Below header

ଟ୍ୱିନ ସିଟି କରୋନା ଅପଡେଟ: ଭୁବନେଶ୍ୱରରୁ ୧୧୧, କଟକରୁ ୩୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:  ରାଜଧାନୀରେ ଧୀରେ ଧୀରେ ବଢିଚାଲିଛି କରୋନା ପଜିଟିଭ ସଂଖ୍ୟା ।  ଆଜି ରାଜଧାନୀ ଭୁବନେଶ୍ୱରରୁ ୧୧୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୮୨୮ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ୬୨ ଜଣ କ୍ଵାରେଣ୍ଟିଂନ ସେଣ୍ଟରର ଥିବା ବେଳେ ୪୯ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ଯେବେକି ଆଜି ୨୯ ଜଣ ସୁସ୍ଥତା ଲାଭ କରିଥିବା ଜଣାଯାଇଛି ।

ଏବାବଦରେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ । ମିଳିଥିବା ସୂଚନା ମୁତାବକ, ଏଯାବତ ସହରରେ ୯୫୨ଟି ଆକ୍ଟିଭ କେଶ ଥିବା ବେଳେ ୮୬୩ଜଣ ସୁସ୍ଥ ହୋଇ ଫେରିଛନ୍ତି । ଯେବେକି ଏଯାବତ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।

ଆଜି କଟକରୁ ୩୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୬୧୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ସିଏମସି କତ୍ତୃପକ୍ଷ । ଏଯାବତ ସହରରେ ୩୩୩ଟି ଆକ୍ଟିଭ କେଶ ଥିବା ୨୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯେବେକି ୮ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.