Below header

Fact Check : କଣ ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ବଢିବ କରୋନା ସଂକ୍ରମଣ ? ଜାଣନ୍ତୁ କଣ କହୁଛନ୍ତି ବୈଜ୍ଞାନିକ

ଦୀପାବଳିର ପର୍ବ ଶୀଘ୍ର ଆସିବାକୁ ଯାଉଛି, କିନ୍ତୁ କରୋନାଭାଇରସ୍ କାରଣରୁ ଏଥର ଉତ୍ସାହ କମିଯିବ । ମହାମାରୀ ଯୋଗୁଁ ଚଳିତ ବର୍ଷ ବାଣ ନଫୁଟାଇବାକୁ ଲୋକଙ୍କୁ ନିବେଦନ କରାଯାଇଛି । ଏହି ଉତ୍ସବ ପୂର୍ବରୁ ଅନେକ ରାଜ୍ୟ ସରକାର ବାଣ ବ୍ୟାନ କରିଛନ୍ତି କିନ୍ତୁ ତଥାପି ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି କି ବାଣ ଏବଂ କରୋନାଭାଇରସ୍ ମଧ୍ୟରେ କିଛି ସଂଯୋଗ ଅଛି କି ? ବାଣର ବ୍ୟବହାର ପ୍ରକୃତରେ କରୋନା ବିପଦକୁ ବଢାଇବ କି ? ତାହେଲେ ଆସନ୍ତୁ ଜାଣିବା କେନ୍ଦ୍ର ସରକାର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏ ବିଷୟରେ କ’ଣ କୁହନ୍ତି ?

ଭାରତ ସରକାରଙ୍କ ପ୍ରେସ ଇନଫରମେସନ୍ ବ୍ୟୁରୋ (PIB) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କୋଭିଡ -19 ପାଇଁ ସୃଷ୍ଟି ହୋଇଥିବା ଏକ ଇଣ୍ଟରାକ୍ଟିଭ୍ ପ୍ଲାଟଫର୍ମ ‘କୋଭିଡ ଇଣ୍ଡିଆ ସେବା’ର ଏକ ଟ୍ୱିଟ୍ ସେୟାର କରି କହିଛନ୍ତି ଯେ ବାଣ ଫୁଟାଇବା ଦ୍ୱାରା ବାୟୁ ପ୍ରଦୂଷଣ ବୃଦ୍ଧି ପାଇବ ଏବଂ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବ ।

Delhi Bursts Crackers to Celebrate Coronavirus Like Diwali After  Misunderstanding PM's '9 Baje 9 Minute' Requests – Check Tweets | India.com

‘କୋଭିଡ ଇଣ୍ଡିଆ ସେବା’ ଜଣେ ଉପଭୋକ୍ତାଙ୍କ ପ୍ରଶ୍ନର ଉତ୍ତର ଦେଇ ଲେଖିଛନ୍ତି ଯେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ବାଣଫୁଟାଇବା ଦ୍ୱାରା ବାୟୁ ପ୍ରଦୂଷଣ ସହିତ ଆଲର୍ଜି ଏବଂ ଶ୍ୱାସକ୍ରିୟାରେ ସମସ୍ୟା ବୃଦ୍ଧି ପାଇଥାଏ । ଯାହା କରୋନା ଜୀବାଣୁ ସଂକ୍ରମଣକୁ ବୃଦ୍ଧି କରିବାର କାରଣ ସାଜିଥାଏ ।

‘କୋଭିଡ ଇଣ୍ଡିଆ ସର୍ଭିସେସ୍’ ଆହୁରି ଲେଖିଛି ଯେ କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଉଚ୍ଚ ସ୍ତରର ବାୟୁ ପ୍ରଦୂଷକ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କଠାରେ କରୋନା ସଂକ୍ରମଣର ଆଶଙ୍କା ଅଧିକ। ଏହିପରି, ବାୟୁ ପ୍ରଦୂଷଣ ଏବଂ କରୋନା ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ସମ୍ପର୍କ ଅଛି କାରଣ କରୋନା-ପଜିଟିଭ ରୋଗୀଙ୍କଠାରୁ କରୋନୋଭାଇରସର ଏରୋସୋଲ କମ୍ ତାପମାତ୍ରା ଏବଂ ବାୟୁ ପ୍ରଦୂଷଣ କାରଣରୁ ବାୟୁରେ ଅଧିକ ସମୟ ବଞ୍ଚିବ ଏବଂ ମାସ୍କ ନପିନ୍ଧିଥିବା ସୁସ୍ଥ ବ୍ୟକ୍ତିମାନେ ଏହାକୁ ଗ୍ରହଣ କରିବେ ।

ଏଥି ସହିତ, ଆମେରିକାରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଯେଉଁମାନେ ଦୀର୍ଘ ଦିନ ଧରି ପ୍ରଦୂଷିତ ମାଇକ୍ରୋ କଣିକା ସଂସ୍ପର୍ଶରେ ଆସନ୍ତି ସେମାନଙ୍କର କରୋନାଭାଇରସ୍ କାରଣରୁ ମୃତ୍ୟୁ ହେବାର ସମ୍ଭାବନା ବଢି ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.