ପଶ୍ଚିମ ବଙ୍ଗ ଓ କେରଳରୁ ୯ ଅଲକାଏଦା ଆତଙ୍କବାଦୀଙ୍କୁ ଗିରଫ କଲା NIA ଟିମ

ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ ୯ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ୬ ଜଣ ଆତଙ୍କବାଦୀ ଧରା ପଡ଼ି ଗିରଫ ହୋଇଥିବା ବେଳେ କେରଳର ଏର୍ଣ୍ଣାକୁଲମରୁ ୩ ଆତଙ୍କୀ ଗିରଫ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀ ରାଜଧାନୀ ଦିଲ୍ଲୀ ସମେତ ଅନ୍ୟାନ ସ୍ଥାନ ମାନଙ୍କରେ ଆକ୍ରମଣ କରିବା ନେଇ କ୍ରୁର ଚକ୍ରାନ୍ତ ଚଳାଇଥିଲେ । ଆଉ ମଧ୍ୟ ଜଣାଯାଇଛିକି, ଏହି ସମସ୍ତ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସୋସିଆଲ ମିଡ଼ିଆ ଜରିଆରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଜଡିତ ଥିଲେ । ଏନଆଇଏ ଦ୍ୱାରା ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଆବୁ ସୁଫିୟାନ, ଲେଉୟାନି ଅହମ୍ମଦ ଥିବା ବେଳେ କେରଳର ମୁର୍ଶିଦ ହାସନ, ମୋସାରଫ ହସନ ଆଦି ସାମିଲ ଅଛନ୍ତି ।

ଆଉ ମଧ୍ୟ ଜଣାଯାଇଛିକି ଗିରଫ ଆତଙ୍କବାଦୀଙ୍କ ନିକଟରୁ ଦେଶୀ ବନ୍ଧୁକ, ହାତହତିୟାର, ହାତ ତିଆରି ଜ୍ୟାକେଟ, ବମ ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ବିସ୍ଫୋଟକ ସାମଗ୍ରୀ ସମେତ ଡିଜିଟାଲ ଡିଭାଇସ ଓ ଦସ୍ତାବିଜ ମାନ ଜବତ ହୋଇଛି । କହିରଖିବା ଉଚିତ ହେବକି, ଗତ ମାସ ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ଟିମ ଢ଼ୋଲାକୁଆଁ ଅଂଚଳରୁ ଆଇଏସଆଇଏସର ସନ୍ଦିଗ୍ଧ ଆତଙ୍କବାଦୀ ୟୁସୁଫ ଓରଫ ମୁସ୍କିନଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଜମ୍ମୁ କାଶ୍ମୀର ରାଜୌରୀରୁ ୩ ଜଣ ଲସ୍କର-ଇ-ତାଏବା ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ । ସେମାନଙ୍କ ଠାରୁ ୨ଟି ଏକେ-56 ରାଇଫଲ, ୨ଟି ପିସ୍ତଲ, ୪ଟି ଗ୍ରେନେଡ଼ ଓ ୧ଲକ୍ଷ ଟଙ୍କା ଜବତ କରିଛନ୍ତି ସୁରକ୍ଷାକର୍ମୀ ।

 

Leave A Reply

Your email address will not be published.