Below header

ଅଜବ କଳାକୃତି: ପୂର୍ବତନ ସାମୁଦ୍ରିକ ନାବିକ ୭୦ ହଜାର ଦିଆସିଲି କାଠିରେ ତିଆରି କଲେ ୪୦୦ ବର୍ଷର ପୁରୁଣା ଜାହାଜ ‘ମେଫ୍ଲାଓ୍ଵାର’ର ମଡେଲ୍‌

ବ୍ରିଟେନ୍‌ର ଜଣେ ପୂର୍ବତନ ସାମୁଦ୍ରିକ ନାବିକ ଡେଭିଡ୍‌ ରୋନାଲ୍ଡ ୬୧ ବର୍ଷ ବୟସରେ ଅଦ୍ଭୁତ କଳାକୃତି ପ୍ରଦର୍ଶନ କରିଛନ୍ତି। ସେ ୪୦୦ ବର୍ଷର ପୁରୁଣା ‘ମେଫ୍ଲାଓ୍ଵାର’ ଜାହାଜର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏକ ପ୍ରତିକୃତି ନିର୍ମାଣ କରିଛନ୍ତି। ବିଗତ ୨ ବର୍ଷ ଧରି ସେ ଏହାକୁ ତିଆରି କରିଆସୁଥିଲେ। ୪ ଫୁଟ ଉଚ୍ଚ ଏବଂ ୫ ଫୁଟ୍‌ ଲମ୍ବାର ଏହି ଜାହାଜ ପ୍ରତିକୃତି ତିଆରି କରିବା ପାଇଁ ରୋନାଲ୍ଡଙ୍କୁ ୯୦୦ ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ ୭୦ ହଜାର ଦିଆସିଲି କାଠି ବ୍ୟବହାର କରିଛନ୍ତି। କାଠିଗୁଡ଼ିକୁ ପରସ୍ପର ସହ ବାନ୍ଧି ରଖିବା ପାଇଁ ସୂତା ଏବଂ ଅଠା ବ୍ୟବହାର କରିଛନ୍ତି। ରୋନାଲ୍ଡଙ୍କ ଦ୍ୱାରା ତିଆରି ଏହି ଜାହାଜର ଓଜନ ପାଖାପାଖି ୭.୨ କିଲୋଗ୍ରାମ।

dd

ଏହି ଐତିହାସିକ ଜାହାଜର ପ୍ରତିକୃତି ନିର୍ମାଣ କରିବା ପୂର୍ବରୁ ରୋନାଲ୍ଡ ଏହାସହ ଜଡ଼ିତ ପ୍ରତ୍ୟେକ ଛୋଟ ଛୋଟ କଥା ଉପରେ ଧ୍ୟାନ ଦେଇଥିଲେ। ୧୬୨୦ ମସିହା ସେପ୍ଟେମ୍ବର ୬ରେ ‘ମେଫ୍ଲାଓ୍ଵାର’ ଜାହାଜ ଆମେରିକା ପାଇଁ ଜଳଯାତ୍ରା କରିଥିଲା। ଏଥିରେ ୧୦୨ଜଣ ଯାତ୍ରୀ ଥିଲେ। ୨ ମାସ ପରେ ଏହା ମେସାଚୁସେଟ୍‌ସ ତଟରେ ପହଞ୍ଚିଥିଲା। ଜାହାଜରେ ଏକ ମିନି ବୋଟ୍‌, ଜାହାଜ ଡେକ୍‌, ତୋପ ଆଦି ମହଜୁଦ୍‌ ଥିଲା, ଯାହାର ପ୍ରତିକୃତି ଡେଭିଡ୍‌ ତିଆରି କରିଥିବା ଜାହାଜରେ ଦେଖିବାକୁ ମିଳିପାରିବ।

d4

୨୦୦୯ରେ କରିଥିଲେ ଓ୍ଵାର୍ଲ୍ଡ ରେକର୍ଡ

ଡେଭିଡ୍‌ ଏହାପୂର୍ବରୁ ୪୦ଟି ଜାହାଜ ନିର୍ମାଣ କରିସାରିଛନ୍ତି। ୨୦୦୯ରେ ୨୧ ଫୁଟ୍‌ ଉଚ୍ଚର ‘ନର୍ଥ ସି ଅଏଲ୍‌ ଶିପ୍‌’ର ପ୍ରତିକୃତି ତିଆରି କରିବା ପାଇଁ ତାଙ୍କ ନାଁ ଗିନିଜ ଓ୍ଵାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏହାକୁ ତିଆରି କରିବାରେ ୪୧ ଲକ୍ଷ ଦିଆସିଲି କାଠି ବ୍ୟବହାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.