ କଣ୍ଡୋମ ଓ ନସବନ୍ଦୀ (ଅସ୍ତ୍ରୋପଚାର) ଉପରେ ନିର୍ଭର କରିଥାନ୍ତି । ହେଲେ ପୁରୁଷଙ୍କ ପାଇଁ ବୈଜ୍ଞାନିକମାନେ ଏପରି ଏକ କଣ୍ଟ୍ରାସେପ୍ଟିଭ ବାହାର କରିଛନ୍ତି ଯାହାଦ୍ୱାରା ପୁରୁଷମାନେ ସହଜରେ ଜନ୍ମ ନିୟନ୍ତ୍ରଣ କରିପାରିବେ । ଏହା ପୁରୁଷଙ୍କ ପାଇଁ ବହୁତ ଫଳପ୍ରଦ ହେବ ବୋଲି ଜଣାପଡ଼ିଛି । ଏହି କଣ୍ଟ୍ରାସେପ୍ଟିଭ ଚୁମ୍ବକ ମାଧ୍ୟମରେ ନିୟନ୍ତ୍ରଣ ହେବ ବୋଲି ଗବେଷକମାନେ କହିଛନ୍ତି ।

ଆମେରିକା ପତ୍ରିକା ନେନୋ ଲେଟର୍ସରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ବୈଜ୍ଞାନିକମାନେ ପୁରୁଷଙ୍କ ପାଇଁ ରିଭର୍ସିବଲ୍‌ ଚୁମ୍ବକୀୟ ବାୟୋଡିଗ୍ରେଡ ପଦାର୍ଥ ବିକଶିତ କରିଛନ୍ତି । ମୂଷାଙ୍କ ଉପରେ ଏହାର ସଫଳ ପରୀକ୍ଷଣ ମଧ୍ୟ ସରିଛି ।

contraceptive
photo credit: aajtak.in

ଗବେଷକଙ୍କ ଅନୁଯାୟୀ ଉଚ୍ଚ ତାପମାତ୍ରାରେ ସ୍ପର୍ମ ନିର୍ମାଣ ହୋଇପାରେ ନାହିଁ । ତେଣୁ ଏହି ପ୍ରୟୋଗ ମୂଷାଙ୍କ ବାହାର ଚର୍ମ ଉପରେ କରାଯାଇଛି । ଏହାପୂର୍ବରୁ ଏହି ପ୍ରୟୋଗ ଇଂଜେକ୍ସସ ମାଧ୍ୟମରେ ମୂଷାଙ୍କ ଉପରେ ଦିଆଯାଇଥିଲା । ଏହି ପ୍ରକ୍ରିୟା ବହୁତ କଷ୍ଟଦାୟକ ଥିଲା । ଏହା ବାୟୋଡିଗ୍ରେଡବଲ ନଥିବାରୁ ପ୍ରାକୃତିକ ଉପାୟରେ ନଷ୍ଟ ହେଉନଥିଲା ।
ନୂଆ ଗବେଷଣା ଅନୁଯାୟୀ ବୈଜ୍ଞାନିକମାନେ ଏକ ଉନ୍ନତମାନର ପ୍ରକ୍ରିୟା ବିକଶିତ କରିଛନ୍ତି ।

ଗବେଷକମାନେ ଆଇରନ୍‌ ଅକ୍ସାଇଡ୍‌ ନେନୋପାର୍ଟିକିଲ ର ଦୁଇ ପ୍ରକାର ପରୀକ୍ଷଣ କରିଥିଲେ । ଏହାକୁ ଚୁମ୍ବକରେ ଲଗାଇ ଗରମ କରାଯାଇପାରେ । ଗୋଟିଏ ନେନୋ ପାର୍ଟିକିଲରେ ପଲିଇଥାଇଲିନ୍‌ ଗ୍ଲାଇକାଲ୍‌ ଓ ଅନ୍ୟଟିରେ ସାଇଟ୍ରିକ ଏସିଡ୍‌ ସହାୟତାରେ ଗରମ କରିଥିଲେ । ମନୁଷ୍ୟ ଉପରେ ପରୀକ୍ଷଣ ପୂର୍ବରୁ ମୂଷାଙ୍କ ଉପରେ ଏହାର ବହୁ ପରୀକ୍ଷଣ କରାଯାଇଛି । ଟେଷ୍ଟ କରିବା ପରେ ସବୁ ନେନୋପାର୍ଟିକିଲ୍‌ ଉପର ୧୫ ମିନିଟ ପାଇଁ ବ୍ୟାକ୍‌ ଫ୍ଲିପ୍‌ ଚୁମ୍ବକ ଲଗାଯାଇଥିଲା।

contraceptive
photo credit: aajtak.in

ଏହାପରେ ଗବେଷକମାନେ ଏହାକୁ ୧୦୪ ଡିଗ୍ରୀ ଫାରେନାଇଟ ତାପମାତ୍ରରେ ଗରମ କରିଥିଲେ । ଏହି ପ୍ରୟୋଗ ଦ୍ୱାରା ଗବେଷକମାନେ ଶୁକ୍ରାଣୁକୁ ୩୦ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ କରିଥିଲେ । ମାତ୍ର ୮ ଦିନ ପରେ ଏହି ମୂଷାଙ୍କ ଠାରେ ଗର୍ଭ ଧାରଣ କରିବା କ୍ଷମତା ନଥିବା ଦେଖାଯାଇଥିଲା । ଏହି ନାନୋପାର୍ଟିକିଲ୍‌ ଶରୀର ପାଇର୍ ହାନୀକାରକ ହୋଇନଥାଏ ଓ ଏହାକୁ ସହଜରେ ଶରୀରରୁ ବାହାର କରାଯାଇପାରେ । ଗବେଷକମାନେ ପୁରୁଷଙ୍କ ପାଇଁ ବିଭିନ୍ନ ପ୍ରକାର କଣ୍ଟ୍ରାସେପ୍‌ଟିଭ୍‌ ଉପରେ ଅନୁଧ୍ୟାନ କରୁଛନ୍ତି । ତେବେ ଏହି ପ୍ରୟୋଗ ପୁରୁଷଙ୍କ ପାଇଁ ଏକ ଭଲ ବିକଳ୍ପ ହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.