ଅଗଷ୍ଟ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜରୁରୀ କାମ ଥିଲେ ଏବେଠୁ ସାରିଦିଅନ୍ତୁ

ଅଗଷ୍ଟ ମାସରେ ବକରିଦ, ରାକ୍ଷୀ ପୂର୍ଣ୍ଣିମା, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସ୍ୱାଧୀନତା ଦିବସ, ଗଣେଶ ଚତୁର୍ଥୀ, ମହରମ୍‌ ଓ ହରିତାଲିକା ତିଜ୍‌ ସମେତ କେତେକ ଜାତୀୟ ଓ ସ୍ଥାନୀୟ ପର୍ବ ପଡ଼ୁଛି। ଏହି କାରଣରୁ ବ୍ୟାଙ୍କ କିଛି ଦିନ ପାଇଁ ବନ୍ଦ ରହିବ। ଏଥିସହ ଅଗଷ୍ଟରେ ୫ଟି ରବିବାର ବି ପଡ଼ୁଛି। ଏହା ବ୍ୟତୀତ ୮ ଓ ୨୯ ଅଗଷ୍ଟରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଯୋଗୁ ମଧ୍ୟ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ଏଣୁ କିଛି ଜରୁରୀ କାମ ଥିଲେ ଏବେଠୁ କରିନିଅନ୍ତୁ। ନଚେତ୍‌ ପରେ ଅସୁବିଧାରେ ପଡ଼ିପାରନ୍ତି। ତେବେ ଆସନ୍ତୁ ଜାଣିବା ଅଗଷ୍ଟ ମାସରେ କେଉଁ କେଉଁ ଦିନ ବନ୍ଦ ରହୁଛି ବ୍ୟାଙ୍କ…

List of Bank Holidays 2020 in Delhi - Delhi Capital

ଅଗଷ୍ଟ ୧- ଶନିବାର- ବକରିଦ
ଅଗଷ୍ଟ ୩- ସୋମବାର- ରାକ୍ଷୀ ପୂର୍ଣ୍ଣିମା
ଅଗଷ୍ଟ ୧୧- ମଙ୍ଗଳବାର- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ଅଗଷ୍ଟ ୧୨- ବୁଧବାର- ନନ୍ଦୋତ୍ସବ
ଅଗଷ୍ଟ ୧୫- ଶନିବାର- ସ୍ୱାଧୀନତା ଦିବସ
ଅଗଷ୍ଟ ୨୧- ଶୁକ୍ରବାର- ହରିତାଲିକା ତିଜ
ଅଗଷ୍ଟ ୨୨- ଶନିବାର- ଗଣେଶ ଚତୁର୍ଥୀ
ଅଗଷ୍ଟ ୩୦- ରବିବାର- ମହରମ୍‌
ଅଗଷ୍ଟ ୩୧- ସୋମବାର- ଓନମ୍‌

Leave A Reply

Your email address will not be published.