Below header

ଶ୍ୱଶୁର କଲେ ବାପାର କର୍ତ୍ତବ୍ୟ, ପୁଅର ମୃତ୍ୟୁ ପରେ ବୋହୂକୁ ସୁନାଗହଣା ଗାଡି ଦେଇ କଲେ କନ୍ୟାଦାନ

କୁହାଯାଏ ବାପା ଘରେ ଝିଅ ଯେମିତି ସ୍ନେହ ଶ୍ରଦ୍ଧାରେ ରହୁଛି ଶ୍ୱଶୁର ଘରେ ସେସବୁ ପାଏନା। ଶ୍ୱଶୁର ଘରେ ବୋହୂ କେବେ ଝିଅ ହୋଇ ପାରେନା। କିନ୍ତୁ ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କ ପାଇଁ ଏହା କୌଣସି ଫିଲ୍ମର କାହାଣୀ ଠାରୁ ବି କମ୍‌ ଲାଗିବନି। ପ୍ରାୟତଃ ଅଧିକାଂଶ ସମୟରେ ଦେଖିବାକୁ ମିଳେ ଯେ, ଶାଶୁ-ଶ୍ବଶୁର ନିଜ ବୋହୂକୁ ନିର‌୍ୟାତନା ଦିଅନ୍ତି। କିନ୍ତୁ ନରସିଂହପୁର ଜିଲ୍ଲାର ମୋଟେଗାଓଁ ତହସିଲ ଝୋତେଶ୍ବର ମବାଇ ନିବାସୀ ରବିଶଙ୍କର ସୋନି ସମାଜ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଯାହା ଅଧିକାଂଶ ଫିଲ୍ମରେ ଦେଖିବାକୁ ମିଳିଥାଏ । ସେ ତାଙ୍କ ବିଧବା ବୋହୂଙ୍କୁ ଝିଅ ଭଳି ରଖି ସବୁ ରୀତିନୀତିରେ ପୁର୍ନବାର ବିବାହ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଶ୍ବଶୁର ହେବା ସଙ୍ଗେ ସଙ୍ଗେ ବାପା ହୋଇ କନ୍ୟାଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

father in lawଫିଲ୍ମର କାହାଣୀ ଭଳି ଲାଗୁଥିବା ଏହି ଘଟଣାକୁ ସତ କରି ଦେଖାଇଛନ୍ତି ସେନାର ଅବସର ପ୍ରାପ୍ତ ଡେପୁଟୀ ରେଞ୍ଜର ରବିଶଙ୍କର ସୋନି । ସୂଚନା ଅନୁସାରେ ରବିଶଙ୍କର ସୋନିଙ୍କ ପୁଅ ସଞ୍ଜୟଙ୍କର ବିବାହ ୧୨ ବର୍ଷ ପୂର୍ବରୁ ୨୦୦୮ ମସିହାରେ କରେଲି ନିବାସୀ ରାମ ଜୀ ସୋନୀଙ୍କ ଝିଅ ସରିତାଙ୍କ ସହ ହୋଇଥିଲା । ଉଭୟଙ୍କର ୧୧ ଏବଂ ୯ ବର୍ଷର ଦୁଇ ଝିଅ ଅଛନ୍ତି । ତେବେ ଗତ ସେପ୍ଟେମ୍ବର ୨୫ ତାରିଖରେ ପୁଅ ସଞ୍ଜୟ ରୋଗଗ୍ରସ୍ତ ହେବା କାରଣରୁ ପରପାରିକୁ ଚାଲିଗଲେ। ଯାହାପରେ ବୋହୂ ଏବଂ ନାତୁଣୀଙ୍କୁ ପୁଣି ଥରେ ଖୁସିର ବଞ୍ଚିବାର ସାହାରା ଦେବାକୁ ରବିଶଙ୍କର ବୋହୂର ପୁର୍ନବାର ନିଷ୍ପତ୍ତି ନେଇଥିଲେ । ସେ ବୋହୂର ବାପା ଏବଂ ପୁଅଙ୍କୁ ଏ ସଂପର୍କରେ ଜଣାଇବା ସହ ପୁଅଟିଏ ଖୋଜିବା ପାଇଁ କହିଲେ । ନିଜେ ମଧ୍ୟ ଭଲ ପୁଅଟିଏ ଖୋଜିବାରେ ଲାଗି ପଡିଲେ ।

marriageଶେଷରେ ଜବଲପୁର ପିପରିୟା ନିବାସୀ ରାଜେଶ ସୋନୀଙ୍କ ସହ ତାଙ୍କ ବୋହୂଙ୍କର ବିବାହ କରିବାକୁ ନିଷ୍ପତ୍ତି ନେଲେ ଶ୍ୱଶୁର ରବିଶଙ୍କର। ରାଜେଶଙ୍କ ପତ୍ନୀଙ୍କର ମଧ୍ୟ ୩ ବର୍ଷ ପୂର୍ବେ ଏକ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି। ତାଙ୍କର କୌଣସି ସନ୍ତାନ ନାହାନ୍ତି । ରାଜେଶଙ୍କ ପରିବାର ଲୋକ ମଧ୍ୟ ସରିତାଙ୍କୁ ବୋହୂ କରି ନେବା ପାଇଁ ରାଜି ହୋଇଯାଇଥିଲେ। କାହିଁକିନା ରାଜେଶ ବ୍ୟତୀତ ତାଙ୍କର ଦୁଇ ଭାଇ ମଧ୍ୟ ଅଛନ୍ତି, ଯେଉଁମାନଙ୍କର କୌଣସି ସନ୍ତାନ ନାହିଁ। ରବିଶଙ୍କର କହିଛନ୍ତି ଯେ, ସେ ତାଙ୍କ ପୁଅ ନାଁରେ କିଣିଥିବା କାରକୁ ସେ ତାଙ୍କ ବୋହୂଙ୍କ ନାଁରେ କରିଦେଇଛନ୍ତି । ପୁଅର ମୃତ୍ୟୁ ପରେ ଯେଉଁ ବୀମା ରାଶି ୩୭୬୦୦୦ ଟଙ୍କା ମିଳିଥିଲା ତାକୁ ମଧ୍ୟ ବୋହୂ ନାଁରେ ଜମା କରିଦେଇଛନ୍ତି। ଏହାସହ ତାଙ୍କର ସବୁ ଗହଣା ମଧ୍ୟ ଦେଇ ଦେଇଛନ୍ତି ।

sister in lawପୁନର୍ବିବାହର ଏହି ଖାସ୍‌ ଘଟଣା ନିହାତି ଭାବରେ ପ୍ରଶଂସାଯୋଗ୍ୟ। ଏହା କହିବା ବିଲକୁଲ ବି ଭୁଲ ହେବନି ଯେ ରବିଶଙ୍କର ସୋନି କେବଳ ମାନବିକତାର ଧର୍ମ ପାଳନ କରି ନାହାଁନ୍ତି ବରଂ ବିଧବା ବିବାହକୁ ମଧ୍ୟ ପ୍ରୋତ୍ସାହନ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.