ଆର୍ଥିକ ହାନିର ସଂକେତ ଦେଇଥାଏ ହାତରୁ ଏହି ଧଳା ବସ୍ତୁ ଖସିବା, ରଖନ୍ତୁ ସାବଧାନରେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସାରା ଦିନରେ ଆମ ସହ ହେଉଥିବା ଘଟଣା ଜୀବନରେ ବିଭିନ୍ନ ଶୁ-ଅଶୁଭ ସଂକେତ ଦେଇଥାଏ । ବହୁବାର ଆମେ ବ୍ୟସ୍ତତା ଭିତରେ ତରବରରେ ବହୁତ ଜିନିଷ ତଳେ ପକାଇ ଦେଇଥାଉ । ହେଲେ ଆମେ ଏହି କଥା ଉପରେ ଏତେଟା ଧ୍ୟାନଦେଇ ନଥାଉ । ଫଳରେ ସେହି କାମ ସାରି ଅନ୍ୟ କାମରେ ମନ ଦେଇଥାଉ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ବାରମ୍ବାର ଆପଣ ଗୋଟିଏ ଜିନିଷକୁ ତଳେ ପକାଇ ଦେଉଛନ୍ତି, ତେବେ ଏହାକୁ ଅଶୁଭ ସଂକେତ ମନାଯାଇଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଜିନିଷ ବିଷୟରେ କୁହାଯାଇଛି,ଯାହାକୁ ହାତରୁ ପକାଇବାକୁ ଦିଆଯିବା ଉଚିତ୍‌ ନୁହେଁ । ନହେଲେ ଆପଣଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପଡିପାରେ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷକୁ ହାତରୁ ପକାଇବାକ ଦିଆଯିବା ଉଚିତ ନୁହେଁ ।

୧. ଧଳା ରାଶି ବା ଖସା : ଧାର୍ମିକ କାର୍ଯ୍ୟରେ ରାଶି ବା ଖସାର ବିଶେଷ ଅବଦାନ ରହିଛି । ସେହିପରି ଭଗବାନଙ୍କ ଭୋଗ ଓ ପିତୃ ପୁରୁଷଙ୍କ ତର୍ପଣରେ ରାଶିର ଉପଯୋଗ କରାଯାଇଥାଏ । ତେଣୁ ରାଶି ହାତରୁ ଖସିବା କିମ୍ବା ପଡିବା ଭଲ ସଂକେତ ନୁହେଁ । ଏହାଦ୍ୱାରା ଜୀବନରେ ଶୁଭ ପ୍ରଭାବ କମ ହୋଇଥାଏ ।

୨. ଦୁଧ : ଦୁଧ ଉତୁରି ପାତ୍ର ବାହାରକୁ ଚାଲି ଆସିବା କିମ୍ବା ହାତରୁ ଦୁଧ ଗ୍ଲାସ ଖସି ପଡିବା ପ୍ରାୟ ଆମ ଦ୍ୱାରା ହୋଇଥାଏ । ହେଲେ ବାରମ୍ବାର ଦୁଧ ହାତରୁ ଖସିବା ଶୁଭ ସଂକେତ ହୋଇନଥାଏ । ଏହାଦ୍ୱାରା ଆର୍ଥିକ ହାନିର ସଂକେତ ମିଳିଥାଏ । ତେଣୁ ଏପରି ନ ହେବାକୁ ସାବଧାନ ରହିବା ଉଚିତ୍‌ ।

୩. ନଡ଼ିଆ : ପୂଜା ପାଠ ଓ ଯଜ୍ଞ ଆଦି କାର୍ଯ୍ୟରେ ନାରିକେଳ ବା ନଡ଼ିଆର ବ୍ୟବହାର କରାଯାଇଥାଏ । ଧାର୍ମିକ ଅନୁଷ୍ଠାନରେ ନଡ଼ିଆର ବହୁତ ମହତ୍ୱ ରହିଛି । ନଡିଆକୁ ମନ୍ତ୍ର-ତନ୍ତ୍ରର ଅଭିନ୍ନ ଭାଗ ବୋଲି କୁହାଯାଏ । ତେଣୁ ହାତରୁ ନଡ଼ିଆ ଖସି ପଡିବା ଶୁଭ ହୋଇ ନଥାଏ । ଏମିତି ହେଲେ ଆପଣଙ୍କ ଜୀବନରେ ସୁଖ ସମ୍ପନ୍ନତା ଉପରେ ପ୍ରଭାବ ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.