ଏହା ଦୁନିଆର ଏପରି ଏକ ସ୍ଥାନ, ଯେଉଁଠି ୬ ମାସ ବ୍ୟବଧାନରେ ଶାସନ କରନ୍ତି ଦୁଇ ବଡ଼ ଦେଶ

ଏକ ଏପରି ସ୍ଥାନ ଯାହାକୁ ଶାସନ କରୁଛନ୍ତି ଦୁଇ ବଡ଼ ଦେଶ। ବର୍ଷର ପ୍ରଥମ ୬ ମାସରେ ଗୋଟିଏ ଦେଶର ରୁଲ ଚାଲେ ତ ଅନ୍ୟ ୬ ମାସରେ ଆଉ ଏକ ଦେଶ ନିଜ ନିୟମକୁ ଲାଗୁ କରେ। ଏହି ଉଭୟ ନିୟମକୁ ମାନନ୍ତି ସେହି ସ୍ଥାନର ପ୍ରତ୍ୟେକ ଅଧିବାସୀ। ଜାଣନ୍ତୁ ଦୁନିଆର ଏପରି ସ୍ଥାନ ସମ୍ପର୍କରେ ଯାହା ସମ୍ପର୍କରେ ଆପଣ ଆଗରୁ କେବେ ଜାଣି ନଥିବେ..

ସୀମାକୁ ନେଇ ପ୍ରାୟ ସବୁବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଥାଏ। ସେ ଭାରତ ପାକିସ୍ତାନ ହେଉ ଅବା ଋଷ ୟୁକ୍ରେନ। କୌଣସି ବି ଦେଶ ନିଜ ସ୍ଥାନକୁ ଅନ୍ୟ ଦେଶକୁ ଦେବା ପାଇଁ ଚାହିଁ ନଥାଏ। ଏହାକୁ ନେଇ ସବୁବେଳେ ଖବର ମଧ୍ୟ ସାମ୍ନାକୁ ଆସେ। ଭାରତ ଓ ପାକିସ୍ତାନକୁ ନେଇ ହେଉଥିବା ବିବାଦ କାହିଁ କେତେ ବର୍ଷ ଆଗରୁ ରହି ଆସିଛିି, ଏହା ଏକ ମୁଖ୍ୟ ପ୍ରମାଣ। କିନ୍ତୁ ଆଜି ଆମେ ଯେଉଁ ସ୍ଥାନ ସମ୍ପର୍କରେ କହିବୁ ତାହା ସବୁଠୁ ଭିନ୍ନ। ଏହାକୁ ଦୁଇ ଦେଶ ମିଶି ଶାସନ କରୁଛନ୍ତି। ଏଥିପାଇଁ ଦୁଇ ଦେଶରେ କିଛି କଳହ ବା ଯୁଦ୍ଧ ମଧ୍ୟ ହୋଇନାହିଁ। ମିଳିତ ସହମତି କ୍ରମେ ଏହି କାର୍ଯ୍ୟକୂ ପୂରା କରାଯାଉଛି।

ଆମେ କହୁଛୁ ଫିଜେଣ୍ଟ ଆଇଲ୍ୟାଣ୍ଡ ସମ୍ପର୍କରେ.. ଯାହା କି ଫ୍ରାନ୍ସ ଓ ସ୍ପେନର ବର୍ଡର ବା ସୀମାରେ ରହିଛି। ଏହି ଦୁଇଟି ଦେଶ ୬ ମାସ ସମୟ କ୍ରମେ ନିଜ ଶାସନ ଚଲାଇଥାନ୍ତି। ଏଠାରେ ୧ ଫେବୃଆରୀ ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ସ୍ପେନ ନିଜ ରୁଲ ଚଲାଇଥାଏ। ଅଗଷ୍ଟ ୧ ରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଫ୍ରାନ୍ସ ର ଶାସନ ଚାଲେ। ଏହା ବର୍ଷକୁ ୩୬୫ ଦିନ ଚାଲୁ ରୁହେ। ଏହି ସୀମା ଦୁଇଟି ଦେଶ ମଧ୍ୟରେ ଥିବା ବିଦାସୋ ନଦୀ କୂଳରେ ରହିଛି।

