ମେଡିକାଲ ଇତିହାସରେ ପ୍ରଥମ : ୬ ମାସ ମେଡିସିନ ଟ୍ରାଏଲ ପରେ ମିଳିଲା ରିପୋର୍ଟ, ରୋଗୀଙ୍କ ଦେହରେ କ୍ୟାନସର ହେଲା ଲୋପ

ନୂଆଦିଲ୍ଲୀ : ମେଡିକାଲ ଇତିହାସରେ ପ୍ରଥମ ଥର ପାଇଁ କ୍ୟାନସରକୁ ନିପାତ କରି ଦେଖାଇଛନ୍ତି ବିଶେଷଜ୍ଞ । ୧୮ ଜଣ ରେକ୍ଟାଲ(ମଳଦ୍ୱାର) କ୍ୟାନସର ରୋଗୀଙ୍କୁ ସମାନ ମେଡିସିନ ୬ ମାସ ପ୍ରୟୋଗ କରିବା ପରେ ସେମାନଙ୍କ ଠାରେ କ୍ୟାନସର ସମ୍ପୂର୍ଣ୍ଣ ନିପାତ ହୋଇଥିବା ଦେଖାଯାଇଛି । ସମସ୍ତ ରୋଗୀମାନେ କ୍ୟାନସର ରୋଗରୁ ମୁକ୍ତ ହୋଇଛନ୍ତି ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ୧୮ ଜଣ ରେକ୍ଟାଲ ରୋଗୀଙ୍କୁ ଡୋଷ୍ଟାରଲିମାବ ମେଡିସିନ ପ୍ରାୟ ୬ ମାସ ଯାଏ ଦିଆଯାଇଥିଲା । ଶେଷରେ ଦେଖାଯାଇଥିଲା ଯେ ସମସ୍ତ ୧୮ ଜଣ ରୋଗୀଙ୍କ ଦେହରେ କ୍ୟାନସର ଟ୍ୟୁମର ନଷ୍ଟ ହୋଇଯାଇଥିଲା । ଡୋଷ୍ଟାରଲିମାବ ଏକ ଲାବୋରେଟୋରୀ ନିସୃତ ମୋଲିକୁଲ ଯାହା ମନୁଷ୍ୟ ଦେହରେ ଆଣ୍ଟବଡ଼ି ଭଳି କାମ କରିଥାଏ । ଏହି ସମସ୍ତ ୧୮ ଜଣ ରୋଗୀଙ୍କୁ ଏହି ସମାନ ଔଷଧ ଦିଆଯାଇଥିଲା ।

୬ ମାସ ପରେ ସେମାନଙ୍କ ଏଣ୍ଡୋସ୍କୋପି କରିବାରେ ଦେଖାଯାଇଥିଲା ଯେ ସମସ୍ତଙ୍କ ଶରୀରରେ ଥିବା କ୍ୟାନସର ଟ୍ୟୁମର ନଷ୍ଟ ହୋଇଯାଇଥିଲା । ଏ ସମ୍ପର୍କରେ ନ୍ୟୁୟର୍କ ସ୍ଥିତ ମେମୋରିଆଲ ସୋଲାନ କେଟରିଂ କ୍ୟାନସର ସେଣ୍ଟର ର ଡା. ଲୁଇସ ଏ, ଡିଆଜ ଜେ କହିଛନ୍ତି ଯେ ମେଡିକାଲ ଇତିହାସରେ ଏହା ପ୍ରଥମ ଘଟଣା ।

ଡୋଷ୍ଟାରଲିମାବ ନାମକ ଏହି ମେଡିସିନ ଜେମପର୍ଲି ବ୍ରାଣ୍ଡ ନାମରେ ବିକ୍ରି ହେଉଛି । ଏଣ୍ଡୋମେଟେରିଆଲ କ୍ୟାନସର ଚିକିତ୍ସା ପାଇଁ ଏହା ଏକ ଇମ୍ୟୁନୋଥେରାପି ଡ୍ରଗ୍ସ ଭାବେ ବ୍ୟବହାର ହୋଇଥାଏ । ଏହି ଗବେଷଣା ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡିସିନରେ ଗତ ୬ ତାରିଖରେ ପ୍ରକାଶ ପାଇଛି । ଏହି ଗବେଷଣାକୁ ଔଷଧ ନିର୍ମାତା କମ୍ପାନୀ ଗ୍ଲାସ୍କୋସ୍ମିଥ୍‌କ୍ଲାଇନ ସହଯୋଗ କରୁଥିବା ଜଣାଯାଇଛି ।

 

 

View this post on Instagram

 

A post shared by The Tatva (@thetatvaindia)

courtesy : thetatvaindia

ଏହି ଗବେଷଣା ମେଡିକାଲ ଇତିହାସରେ ହଇଚଇ ସୃଷ୍ଟି କରିଛି । ତେବେ ଏହା ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି ବୋଲି ନ୍ୟୁୟର୍କ ସ୍ଥିତ ମେମୋରିଆଲ ସୋଲାନ କେଟରିଂ କ୍ୟାନସର ସେଣ୍ଟର ର ଗବେଷକମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.