Below header

ଆଜି ନଗରଭ୍ରମଣ କରିବେ ଭଞ୍ଜନଗର ଠାକୁରାଣୀ ମା’ ବାଗଦେବୀ, ଜାଣନ୍ତୁ କଣ ରହିଛି ପରମ୍ପରା

ଶଗଡ଼ରେ ବସି , ବାପଘରକୁ ବାହାରିଥିଲେ ମା’। ନିଜ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭର୍ତି ସିନ୍ଧୁକ ବି ସାଥିରେ ଧରିଥିଲେ । ରାସ୍ତା ସାରା ଶ୍ରଦ୍ଧାଳୁଙ୍କ ଭିଡ଼ । ସତେ ଯେମିତି, ଓଡ଼ିଆ ଗ୍ରାମୀଣ ପରମ୍ପରାରେ ବାପଘରକୁ ଝିଅ, ଶଗଡରେ ବସି ଯାଇଥାଏ । ତେବେ ଆରମ୍ଭ ହୋଇଯାଇଛି ଗଂଜାମ ଜିଲ୍ଲା ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା।

ଭଞ୍ଜନଗର(କେନ୍ୟୁଜ୍): ଶଗଡ଼ରେ ବସି , ବାପଘରକୁ ବାହାରିଥିଲେ ମା’। ନିଜ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭର୍ତି ସିନ୍ଧୁକ ବି ସାଥିରେ ଧରିଥିଲେ । ରାସ୍ତା ସାରା ଶ୍ରଦ୍ଧାଳୁଙ୍କ ଭିଡ଼ । ସତେ ଯେମିତି, ଓଡ଼ିଆ ଗ୍ରାମୀଣ ପରମ୍ପରାରେ ବାପଘରକୁ ଝିଅ , ଶଗଡରେ ବସି ଯାଇଥାଏ । ଗଂଜାମ ଜିଲ୍ଲା ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଯାଇଛି  । ଏହି ଯାତ୍ରାର ପ୍ରଥମ ଦିନରେ ନିକଟସ୍ଥ କୁଲାଡ ଗାଁ ଠାରେ ବିଜେ , ମା’ ବ୍ୟାଘଦେବୀଙ୍କୁ ନିମନ୍ତ୍ରଣ କରି ଆଣିଥିଲେ।

ସଜେଇ ହୋଇଥିବା ଶଗଡ଼କୁ ଧରି, ଭଞ୍ଜନଗର ଠାକୁରାଣୀ ଯାତ୍ରାର ଅସ୍ଥାୟୀ ପୀଠରୁ , କୁଲାଡ଼ ଗାଁ ସ୍ଥିତ ମା’ବାଗଦେବୀଙ୍କ ପୀଠକୁ ବାହାରିଥିଲେ ଆୟୋଜକ କମିଟି ଓ ଭକ୍ତ । ମା’ଙ୍କୁ ନିମନ୍ତ୍ରଣ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି , ନିମନ୍ତ୍ରଣ ପାଇ ଯାତ୍ରାକୁ ଯିବାପାଇଁ ଚାହିଁ ରହିଥିବା , ମା’ ବାଗଦେବୀଙ୍କ ସମ୍ମତି । ଘଣ୍ଟ-ଘଣ୍ଟା ଓ ଜୟ ଜୟକାର ଧ୍ବନିରେ ଭିତରେ , ମା’ଙ୍କ ମଥାରୁ ଆଜ୍ଞାମାଳ ଖସିବାର ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଜ୍ଞାମାଳ ପାଇବା ପରେ , ମା’ବାଗଦେବୀ ଙ୍କୁ ଶଗଡ଼ରେ ବିଜେ କରାଇ ଭଂଜନଗର ଅସ୍ଥାୟୀ ପୀଠ ଅଭିମୁଖେ ବାହାରିଥିଲେ ଭକ୍ତ ।

maa

ବୁଧବାର ମଧ୍ୟାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ , ଶଗଡ଼ରେ ମା’ଙ୍କ ଆଗମନ ଯାତ୍ରା ସ୍ଥାନୀୟ ଅଞ୍ଚଳରେ, ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ସଂଧ୍ୟାରେ ଭଂଜନଗର ନିକଟ “ମା’ବାଟ ବାଗଦେବୀ” ଙ୍କ ପୀଠରେ ପହଞ୍ଚି, କିଛି ସମୟ ବିଶ୍ରାମ ନେବାପରେ ସେଠାରୁ ଅସ୍ଥାୟୀ ପୀଠ ଅଭିମୁଖେ ବିରାଟ ବାଣ-ପଟୁଆର ରେ ବାହାରିଥିଲେ ମା’ ବାଗଦେବୀ । ପରମ୍ପରା ଅନୁଯାୟୀ ଭଞ୍ଜନଗର ଉପଜିଲ୍ଲାପାଳ, ପୁରୋଧା ଭାବେ ଦାୟିତ୍ଵ ତୁଲାଇଥିଲେ । ଏହା ସହ ସ୍ଥାନୀୟ ବିଧାୟକ ତଥା ଓଡ଼ିଶାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ , ମା’ଙ୍କ ଆଗମନ ଯାତ୍ରା ରେ ସାମିଲ ହୋଇଥିଲେ । ବିଳମ୍ବିତ ରାତିରେ ଅସ୍ଥାୟୀ ପୀଠରେ ପହଞ୍ଚିଥିଲେ ମା’ ବାଗଦେବୀ । ସେଠାରୁ, ଠାକୁରାଣୀ ଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ ଭକ୍ତ । ସେଠି ପୁଣି ମା’ ଠାକୁରାଣୀ ମଥାରୁ ଆଜ୍ଞାମାଳ ଖସିବାପରେ ତାହା ଗ୍ରହଣ କରି ମା’ ଙ୍କୁ ନିମନ୍ତ୍ରଣ କରି ଆଣିଥିଲେ , ଦେଶୀବେହେରା ପରିବାର ର ମହିଳା ଭକ୍ତ ।

ପ୍ରଥମ ଦିନରେ ଉଭୟ ମା’ବାଗଦେବୀ ଏବଂ ମା’ଠାକୁରାଣୀ ଙ୍କୁ ନିମନ୍ତ୍ରଣ ଏବଂ ଅସ୍ଥାୟୀ ପୀଠରେ ବିଜେ ନୀତି ମହା ଆଡ଼ମ୍ବରରେରେ ଗତକାଲି (ଗୁରୁବାର)ଭୋର ସମୟରେ ଶେଷ ହୋଇଛି । ଗତକାଲି ଥିଲା ମା’ଙ୍କ ବିଶ୍ରାମ । ଆଜି ଠାରୁ ଆରମ୍ଭ ହେବ ମା’ଙ୍କ ନଗରଭ୍ରମଣ ଯାତ୍ରା । ଯାହା ଗତ ୬ ବର୍ଷଧରି ଭଞ୍ଜନଗର ତଥା ଓଡିଶା ଏବଂ ଓଡିଶା ବାହାରର ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଚାହିଁ ରହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.