ଜାଣନ୍ତୁ ୨୦୦ଟଙ୍କାରୁ କମ ଜିଓର ମାସିକ ରିଚାର୍ଜ ପ୍ଲାନ ବିଷୟରେ, ପ୍ରତ୍ୟେକ ଦିନ ମିଳିବ 1.5 GB ଡାଟା ସହ ଅନଲିମିଟେଡ କଲିଂର ସୁବିଧା

ଟେଲିକମ କମ୍ପାନୀ ରିଲାୟନ୍ସ ଜିଓ (Reliance Jio) ତରଫରୁ ଅନେକ ପ୍ରକାର ପ୍ରି-ପେଡ୍ ପ୍ଲାନ ଅଫର୍ କରାଯାଇଥାଏ। ଯାହା ହାଇ ସ୍ପିଡ୍ ଡାଟା ଏବଂ ମାଗଣା କଲିଂର ସୁବିଧା ଯୋଗାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛା ବଛା ରିଚାର୍ଜ ପ୍ଲାନ ନେଇ ଆସିଛୁ, ଯାହା ୨୦୦ ଟଙ୍କାରୁ କମ ଟଙ୍କାରେ ଉପଲବ୍ଧ। ଏହି ରିଚାର୍ଜ ପ୍ଲାନରେ ୨୮ ଦିନର ଭାଲିଡିଟି ଅଫର୍ ରହିଛି। ଏଥିସହ 1.5GB ପର୍ଯ୍ୟନ୍ତ ହାଇ ସ୍ପିଡ ଇଣ୍ଟନେଟ୍ ଡାଟାର ସୁବିଧା ରହିଛି । ସେହିଭଳି ଜିଓ ନେଟଓ୍ଵାର୍କରେ କଲିଂ ପାଇଁ ମାଗଣା ଅନଲିମିଟେଡର ସୁବିଧା ରହିଛି। ଅନ୍ୟ ନେଟଓ୍ଵାର୍କରେ କଲିଂ ପାଇଁ ଅଧିକତମ ୧୦୦୦ ମିନିଟ୍ ରହିଛି। ଏଥିସହ ପ୍ରତ୍ୟେକ ଦିନ ୧୦୦ ଟି ମାଗଣା SMS ପଠାଇବାର ସୁବିଧା ରହିଛି। ତେବେ ଆସନ୍ତୁ ଜାଣିବା କେତେ ଟଙ୍କାର କ’ଣ ରହିଛି ପ୍ଲାନ।
୭୫ ଟଙ୍କାର ପ୍ଲାନ
ଜିଓର ୭୫ ଟଙ୍କାର ପ୍ରି-ପେଡ୍ ପ୍ଲାନରେ ୨୮ ଦିନର ଭାଲିଡିଟି ଅଫର୍ ରହିଛି। ଏହି ପ୍ଲାନରେ ୩ଜି ଡାଟା ସହ ଜିଓ ନେଟଓ୍ଵାର୍କରେ ଅନଲିମିଟେଡ କଲିଂ ଅଫର୍ ରହିଛି। ସେହିଭଳି ଅନ୍ୟ ନେଟଓ୍ଵାର୍କରେ କଲିଂ ପାଇଁ ୫୦୦ ମିନିଟ୍ ର ସୁବିଧା ରହିଛି।
୧୨୫ ଟଙ୍କାର ପ୍ଲାନ
ଜିଓର ୧୨୫ ଟଙ୍କିଆ ପ୍ରି-ପେଡ୍ ପ୍ଲାନରେ14GB ଡାଟା ରହିଛି। ଏଥିସହ ଏହି ପ୍ଲାନରେ ଜିଓ ନେଟଓ୍ଵାର୍କରେ କଲିଂ ପାଇଁ ମାଗଣା ଅନଲିମିଟେଡ ମିନିଟ୍ ର ସୁବିଧା ରହିଥିବା ବେଳେ ଅନ୍ୟ ନେଟଓ୍ଵାର୍କରେ କଲିଂ ପାଇଁ ୫୦୦ ମିନିଟ୍ ରହିଛି। ଏହି ପ୍ଲାନରେ ଆପଣ ୩୦୦ଟି sms ପଠାଇପାରିବେ।
୧୫୫ ଟଙ୍କାର ପ୍ଲାନ
ଜିଓର ୧୫୫ ଟଙ୍କିଆ ପ୍ରି-ପେଡ୍ ପ୍ଲାନରେ ୨୮ ଦିନର ଭାଲିଡିଟି ରହିଛି। ଏହି ପ୍ଲାନରେ ଆପଣ ପ୍ରତ୍ୟେକ ଦିନ ୧ ଜିବି ଡାଟା ପାଇବା ସହ ଜିଓ ନେଟଓ୍ଵାର୍କରେ ମାଗଣା କଲିଂର ସୁବିଧା ଏବଂ ଅନ୍ୟ ନେଟଓ୍ଵାର୍କରେ କଲିଂ ପାଇଁ ୫୦୦ ମିନିଟ୍ ସମୟ ରହିଛି। ଏଥିସହ ଏହି ପ୍ଲାନରେ ଆପଣ ୩୦୦ଟି SMS ମଧ୍ୟ ପଠାଇପାରିବେ।
୧୮୫ ଟଙ୍କାର ପ୍ଲାନ
ଜିଓର ୧୮୫ ଟଙ୍କିଆ ପ୍ରି-ପେଡ୍ ପ୍ଲାନରେ ୨୮ ଦିନର ଭାଲିଡିଟି ସହ ଉପଲବ୍ଧ। ଏହି ପ୍ଲାନରେ ମଧ୍ୟ ଆପଣ ୨୮ ଜିବି ଡାଟା ପାଇପାରିବେ । ଏଥିସହ ଜିଓ ନେଟଓ୍ଵାର୍କରେ ମାଗଣା କଲିଂ ଏବଂ ଅନ୍ୟ ନେଟଓ୍ଵାର୍କରେ ୫୦୦ ମିନିଟ୍ ର ସୁବିଧା ରହିଛି।
୧୯୯ ଟଙ୍କିଆ ପ୍ଲାନ
ରିଲାୟନ୍ସ ଜିଓର ୧୯୯ ଟଙ୍କିଆ ପ୍ରି-ପେଡ୍ ପ୍ଲାନରେ ୨୮ ଦିନର ଭାଲିଡିଟି ସହ ୪୨ ଜିବି ଡାଟାର ସୁବିଧା ରହିଛି। ଅର୍ଥାତ ଆପଣ ପ୍ରତ୍ୟେକ ଦିନ ୧.୫ ଜିବି ଡାଟା ପାଇପାରିବେ। ଏହାବ୍ୟତୀତ ଜିଓ ରୁ ଜିଓ ଅନଲିମିଟେଡ ମାଗଣା କଲିଂ ସହ ଅନ୍ୟ ନେଟଓ୍ଵାର୍କରେ କଲିଂ ପାଇଁ ୧୦୦୦ ମିନିଟ୍ ରହିଛି। ଏଥିସହ ଏହି ପ୍ଲାନ ଜରିଆରେ ଆପଣ ପ୍ରତ୍ୟେକ ଦିନ ୧୦୦ଟି SMS ପଠାଇପାରିବେ।