Below header

ନାଗ ପଞ୍ଚମୀରେ ସାପକୁ କ୍ଷୀର ପିଆଇବା ବିଧି ରହିଛି, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ଆଜି ସାରା ଦେଶରେ ପାଳିତ ହେଉଛି ନାଗ ପଞ୍ଚମୀ। ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ନାଗ ପଞ୍ଚମୀ ଭାବେ ପାଳନ କରାଯାଏ। ଏହି ଦିନ ନାଗ ଦେବତାଙ୍କୁ ପୂଜା କରିବା ପରମ୍ପରା ରହିଛି। ନାଗପଞ୍ଚମୀ ଅବସରରେ ଶ୍ରଦ୍ଧାଳୁମାନେ ଶିବ ମନ୍ଦିରକୁ ଯାଇ ମହାଦେବଙ୍କୁ ପୂଜା କରିବା ସହ ନାଗଙ୍କୁ କ୍ଷୀର, ଦହି, ଘିଅ, ମହୁ ଏବଂ ପଞ୍ଚାମୃତ ଅର୍ପଣ କରିଥାନ୍ତି। ଯେଉଁମାନେ ମନ୍ଦିର ଯାଇପାରନ୍ତି ନାହିଁ ସେମାନେ ଘରେ ରହି ନାଗ ଦେବତାଙ୍କୁ ପୂଜା କରିଥାନ୍ତି। ଖାସ୍‌ କରି ଗାଁରେ ମହିଳାମାନେ ସକାଳୁ ଉଠି ନାଗରାଜଙ୍କୁ ପୂଜା କରିଥାନ୍ତି।

Happy Nag Panchami 2020: Know Why Nag Panchami is Celebrated ...

ନାଗପଞ୍ଚମୀରେ କେତେକ ମନ୍ଦିର ସାମ୍ନାରେ ସାପୁଆ କେଳାମାନେ ସାପକୁ ଧରି ବସିଥାନ୍ତି। ଲୋକମାନେ ସେଠାରେ ସାପଙ୍କୁ କ୍ଷୀର ପିଆଇବା ସହ ସୁଖ ସମୃଦ୍ଧି କାମନା କରିଥାନ୍ତି। ମାନ୍ୟତା ରହିଛି ଯେ ନାଗପଞ୍ଚମୀରେ ନାଗଙ୍କୁ କ୍ଷୀର ପିଆଇବା ଦ୍ୱାରା ମନୋବାଞ୍ଛା ପୂରଣ ହୋଇଥାଏ। ଏଥିସହ ସର୍ପଦଂଶନରୁ ମଧ୍ୟ ମୁକ୍ତି ମିଳେ। ଏ ଅବସରରେ କେଳାକୁ ମଧ୍ୟ କିଛି ଟଙ୍କା ଶ୍ରଦ୍ଧାରେ ଦେଇଥାନ୍ତି।

Nag Panchami 2019: What To Do On Nag Panchami Puja And Upay - Nag ...

କିମ୍ବଦନ୍ତୀ ମୁତାବକ ଏକଦା ପାଣ୍ଡବଙ୍କ ବଂଶଜ ଜନ୍ମେଜୟ ନାଗ ଯଜ୍ଞ କରିଥିଲେ। ଏଥିରେ ନାଗ ଜାତି ଧ୍ୱଂସ ହୋଇଯାଇଥିଲା। ଏହି ସମୟରେ ନାଗରାଜ ତକ୍ଷକ ଇନ୍ଦ୍ରଙ୍କ ଆସନକୁ ନିଜ କବ୍ଜାକୁ ନେଇଯାଇଥିଲେ। ଏଣୁ ଯଜ୍ଞରେ ସେ ଇନ୍ଦ୍ରଙ୍କ ଆସନ ସହ ଭସ୍ମ ହେବାକୁ ଯାଉଥିଲେ। ଏହା ଦେଖିବା ପରେ ତତ୍‌କ୍ଷଣାତ୍‌ ଦେବତାଙ୍କୁ ଯଜ୍ଞ ବନ୍ଦ କରିବାକୁ ପଡ଼ିଥିଲା। ଫଳରେ ନାଗ ଜାତି ସମ୍ପୂର୍ଣ୍ଣ ଲୋପ ହେବାରୁ ବଞ୍ଚିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.