Below header

ତ୍ରେତୟାରୁ ଦ୍ୱାପର : ଏତେ ଲମ୍ବା ସମୟ ଧରି ରହିଥିଲେ କେଉଁ ମହାପୁରୁଷ ?

ପୁରୁଣ କଥା ଅନୁସାରେ ଭଗବାନ ବିଷ୍ଣୁ ଯୁଗେ ଯୁଗେ ଅବତାର ଗ୍ରହଣ କରନ୍ତି । ସେହିଭଳି ଭାବେ ସେ ତ୍ରେତୟା ଯୁଗରେ ରାମ ଏବଂ ଦ୍ୱାପର ଯୁଗରେ କୃଷ୍ଣ ଅବତାର ଧାରଣ କରିଥିଲେ । ତେବେ କିଛି ମହାପୁରୁଷ ଏହିି ଦୁଇଟି ଯୁଗରେ ମଧ୍ୟ ରହିଥିଲେ । ସେମାନଙ୍କ ଭିତରେ ଅଗ୍ରଣୀ ହେଉଛନ୍ତି ଦୁଇ ଜଣ । ଜଣେ ହେଲେ ବିଷ୍ଣୁଙ୍କ ଅନ୍ୟତମ ଅବତାର କୁହାଯାଉଥିବା ପର୍ଶୁରାମ । ଯିଏ କି ସୀତା ବିବାହ ବେଳେ ରାମଙ୍କ ସହ ସାମନା ସାମନି ହୋଇଥିଲେ । ତାଙ୍କୁ ନାରାୟଣଙ୍କ ସ୍ୱରୂପ ଜାଣିବା ପରେ ଦୂରଇ ଯାଇଥିଲେ । ସେହି ପର୍ଶୁରାମ ଦ୍ୱାପର ଯୁଗରେ ଭୀଷ୍ମ, ଦ୍ରୋଣ ଓ କର୍ଣ୍ଣଙ୍କ ଗୁରୁ ଥିଲେ ।
ସେହିପରି ରାମଙ୍କ ସହଚର ଭାବେ ରହିଥିବା ବୀର ହନୁମାନ ମଧ୍ୟ ମହାଭାରତ ବେଳେ ଏକ ଘଟଣା କ୍ରମରେ ଦର୍ଶନ ଦେଇଥିଲେ । ଭୀମ ଓ ହନୁମାନଙ୍କ ଭିତରେ ମୁହାଁମୁହିଁ ହୋଇଥିଲା । ହନୁମାନ ଜଣେ ବୃଦ୍ଧ ଭାବେ ଛଦ୍ମବେଶରେ ରାସ୍ତା ଉପରେ ବସି ରହି ତାଙ୍କ ଲାଙ୍ଗୁଡ଼ ଉଠାଇବାକୁ କହିଥିଲେ । ଭୀମଙ୍କ ଅହଙ୍କାରରେ ଲାଙ୍ଗୁଡ଼ ଉଠାଇବାକୁ ଯାଇ ବିଫଳ ହୋଇଥିଲେ । ପରେ ହନୁମାନଙ୍କୁ ଚିହ୍ନି ପାରି ପ୍ରଣାମ କରିଥିଲେ ।
ତେବେ ଉଭୟ ପର୍ଶୁରାମ ଏବଂ ହନୁମାନ ହେଉଛନ୍ତି ଚିରଞ୍ଜୀବୀ । ଅର୍ଥାତ୍‌ ଯେଉଁମାନଙ୍କର ମୃତ୍ୟୁ ନାହିଁ । ଏମାନଙ୍କ ଭଳି ଆଉ କିଛି ବ୍ୟକ୍ତିତ୍ୱ ମଧ୍ୟ ରାମାୟଣରୁ ମହାଭାରତ ପର୍ଯ୍ୟନ୍ତ ଜୀବିତ ଥିବାର ପ୍ରମାଣ ପୁରାଣରେ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.