ଏଠାରେ ଚାଲିଛି ମିଛ ବାହାଘରର ଟ୍ରେଣ୍ଡ୍ : ବିବାହ କରି ସ୍ତ୍ରୀକୁ ଥରେ ନୁହେଁ ତିନି ତିନି ଥର ବିକୁଛି ସ୍ୱାମୀ

ବିହାରରେ ଲକ୍ଡାଉନ୍ ଓ ବନ୍ୟାରେ ସ୍ଥିତି ଅସମ୍ଭାଳ ହୋଇପଡିଛି। ଏହି ସମୟରେ କିନ୍ତୁ ଜିଲ୍ଲାରେ ଚାଲିଛି ମିଛ ବାହାଘର। ଏଠାରେ ଥିବା ସୁପୌଲ୍ ଜିଲ୍ଲାରେ ଥିବା ହୁଲାସ୍ ଗ୍ରାମରେ ଜଣେ ଯୁବକ ମିଛ ବାହାଘର କରିଥିବାର ଘଟଣା ଲୋକଲୋଚନକୁ ଆସିଛି । ଯୁବକଟି ପୂର୍ବରୁ ଅନ୍ୟ ଏକ ଯୁବତୀ ସହ ପ୍ରେମ ବିବାହ କରି ଥିଲେ । ଲକ୍ଡାଉନ୍ ଯୋଗୁଁ ଯୁବକ ଜଣକ ନିଜ ଗ୍ରାମକୁ ଆସିଥିବା ବେଳେ ଏଠାରେ ଆଉ ଥରେ ବାହା ହେବା ପାଇଁ ପ୍ରସ୍ତାବ ଦେଖିଥିଲେ। ବାହାଘର ମଧ୍ୟ ଠିକ୍ ହୋଇଥିଲା । ଜଣେ ନାବାଳିକା ସହ ତାଙ୍କର ବାହାଘର ଠିକ୍ ହୋଇଥିଲା। ବାହାଘର ଠିକ୍ ହେବା ପରେ ବି ଯୁବକ ଜଣକ ପୂର୍ବରୁ ବିବାହ କରିଥିବାର କଥା କହିନଥିଲେ । ତେବେ ନାବାଳିକା ବିବାହକୁ ଦେଖି ଗ୍ରାମ ବିକାଶ ପରିଷଦ ନାମ୍ନୀ ଏକ ସାମାଜିକ ସଂସ୍ଥା ଖବର ମିଳିବା ପରେ ସେ ଏହି ବାହାଘରକୁ ବନ୍ଦ କରିଥିଲେ ।

ତେବେ ବିହାରରେ ଏବେ ମିଛ ବାହାଘରର ଟ୍ରେଣ୍ଡ୍ ଚାଲିଛି । ପଞ୍ଜାବ, ହରିୟାଣା, ୟୁପିର ଲୋକେ ବିହାର ଆସି ପଇସା ଦେଇ ଯୁବତୀଙ୍କ ସହ ବିବାହ କରି ସାଙ୍ଗରେ ନେଇଯାଉଛନ୍ତି । ସେମାନଙ୍କ ସହ କିଛି ଦିନ ରହିବା ପରେ ଯୁବତୀଙ୍କୁ ଅନ୍ୟ କାହାକୁ ବିକ୍ରି କରିଦେଇଥାନ୍ତି ।

one

ପ୍ରାୟତଃ ୟୁପି-ପଞ୍ଜାବ-ହରିୟାଣାର କିଛି ଲୋକେ ବିହାର ଗ୍ରାମରୁ ଆସି ଦେଣନେଣର ହିସାବ କରି ଗରିବ ଝିଅକୁ ମନ୍ଦିରରେ ବିବାହ ହୋଇଥାନ୍ତି। ଏହି ଝିଅ ମାନେ ବିବାହ ପରେ ହରିୟାଣାର ଦୁଇ ତିନୋଟି ପରିବାରର ବୋହୂ ହୋଇଥିବାର ସୂଚନା ରହିଛି । ଏହି ଝିଅମାନଙ୍କୁ ବିବାହ କରି ନେଇଥାନ୍ତି ସତ, କିନ୍ତୁ କିଛି ଦିନ ସାଙ୍ଗରେ ରଖିବା ପରେ ପୁନଶ୍ଚ ଆଉ କାହାକୁ ବିକ୍ରି କରିଦେଇଥାନ୍ତି । ଝିଅମାନଙ୍କ ଜୀବନକୁ ଗଣିକା ରୂପେ ବିବେଚନା କରି ତାଙ୍କ ଜୀବନକୁ ନଷ୍ଟ କରି ଦେଇଥାନ୍ତି ।

village

ବିହାରରର ଏହି ନେଟଓ୍ବାର୍କିଂର ବହୁଳ ପ୍ରସାର ହୋଇଛି । ଗରିବ ପରିବାରର ଝିଅମାନଙ୍କୁ ବାହା ହୋଇ ତାଙ୍କ ପରିବାରକୁ ଫୁସୁଲେଇ ଝିଅକୁ ଆଣି ବାହାରେ ବିକ୍ରି କରିଥାନ୍ତି । କିଛି ଗରିବ ଲୋକେ ଉପାୟ ନ ପାଇ ଝିଅକୁ ପଇସା ଲୋଭରେ ବାହା ଦେଇଥାନ୍ତି । କିନ୍ତୁ ବାହାଘର ପରେ ସେଇ ଝିଅମାନଙ୍କ ଜୀବନ ନଷ୍ଟ ହୋଇଥାଏ ।

ସୂଚନାଯୋଗ୍ୟ, ବିଗତ ୧୨ ବର୍ଷ ଧରି ଏହି ମିଛ ବିବାହ ବିରୋଧରେ ଲଢେଇ କରୁଥିବା ସ୍ବେଚ୍ଛାସେବୀ ମଧୁବନୀ କହିଛନ୍ତି ଯେ, ୨୦୧୭ରୁ ୨୦୧୯ ମଧ୍ୟରେ ମାନବ ତସ୍କରୀର ୧୩ଟି ମାମଲା ସାମ୍ନାକୁ ଆସିଥିବାବେଳେ ଏହି ଘଟଣାରେ ୩୨ ଜଣ ଗିରଫ ହୋଇଛନ୍ତି ।

Leave A Reply

Your email address will not be published.