ଏହି ରୁଲ ଗତ ୩୫୦ ବର୍ଷରୁ ଚାଲୁଛି । ଜାଣି ଛନ୍ତି ଏହି ଆଇଲ୍ୟାଣ୍ଡରେ କେହି ବି ଲୋକ ରୁହନ୍ତି ନାହିଁ। କେବଳ ଖାସ ଦିନକୁ ଛାଡିଲେ ଏହି ଆଇଲ୍ୟାଣ୍ଡକୁ କାହାକୁ ବି ଯିବାକୁ ଅନୁମତି ନାହିଁ। ରିପୋର୍ଟ ଅନୁସାରେ ଏହି ଆଇଲ୍ୟାଣ୍ଡରେ ଏକ ଐତିହାସିକ ବିଲଡିଂ ବା ଅଟ୍ଟାଳିକା ରହିଛି। ଏହାପଛରେ ଏକ ଘଟଣା ମଧ୍ୟ ଲୁଚି ରହିଛି। ଯାହାକି ବର୍ଷ ୧୬୫୯ ରେ ଘଟିଥିଲା। ପ୍ରଥମେ ଏଠାରେ ଫ୍ରାନ୍ସ ଓ ସ୍ପେନ ଦୁହେଁ ନିଜ ର ହକ୍‌ ଜାହିର କରୁଥିଲେ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ମଧ୍ୟ ଉପୁଜିଥିଲା। କିନ୍ତୁ ବର୍ଷ ୧୬୫୯ରେ ଦୁଇ ଦେଶ ମଧ୍ୟରେ ଦୀର୍ଘ ୩ ମାସ ଧରି କଥା ଚାଲିଲା। ପରେ ବୈଠକରେ ଏକ ସନ୍ଧି ବା ଚୁକ୍ତି ସ୍ୱାକ୍ଷର ହେଲା। ଏହାକୁ ପାଇନିସ୍‌ ସନ୍ଧି ନାମରେ ଜଣାଯାଏ। ଆପଣ ଏହାକୁ ଇଣ୍ଟରନେଟ ରେ ସର୍ଚ୍ଚ କରି ସବୁ କିଛି ଜାଣିପାରିବେ।

ତେବେ ଏହି ସନ୍ଧି ସ୍ପାନିଶ କିଙ୍ଗ ଫିଲିପ IV ଙ୍କ ଝିଅ ଓ ଫ୍ରେଞ୍ଚ ରାଜା ଲୁଇସ XIV ଙ୍କ ବିବାହ କୁ ନେଇ ହୋଇଥିଲା। ସେବେଠାରୁ ହିଁ ଏହି ସ୍ଥାନରେ ଦୁଇ ଦେଶର ରାଜୁତି ରୋଟେସନ ହିସାବରେ ହୋଇ ଆସୁଛି। ଶାସନ କୁ ଦେଖିଲେ ସିଷ୍ଟମ ଅନୁଯାୟୀ ଏହି ବର୍ଡରରେ ଲାଗିଥିବା ସ୍ପାନିଶ କସ୍ୱେ ସେନ୍‌ ସେବିଷ୍ଟିୟନ ଓ ଫ୍ରାନ୍ସ ର ବୋୟାନେ ର ନେବଲ କମାଣ୍ଡର ହିଁ ଏହି ଆଇଲ୍ୟାଣ୍ଡର କାର୍ଯ୍ୟକାରୀ ଗଭର୍ଣ୍ଣର।

ଦୁଇଟି ଦେଶ ମଧ୍ୟେ ର ଥିବା ଏହି ଆଇଲ୍ୟାଣ୍ଡ କେବଳ ୨୦୦ ମିଟର ଲମ୍ବା ଓ ୪୦ ମିଟର ଚଉଡ଼ା। ଏହା ଆଜି ମଧ୍ୟ ପୁରୁଣା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇ ରହିଛି। ତେବେ ବଡ଼ କଥା ହେଉଛି ଏହା ଦିନକୁ ଦିନ ସରି ସରି ଯାଉଛି। ଏହାର ଅଧିକାଂଶ ଭାଗ ନଦୀ ରେ ମିଶିଗଲାଣି। ଆଉ ତା ଠୁ ବଡ଼ କଥା ହେଉଛି ଏହି ଦୁଇ ଦେଶ ନିଜ ଆଇଲ୍ୟାଣ୍ଡକୁ ବଞ୍ଚାଇବା ପାଇଁ କିଛି ବି ଚେଷ୍ଟା କରୁନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.