ପ୍ରେମରେ ପାଗଳ ନାବାଳିକା, ପ୍ରେମିକ ସହ ଝଗଡା କରି ଚଢ଼ି ବସିଲେ ଏତେ ଉପରେ ଯେ ଓହ୍ଲାଇବା ପାଇଁ ବୁଝାଉଛି ପ୍ରେମିକ

ପ୍ରେମରେ ହାତ କାଟିବା ଜୀବନଦେବା ଭଳି ଅନେକ ଘଟଣା ଆମ ଆଖପାଖରେ ପ୍ରାୟ ସବୁଦିନ ଘଟୁଛି । ଖାସକରି ନାବାଳକ ଅବସ୍ଥାରେ ଏହି ପ୍ରେମ କିଛି ଭିନ୍ନ ରୂପ ଧାରଣ କରିଥାଏ । ଯୁବକ ଯୁବତୀଙ୍କୁ ପ୍ରେମର ଏମିତି ନିଶା ଘାରେ ଯେ ସେମାନେ ଦୁନିଆର ବାକି ସବୁ କିଛି ଭୁଲି ଯାଆନ୍ତି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋର ସହରରେ । ପ୍ରେମିକ ସହ କଳି କରି ଜଣେ ନାବାଳିକା ପ୍ରେମିକା କିଭଳି ଉତପାତ ହେଉଛନ୍ତି ଆସନ୍ତୁ ଦେଖିବା ।


ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ । ଯେପରି ସୋଲେ ଫିଲ୍ମରେ ଭିରୁ ବସନ୍ତିର ପ୍ରେମରେ ବିଫଳ ହୋଇ ପାଣାଟାଙ୍କି ଉପରେ ଚଢିଯାଇଥିଲେ ଠିକ୍ ସେହିପରି ଏହି ପ୍ରେମିକା ଜଣକ ନିଜ ପ୍ରେମିକ ସହିତ କଳି କରି ରାସ୍ତା ଉପରେ ଲଗାଯାଇଥିବା ହୋଡିଙ୍ଗ ଉପରେ ଚଡିଯାଇଛନ୍ତି । ଅଭିମାନରେ ଉପରେ ଚଢି ଯାଇଥିବା ପ୍ରେମିକାକୁ ମନାଇବା ପାଇଁ ପ୍ରେମିକ ମଧ୍ୟ ବାରମ୍ବାର ତାଙ୍କ ମୋବାଇଲକୁ ଫୋନ କରି ଚାଲିଛନ୍ତି । ପାଗଳି ଭଳି ହୋଇ ନାବାଳିକ ପ୍ରେମିକା ଉପରେ ବସି ନିଜ ଫୋନକୁ ବାରମ୍ବାର ଦେଖୁଛି । ସତରେ ପ୍ରେମରେ ଆଜିକାଲିର ଯୁବ ପିଢୀ ଏତେ ଅନ୍ଧ ହୋଇ ଯାଉଛନ୍ତି ଯେ ନିଜ ଜୀବନ ଦେବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ଏଠାରେ କେବଳ ଏତିକି କହିରଖିବୁ ଯେ ପ୍ରେମ ନିଶାରେ କେବେ ଏମିତି ଭୁଲ ନିଷ୍ପତ୍ତି ନେବା ପୂର୍ବରୁ ତାର ପରବର୍ତ୍ତୀ ଅବସ୍ଥା ବିଷୟରେ ବି ଥରେ ଭାବିନିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.