ଏକାଠି ନଜର ଆସିବେ ଦୀପିକା, ସିର୍ଦ୍ଧାନ୍ତ ଏବଂ ଅନନ୍ୟା, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ

ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଆଗାମୀ ଫିଲ୍ମରେ ଏକାଠି ନଜର ଆସିବେ ଦୀପିକା ପାଦୁକୋନ୍, ସିର୍ଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ। ରିପୋର୍ଟ ଅନୁଯାୟୀ ଏହି ତିନି କଳାକାର ଗୋଆରୁ ସୁଟିଂ ସାରି ନିକଟରେ ମୁମ୍ବାଇ ଫେରିଛନ୍ତି। ଅନ୍ୟପଟେ ଦୀପିକା ସିର୍ଦ୍ଧାନ୍ତଙ୍କ ସହ ମୁମ୍ବାଇରେ ହେବାକୁ ଥିବା ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମ ସୁଟିଂ ର ଫଟୋରେ ଦୀପିକା ନୀଳ ଜିନ୍ସ ଏବଂ ଧଳା ଟପ୍ ପିନ୍ଧିଥିବାର ନଜର ଆସିଛନ୍ତି |

filmଦୀପିକା ପାଦୁକୋନଙ୍କୁ ଶେଷ ଥର ପାଇଁ ଫିଲ୍ମ ଛପାକ ରେ ଦେଖିବାକୁ ମିଳିଥିଲା। ଶକୁନ୍ ବତ୍ରାଙ୍କ ନିର୍ଦେଶୀତ ଫିଲ୍ମର ସୁଟିଂ ପାଇଁ ଶ୍ରୀଲଙ୍କା ଯିବାକୁ ଥିବାବେଳେ ବର୍ତ୍ତମାନ କରୋନା ମହାମାରୀ ପାଇଁ ତାହା କ୍ୟାନସଲ କରିବାକୁ ପଡିଛି। ଏପର୍ଯ୍ୟନ୍ତ ଟାଇଟଲ୍ ହେବାକୁ ଥିବା ଏହି ଚଳଚ୍ଚିତ୍ର କରଣ ଜୋହର ଏବଂ ଅପୂର୍ବ ମେହେଟ୍ଟାଙ୍କ ଦ୍ୱାରା ନିର୍ମିତ ହେବ ଏବଂ ଆସନ୍ତା ବର୍ଷ ଭାଲେଣ୍ଟାଇନ୍ସ ଡେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି।

ଗଲି ବୟ ଫିଲ୍ମରେ ନିଜର ସଫଳ ଅଭିନୟ ଦ୍ୱାରା ଲୋକପ୍ରିୟ ହୋଇଥିବା ସିର୍ଦ୍ଧାନ୍ତ ଚତୁର୍ବେଦୀ ଏହି ଫିଲ୍ମରେ ନଜର ଆସିବେ। ସିଦ୍ଧାର୍ଥ ଶାରଭାରୀ ୱାଗଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.