Below header

ଗୋଡ ନଥାଇ ବି କୋଦାଳ ଧରି କ୍ଷେତରେ କାମ କରୁଛନ୍ତି ଚାଷୀ, ବିଶ୍ୱାସ ନ ହେଉଥିଲେ ଦେଖନ୍ତୁ ଭିଡିଓ

ଏହି ଚାଷୀ ଜଣଙ୍କୁ ଥରେ ଦେଖନ୍ତୁ, ଇଏ ବୋଧହୁଏ ଏ ସାରା ଦୁନିଆର ଲୋକଙ୍କ ପାଇଁ ବହୁତ ବଡ ଉଦାହରଣ। ଗୋଟେ ଗୋଡ ଆଉ ଡେଇଁ ଡେଇଁ କରୁଛନ୍ତି କ୍ଷେତ କାମ। ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ବିଶ୍ୱାସ କରନ୍ତୁ ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କ ପାଖରେ କୌଣସି ଶବ୍ଦ ରହିବନାହିଁ। ଭିଡିଓଟି ଆପଣଙ୍କୁ ଅନେକ କଥା ଶିକ୍ଷା ଦେବ। ଆପଣ ଦେଖି ପାରୁଥିବେ ଯେ ଜଣେ ଚାଷୀ ଗୋଟିଏ ହାତରେ ଆଶା ବାଡିଟି ଧରିଛନ୍ତି ଏବଂ ଅନ୍ୟ ଏକ ହାତରେ କୋଦାଳ ଧରି ଖେତରେ ଚାଲୁଛନ୍ତି। ଆଶା ବାଡିର ସାହାରା ନେଇ ସେ ବହୁତ ସୁନ୍ଦର ଭାବରେ କ୍ଷେତ କାମ କରୁଛନ୍ତି। ସେ ଅନେକ ଥର ଦୃଢ଼ ଇଚ୍ଛା ଶକ୍ତି ଏବଂ ଚେଷ୍ଟା କାରଣରୁ ଏହି କାମକୁ ବହୁତ ସୁନ୍ଦର ଏବଂ ସହଜ ଭାବରେ କରିପାରୁଛନ୍ତି।

ଏହି ଭିଡିଓ ସେହି ଲୋକଙ୍କୁ ନିହାତି ଭାବରେ ଶିଖାଇଦେବ ଯେ ଦୁନିଆରେ ସବୁକିଛି ସମ୍ଭବ। ଦରକାର କେବଳ ମନରେ ଦୃଢ଼ ଇଚ୍ଛା ଆଉ ଉଚ୍ଚାଭିଳାଷ। ବାହାନା ଖୋଜିବା ଏବଂ କିଛି କାମ ନ କରିବା ତ ହେଉଛି ଜୀବନରେ ସବୁଠାରୁ ସହଜ କାମ। କିନ୍ତୁ ଯଦି ଆପଣ ଉଚ୍ଚାଭିଳାଷୀ ଆଉ ଆପଣଙ୍କ ପାଖରେ ଦୃଢ଼ ମନୋବଳ ଅଛି ତେବେ ଆପଣଙ୍କୁ କୌଣସି ଫରକ ପଡିବନି ଆପଣଙ୍କ ସାମ୍ନାରେ କେତେ ବି ଚ୍ୟାଲେଞ୍ଜ ଆସୁ ନା କାହିଁକି। ଆପଣ ନିଜେ ଚାହିଁଲେ ନିଜର ସବୁ ସମସ୍ୟାକୁ ଦୂର କରିପାରିବେ ଆଉ ସେଥିରୁ ବାହାରି ବି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.