Below header

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ପଜିଟିଭ ଚିହ୍ନଟ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବାବଦରେ ନିଜେ ଶିବରାଜ ହିଁ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାସହ ବିଗତ କିଛି ଦିନ ଭିତରେ ତାଙ୍କ ସଂପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ନିଜ ନିଜର କରୋନା ଯାଞ୍ଚ କରାଇନେବାକୁ ଅନୁରୋଧ କରିଛନ୍ତି । ମିଳିଥିବା ଖବର ଅନୁଯାୟୀ ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ଶିବରାଜ ସମ୍ପୂର୍ଣ୍ଣ ଆଇସୋଲେସନରେ ଅଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତିକି, “ମୁଁ କରୋନା ଗାଇଡ଼ ଲାଇନ ପାଳନ କରୁଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଆଗକୁ ସବୁ ନୀତି ନିୟମ ପାଳନ କରିବି ।

ଅନ୍ୟପକ୍ଷରେ ଏହାକୁ ନେଇ ବି ମଧ୍ୟପ୍ରଦେଶରେ ରାଜନୀତି ଜୋର ଧରିଛି । ଶିବରାଜଙ୍କ ଟ୍ୱିଟ ପରେ ରାଜ୍ୟର ଅନ୍ୟତମ ତୁଙ୍ଗ ନେତା ଦିଗବିଜୟ ସିଂହ ତାଙ୍କୁ କଡ଼ା ଆକ୍ଷେପ କରିଛନ୍ତି । ସେ ଶିବରାଜଙ୍କୁ ଆକ୍ଷେପ କରି କହିଛନ୍ତିକି, “ଆପଣ କଣ ସାମାଜିକ ଦୂରତା ପାଳନ କରୁନଥିଲେ । ସୋସିଆଲ ଡିଷ୍ଟାନ୍ସସିଙ୍ଗ ନିୟମ ପାଳନ କରିନଥିବାରୁ ତ ମୋ ବିରୋଧରେ ଭୋପାଳ ପୋଲିସ ଏଫଆଇଆର ଦର୍ଜ କରିଥିଲେ । “

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.