ସମସ୍ତ ପାଇଁ ଉଦାହରଣ ପାଲଟିଲେ ଆଇଏଏସ୍‌ ଅଧିକାରୀ, ମାତ୍ର ୧୮ ହଜାର ଟଙ୍କାରେ କଲେ ପୁଅ ବିବାହ

ଲୋକମାନେ ବିବାହ ଉତ୍ସବରେ ପାଣି ଭଳି ଟଙ୍କା ପଇସା ଖର୍ଚ୍ଚ କରନ୍ତି। ବିବାହରେ କୌଣସି ପ୍ରକାର ଅଭାବ ନ ରହୁ, ସେଥିପାଇଁ ଖର୍ଚ୍ଚକୁ ଖାତିର ନକରି ଧାର ଉଧାର କରି ଖର୍ଚ୍ଚ କରିଥାନ୍ତି ପରିବାର ଲୋକେ । ଆଜିକାଲିର ଷ୍ଟାଟସ୍‌ ଦେଖାଇବା ପାଇଁ ଯାହାର ଯେତେ ପଇସା ସେମାନେ ବିବାହରେ ସେତିକି ପଇସା ଖର୍ଚ୍ଚ କରିଥାନ୍ତି। କିନ୍ତୁ ଏପରି କେତେକ ବିବାହ ରହିଛି, ଯେଉଁଠି ଲୋକଙ୍କ ପାଖରେ ଅଧିକ ଟଙ୍କା ଥିବା ସତ୍ତ୍ୱେ ମଧ୍ୟ କିଭଳି କମ୍‌ ଖର୍ଚ୍ଚରେ ବିବାହ ହୋଇପାରିବ ସେ କଥା ଚିନ୍ତା କରିଥାନ୍ତି। ଏହାକୁ କୃପଣତା ନୁହେଁ ବରଂ ଦାୟିତ୍ୱସଂପୂର୍ଣ୍ଣ କାର୍ଯ୍ୟ କୁହାଯାଏ। ଏପରି ଏକ ଘଟଣା ଆନ୍ଧ୍ର ପ୍ରଦେଶରେ ସାମ୍ନାକୁ ଆସିଛି।

55

ଜଣେ ଆଇଏଏସ୍‌ ଅଧିକାରୀ ପଟନାଲା ବସନ୍ତ କୁମାର ନିଜର ପୁଅ ବିବାହରେ କରି ଦେଖାଇଛନ୍ତି। ମାତ୍ର ୧୮ ହଜାର ଟଙ୍କାରେ ପୁଅର ବିବାହ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଆଏଏସ୍‌ ଅଧିକାରୀ। ଆପଣ ଭାବୁଥିବେ, ଏହା କିପରି ସମ୍ଭବ। ବିବାହ ମାନେ ତ ଭୋଜି ନଶ୍ଚିତ ରହିଥିବ ଏବଂ ଭୋଜି ହେବାକୁ ହେଲେ ଏତେ କମ୍‌ ଟଙ୍କାରେ ଏଭଳି କରିବା ଅସମ୍ଭବ। କିନ୍ତୁ ସବୁ ଅସମ୍ଭବକୁ ସମ୍ଭବ କରିଛନ୍ତି ବସନ୍ତ କୁମାର।

ଏହାସହ ପଢନ୍ତୁ ; ଚଳନ୍ତା ଅଟୋର ଟାୟାର ଚେଞ୍ଜ କଲେ ଚାଳକ, ଲୋକେ ଦେଖି କହିଲେ ‘ଆମେ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡରକୁ ମଧ୍ୟ ଠିକ୍‌ କରିପାରିବା…

ନିଜ ପୁଅର ବିବାହ ପାଇଁ ବସନ୍ତ କୁମାର ୧୮ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ସଂପୂର୍ଣ୍ଣ ବିବାହରେ ୩୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କନ୍ୟାପକ୍ଷ ୧୮ ହଜାର ଏବଂ ବର ପକ୍ଷ ୧୮ ଟଙ୍କା ଖର୍ଚ୍ଚ କରିଥିଲେ। ଏହା ସହିତ ବିବାହରେ ନିମନ୍ତ୍ରିତ ହୋଇଥିବା ଅତିଥିମାନଙ୍କୁ ଭୋଜନ ମଧ୍ୟ ଖାଇବାକୁ ଦେଇଥିଲେ। ପୁଅ ବିବାହ ସମୟରେ ବସନ୍ତ କୁମାର ବିଶାଖାପାଟନମ୍‌ର ମେଟ୍ରୋପଲିଟାନ ରିଜନ ଡେଭଲୋପମେଣ୍ଟ ଅଥରିଟିରେ କାମ କରୁଥିଲେ। ବସନ୍ତଙ୍କ ବିବାହ ୧୦ ଫେବୃଆରୀ ୨୦୧୯ରେ କରିଥିଲେ। ସେହି ସମୟରେ ନିମନ୍ତ୍ରଣ କାର୍ଡରେ ଲେଖିଥିଲେ ‘କେବଳ ଆଶୀର୍ବାଦ ଦେବେ, କୌଣସି ଫୁଲତୋଡା କିମ୍ବା କୌଣସି ଉପହାର ନୁହେଁ। ଏହି ସବୁ ଜିନିଷ ଦେବା ପାଇଁ ଆମନ୍ତ୍ରିତ ଅତିଥିଙ୍କୁ ଅନୁରୋଧ କରିଥିଲେ ବସନ୍ତ।

Wedding-Ceremony

କେବଳ ଏତିକି ନୁହେଁ, ବସନ୍ତ କୁମାର ୨୦୧୭ରେ ନିଜ ଝିଅ ବିବାହ ମାତ୍ର ୧୬ ହଜାର ଟଙ୍କାରେ କରିଥିଲେ। ବସନ୍ତଙ୍କ ପୁଅ ଅଭିନବ ଜଣେ ବ୍ୟାଙ୍କ ମ୍ୟାନେଜର ଏବଂ ବୋହୂ ଲାବଣ୍ୟା ଜଣେ ଡାକ୍ତର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.