କାମର ଏତେ ନିଶା ଯେ ନିଜ ବଳତ୍କାରର ଭିଡିଓ ବନାଇଦେଲେ ଏହି ଆର୍ଟିଷ୍ଟ

ଅଷ୍ଟ୍ରେଲିଆର ଭିଡିଓ ଆର୍ଟିଷ୍ଟ ସୋଫିଆ ହଗ୍ସନ୍ ତାଙ୍କ ନୂଆ ପ୍ରୋଜେକ୍ଟ ପାଇଁ ବଳାତ୍କାରର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି । 31 ବର୍ଷିୟ ସୋଫିଆ ତାଙ୍କର ନୂତନ ପ୍ରୋଜେକ୍ଟ ଡିସମ୍ୟାଣ୍ଟ ମେଲ ପାୱାରରେ କାମ କରୁଛନ୍ତି । ସେ ତାଙ୍କ କାର୍ଯ୍ୟରେ ଏତେ ମାତ୍ରାରେ ବ୍ୟସ୍ତ ଥିଲେ ଯେ ସେ ନିଜ ବଳାତ୍କାରର ମଧ୍ୟ ଏକ ଭିଡିଓ କରିଥିଲେ ।

सोफिया

ଏହି 3 ମିନିଟର ଭିଡିଓରେ ସୋଫିଆ କ୍ୟାମେରା ଆଡକୁ ମୁହଁ ରଖିଛନ୍ତି । ତାଙ୍କୁ ବଳାତ୍କାର କରୁଥିବା ବ୍ୟକ୍ତିଙ୍କ ଚେହେରା ଦୃଶ୍ୟମାନ ହେଉନାହିଁ କେବଳ ହାତ ହିଁ ଦେଖାଯାଉଛି । ସୋଫିଆଙ୍କୁ ଜଣେ ଅଜଣା ବ୍ୟକ୍ତି ତାଙ୍କ ନ୍ୟୁୟର୍କ ଫ୍ଲାଟରେ ବଳାତ୍କାର କରିଥିବା ଭିଡିଓକୁ ତାଙ୍କ ପ୍ରୋଜେକ୍ଟର ଏକ ଅଂଶ ଭାବରେ ବର୍ଣ୍ଣନା କରିଛନ୍ତି । ତେବେ ତାଙ୍କ ସହ ଘଟିଥିବା ବଳାତ୍କାର ଏକ ପ୍ରକୃତ ଘଟଣା ।

सोफिया

ସୂଚନା ଅନୁଯାୟୀ ମେଲବୋର୍ଣ୍ଣ ଗ୍ୟାଲେରୀରେ ଏହି ଭିଡିଓ ପ୍ରଦର୍ଶିତ ହୋଇଥିଲା । ସୋଫିଆ ମହିଳା-ଆଧାରିତ ପ୍ରସଙ୍ଗରେ କାର୍ଯ୍ୟ କରନ୍ତି । ତାଙ୍କର ଅଧିକାଂଶ ଭିଡିଓ ପ୍ରୋଜେକ୍ଟ ଏହି ବିଷୟ ଉପରେ ହିଁ ରହିଛି । ସୋଫିଆ ବିଶ୍ୱାସ କରନ୍ତି ଯେ ଏହିପରି ଭିଡିଓଗୁଡିକ ପୁରୁଷଙ୍କ ଘୃଣ୍ୟ ମାନସିକତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.