Below header

ରୁଷରେ ଆସିଲା ଭୟଙ୍କର ଝଡ, ଆକାଶରେ ଉଡିଲା ଘରର ଛାତ ଏବଂ ମୋବାଇଲ ଟାୱାର , ଦେଖନ୍ତୁ ଭିଡିଓ

ରୁଷର ଓରାଲ ପ୍ରଦେଶର ଏକଟେରିନବର୍ଗରେ ସୋମବାର ଏକ ଭୀଷଣ ଝଡ଼ ସୃଷ୍ଟି ହୋଇଥିଲା ଯାହା ସହରରେ ଏକ ବଡ଼ ଧ୍ୱଂସାବଶେଷ ସୃଷ୍ଟି କରିଛି । ଏହି ଝଡ଼ରେ ଅନେକ ଘରର ଛାତ ଉଡିଯାଇଥିଲା, ମୋବାଇଲ୍ ଟାୱାର ଖସି ଯାଇଥିଲା ଏବଂ ଏହି ଘଟଣାରେ 3 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ତେବେ ଏହି ଭୟଙ୍କର ଝଡର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଥିମଧ୍ୟରୁ ଗୋଟିଏ ଭିଡିଓରେ ଭାରି ପବନରେ ଏକ ଘରର ଛାତ ଉଡି ଆସି ଜଣେ ବ୍ୟକ୍ତିଙ୍କ ଉପରେ ପଡୁଥିବା ଦେଖିବାକୁ ମିଳିଛି ।


ସେହିପରି ଅନ୍ୟ ଏକ ଭିଡିଓରେ ବିଲ୍ଡିଂର ଛାତ ଉପରେ ଥିବା ମୋବାଇଲ୍ ଟାୱାର ଖସିପଡିଥିବାର ନଜର ଆସିଛି । ସୂଚନା ଅନୁଯାୟୀ ଏକଟେରିନବର୍ଗ ରୁଷର ଚତୁର୍ଥ ବୃହତ୍ତମ ସହର ଏବଂ ଏହା ଏକ ଶିଳ୍ପ କେନ୍ଦ୍ର ଭାବରେ ପରିଗଣିତ । ଏହି ଭୟଙ୍କର ଝଡ଼ରେ ଶହ ଶହ ଗଛ ଉପୁଡ଼ି ଯାଇଥିଲା ଯାହାକି ସହରର ରାସ୍ତା ଅବରୋଧ କରିଛି ।



ଗୋଟିଏ ଭିଡିଓରେ ଜଣେ ବ୍ୟକ୍ତି ଛାତ ଉପରେ ଥିବା ପ୍ଲାଷ୍ଟିକ୍ ସିଟ୍ ଧରି ରଖିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ପ୍ରବଳ ପବନରେ ସେ ତାଙ୍କୁ ଧକ୍କା ଦେଉଛି ଯାହାଦ୍ୱାରା ସେ ଅତି ଗମ୍ଭୀର ଭାବେ ଆହତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଘଣ୍ଟା ପ୍ରତି 120 କିଲୋମିଟର ବେଗରେ ପବନ ବହିବା ସହ ସହରରେ ଅନେକ କ୍ଷତି ଘଟିଛି । ଇଲେକ୍ଟ୍ରିକ୍ ପୋଲଗୁଡିକ ମଧ୍ୟ ଭାଙ୍ଗି ଯାଇଛି ଏବଂ ସହରର ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଛିନ୍ନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.