ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ରାଷ୍ଟ୍ରପତି, ମଧ୍ୟାହ୍ନ ଭୋଜନ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା

ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ସକାଳ ଜଳଖିଆରେ ଛତୁ ପିଠା ଖାଇଛନ୍ତି ମହାମହିମ୍‌। ଏହାପରେ ଚହଲାରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ବିନା ପିଆଜ ରସୁଣରେ ପ୍ରସ୍ତୁତ ହେଇଥିବା ଖାଦ୍ୟ ଖାଇବେ।

ମୟୁରଭଞ୍ଜ (କେନ୍ୟୁଜ): ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶିମିଳିପାଳର ପ୍ରାୟ ୮୦ କିମି ବୁଲିବାକୁ ଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତି ଯଶୀପୁରରୁ ହେଲିକପ୍ଟରରେ ଆସି ଶିମିଳିପାଳରେ ପହଞ୍ଚିଥିଲେ । ଅଭୟାରଣ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବାଘ, ହାତୀ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ଦେଖି ପାରିବେ।

ସେପଟେ ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ସକାଳ ଜଳଖିଆରେ ଛତୁ ପିଠା ଖାଇଛନ୍ତି ମହାମହିମ୍‌। ଏହାପରେ ଚହଲାରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ବିନା ପିଆଜ ରସୁଣରେ ପ୍ରସ୍ତୁତ ହେଇଥିବା ଖାଦ୍ୟ ଖାଇବେ। ଦୁଇ ପ୍ରକାରର ଭାତ, କ୍ଷୀରି ଏହାସହ ଡାଲି ପଞ୍ଚ ମେଲନ, ପୋଟଳ କୁରମା, ଶାଗଭଜା ଓ ପରିବାଭଜା ସାମିଲ ରହିବ । ଆଉ ଏସବୁକୁ ପ୍ରସ୍ତୁତ କରିବାକୁ ପାଇଁ ସ୍ୱତନ୍ତ୍ର ଭାବେ ଦିଲ୍ଲୀରୁ ବଡ଼ ବଡ଼ ସେଫ ଆସିଛନ୍ତି । ଶିମିଳିପଳ ଭିତରେ ଥିବା ଚହଲାରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ । ସୁରକ୍ଷା ଦୃଷ୍ଟିକୁ ଆଜି ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଛି । ପରେ ବାରିପଦା ଗେଷ୍ଟ ହାଉସରେ ରାତ୍ରି ରହଣୀ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.