ପ୍ରେମ କରି ଘର ଛାଡ଼ି ପଳାଇଲା ଝିଅ, ରାଗରେ ପରିବାର ଲୋକେ କରିଦେଲେ ଶୁଦ୍ଧିକ୍ରିୟା

ଏଠି ଝିଅ ଭଲ ପାଇଁ ପୁଅ ସହ ଫେରାର ହେଇଜିବାରୁ ବାପା ଝିଅ ର ଶୁଦ୍ଧିକ୍ରିୟା କରିଦେଲେ ।ବଞ୍ଚି ଥାଉ ଥାଉ ନିଜ ଝିଅ କୁ ମାରିଦେଲେ ପରିବାର ଲୋକେ।ଶୁଦ୍ଧି ହେବା ପରେ ଖଣ୍ଡ ମଣ୍ଡଳରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି।

ବଞ୍ଚିଥାଉ ଥାଉ ଝିଅ କୁ ମାରିଦେଲେ ପରିବାର ଲୋକେ। ଭଲ ପାଇ ଘର ଛାଡ଼ି ଭୁଲ କରିଛି କହି ବାପା ଝିଅ ର ଶୁଦ୍ଧିକ୍ରିୟା କରିଦେଲେ ।ଆଉ ଏସବୁ ପ୍ରେମ ପାଇଁ ହୋଇଛି। ପ୍ରେମ କରି ଏକାଠି ରହିବେ ବୋଲି ଭାବିଲେ l ଆଉ ସେଥିପାଇଁ ବାହା ହେବା ପାଇଁ ସ୍ବପ୍ନ ଦେଖିଲେ ।ସ୍ୱପ୍ନକୁ ପୁରା କରିବା ପାଇଁ ଘର ଛାଡ଼ି ପଲେଲଲେ । କାରଣ ପରିବାର ଲୋକେ ରାଜି ନଥିଲେ । ଝିଅ ଘର ଛାଡ଼ି ଚାଲିଯିବାରୁ ପରିବାର ଲୋକେ ଝିଅ କୁ ବଂଚି ଥାଉ ଥାଉ ମାରିଦେଲେ। ଆଜ୍ଞା ହଁ ଘଟଣା ଟି ପୁରା ଫିଲ୍ମ ଷ୍ଟାଇଲରେ ଘଟିଛି .. ଆଗରୁ ବି ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିପାଇଁ ଘର ଲୋକେ ଏମିତି ନିଷ୍ପତି ନେବାକୁ ବାଧ୍ୟ ହେଇଛନ୍ତି। ଠିକ ଯେମିତି ଏଭଳି ଘଟଣାରେ ଘଟିଛି।

ଏଠି ଝିଅ ଭଲ ପାଇଁ ପୁଅ ସହ ଫେରାର ହେଇଜିବାରୁ ବାପା ଝିଅ ର ଶୁଦ୍ଧିକ୍ରିୟା କରିଦେଲେ ।ବଞ୍ଚି ଥାଉ ଥାଉ ନିଜ ଝିଅ କୁ ମାରିଦେଲେ ପରିବାର ଲୋକେ।ଶୁଦ୍ଧି ହେବା ପରେ ଖଣ୍ଡ ମଣ୍ଡଳରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗ୍ରାମରେ l କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ପଞ୍ଚାୟତର ଉମର ଗାଁ ଚାଲିହମରର ବିଶ୍ୱଜିତ ମହାପାତ୍ର ଙ୍କ ଏକମାତ୍ର ବଡ଼ ଝିଅ ପାୟଲ ମହାପାତ୍ର, ବୟସ ୧୮ ବର୍ଷ। ସେ ସେହି ଗ୍ରାମର କାଶୀନାଥ ବେହେରା ଙ୍କ ଏକମାତ୍ର ୨୩ ବର୍ଷୀୟ ପୁଅ ଆକାଶ ଚନ୍ଦ୍ର ବେହେରାଙ୍କୁ ଭଲ ପାଉଥିଲେ । ଶେଷରେ ଯୋଜନା କରି ଘର ଛାଡ଼ି ପଳାଇ ଯିବାରୁ ପାୟଲଙ୍କ ପରିବାର ଲୋକେ ଝିଅର ଜୀବିତ ଅବସ୍ଥାରେ ଏକାଦଶ ଓ ଦ୍ଵାଦଶ କର୍ମ କରିଛନ୍ତି ।

ଏପରିକି ପାୟଲ ଙ୍କ ବାପା ବିଶ୍ୱଜିତ ମହାପାତ୍ର ଲଣ୍ଡା ହୋଇ କର୍ତ୍ତା ସାଜି ଝିଅର ସମସ୍ତ କର୍ମ କରିଛନ୍ତି l ଏହାଛଡ଼ା ଯଥାନିତି ଅନୁସାରେ ବ୍ରାହ୍ମଣ ଭୋଜନ ସହ ଗ୍ରାମବାସୀଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା । ତେବେ ଏଭଳି ଆଶ୍ଚର୍ଯ୍ୟ ଘଟଣା ମାହାଙ୍ଗା ଅଂଚଳରେ ପ୍ରଥମ କରି ଘଟିଛି ଯାହାକି ଲୋକମାନେ ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.