ଇଞ୍ଜିନଠୁ ବି ଜୋରରେ ଚିଲାଇ ଗିନିଜ ବୁକରେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକବନ୍ଧୁ ଜୀବନରେ ପ୍ରତିଟି ମଣିଷର କିଛି ନା କିଛି ଟ୍ୟାଲେଣ୍ଟ ରହିଛି । କାହା ପାଖରେ କଣ ରହିଛି ତାହା ତ ଜନ୍ମରୁ ଜଣାପଡିନଥାଏ । ଏକ ନିର୍ଦ୍ଧିଷ୍ଟ ସମୟରେ ଏହି ଗୁଣ ଆବିଷ୍କାର ହୋଇଥାଏ । ଯେମିତିକି ଯଦି ଜଣେ ଆପଣଙ୍କୁ କହେ କି ଜୋରରେ କଥା କୁହ । ତେବେ ଆପଣ କେତେ ଜୋରରେ କହିପାରିବେ । ଏମିତିକି ଆପଣଙ୍କ କଥା ବାହାରେ ଅନ୍ୟ ଘର ଯାଏଁ ବି ପହଞ୍ଚିଯିବ । ଏକଥା ଶୁଣି ଆପଣ ହୁଏତ ହସୁଥିବେ । କିନ୍ତୁ କଣ ଆପଣ ଜାଣନ୍ତି କି ଏହା କରିବାର ମଧ୍ୟ ଏକ ରେକର୍ଡ ରହିଛି । ଏହା କରି ଯେଉଁ ମହିଳା ରେକର୍ଡ କରିଛନ୍ତି ସେହି ମହିଳାଙ୍କ ବିଷୟରେ ଆମେ ଆପଣଙ୍କ ୁକହିବୁ । ମହିଳା ଜଣକ କେତେ ଜୋର ଚିଲାଇ ରେକ୍ରଡ କରିଛନ୍ତି ଓ ସେହି ସମୟରେ ସେ କଣ କହିଥିଲେ ଜାଣନ୍ତୁ ।

ଏହି ରେକର୍ଡ ଜଣେ ଟିଚରଙ୍କ ନାମରେ ରହିଛି । ସେ ବହୁତ ଜୋରରେ ପାଟି କରିପାରନ୍ତି । କିନ୍ତୁ ତାଙ୍କ ଶବ୍ଦ ଏତେ ଜୋର ଥିଲା କି ଏହାକୁ ଗିନିଜ ବୁକ ଅଫ ରେକର୍ଡରେ ସାମିଲ କରାଯାଇଥିଲା । ଖାସ କଥା ହେଉଛି ଏହି ଶିକ୍ଷକ ଜଣକ ଏହି ରେକର୍ଡ କ୍ଲାସରୁମରେ ହିଁ କରିଛନ୍ତି ।

ବର୍ଷ ୧୯୯୪ରେ ଏହି ରେକର୍ଡ ହୋଇଛି । ଟିଚରଙ୍କ ନାମ ହେଉଚି ଏନାଲିସା । ଯେଉଁ ଶବ୍ଦରେ ରେକର୍ଡ ହୋଇଛି ସେହି ଶବ୍ଦ କଣ ଜାଣନ୍ତି । ସେ ଶବ୍ଦ ହେଉଛି ଶାନ୍ତ । ଅର୍ଥାତ କୁଇଟ । ଏହି ଶବ୍ଦ ମହିଳା ଶିକ୍ଷକ ଜଣକ ପିଲାଙ୍କ ପାଇଁ କହିଥିଲେ । ଯାହା ସବୁଠୁ ଅଧିକ ତରଙ୍ଗରେ ବ୍ୟାପିଯାଇଥିଲା ।

ଏ ଶବ୍ଦର ଗତି କେତେ ଥିଲା । କହିରଖୁଛୁ ଗିନିଜ ବୁକ ଅଫ ରେକର୍ଡର ୱେବସାଇଟରେ ଦିଆୟାଇଥିବା ସୂଚନା ଅନୁଯାୟୀ ସବୁଠୁ ଅଧିକ ଜୋର କୁହାଯାଇଥିବା ଶବ୍ଦ ୧୨୧.୭ ଡେସିବଲ ଥିଲା । ଯଦି ଏହାର ଅନ୍ଦାଜା ଲଗାଯାଏ ତେବେ ଏହା ଜେଟର ଇଞ୍ଜିନଠାରୁ ବି ଅଧିକ ।

ଏହି ରେକର୍ଡ ପରେ ଏନାଲିସା ଅନେକ ପ୍ରତିଯୋଗୀତାରେ ଭାଗ ନେଇଛନ୍ତି ଏବଂ ନିଜ ସ୍କିଲର ପରିଚୟ ଦେଇଛନ୍ତି । ଏତେ ଜୋରରେ ଚିଲାଉଥିବା ମହିଳା ଏବେ ବି ନିଜ ରେକର୍ଡ ପାଇଁ ପ୍ରାକ୍ଟିସ କରୁଛନ୍ତି ।

ତେବେ ଦର୍ଶକବନ୍ଧୁ ଏଥିରୁ ପ୍ରାମଣ ହେଉଛି ଯେ ସବୁଗୁଣ ପାଇଁ ତାର ପୁରସ୍କାର ରହିଛି । ଖାଲି ତାକୁ ସାମନାକୁ ଆଣିପାରିଲେ ହେଲା । ଆଉ ତାପାଇଁ ପରିଶ୍ରମ ଏକମାତ୍ର ମନ୍ତ୍ର ଅଟେ । ଯ।ହା ଆଫଣଙ୍କୁ କେଉଁ ବି ପରିସ୍ଥିତିରେ ସଫଳତା ସିଡିର ଶିଖରକୁ ନେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.