Below header

ଅଜଗରକୁ ମହଙ୍ଗା ପଡିଲା ବିଲେଇ ଗିଳିବା, ଯନ୍ତ୍ରଣାରେ ହେଲା ଛଟପଟ

ଗୁଜୁରାଟର ଭଦୋଦରା ଜିଲ୍ଲାରେ ଏକ ବିଲଡିଂ ପଛରେ ଘଟିଛି ଏପରି ଏକ ଘଟଣା । ଏହି ବିଲଡିଂ ପଛରେ ଏକ ୯ ଫୁଟର ବିଶାଳକାୟ ଅଜଗର ଏକ ମୋଟା ବିଲେଇକୁ ଗିଳିଦେଇଥିଲା । ଯାହାକୁ ହଜମ କରିବାରେ ଅସୁବିଧା ହେବାରୁ ତାକୁ ପୁଣି ଥରେ ବାହାରକୁ ବାହାର କରିଛି।

ଜଣେ ବନରକ୍ଷକ ଏକ ସ୍ଥାନୀୟ ବେସରକାରୀ ସଂଗଠନ ସାହାଯ୍ୟରେ ଅଜଗରଟିକୁ ବଂଚାଇବାରେ ସକ୍ଷମ ହୋଇଛନ୍ତି । ତାଙ୍କ କହିବା ଅନୁଯାୟୀ ବେଜଲପୁର ଗ୍ରାମର ଏକ ବିଲଡିଂ ପଛରେ ଗୋଟିଏ ଅଜଗର ଏକ ବିଲେଇକୁ ଧରି ଗିଳିବା ପାଇଁ ଚେଷ୍ଟା କରିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ତାପରେ ଘଟଣାସ୍ଥଳରେ ୱାଇଲ୍ଡଲାଇଫ ରେସକ୍ୟୁ ଟ୍ରଷ୍ଟ ପହଂଚିଥିଲେ ।

गुजरात में 9 फुट के अजगर को महंगा पड़ा बिल्ली को निगलना, पचाने में हुई दिक्कत तो निकाला बाहर

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ , ଅଜଗରଟି କାଠ ଗୁଡିକ ମଧ୍ୟରେ ଲୁଚି ରହିଥିଲା । ତାପରେ ସେ ବିଲେଇକୁ ଧରିବା ମାତ୍ରେ ହିଁ ଗିଳିବାକୁ ଚେଷ୍ଟା କରିଥିଲା କିନ୍ତୁ କିଛି ସମୟ ପରିଶ୍ରମ ପରେ ସାପଟିକୁ ଲାଗିଥିଲା ଯେ ବିଲେଇଟି ବହୁତ ବଡ଼ ଅଟେ ଯାହାକୁ ସେ ହଜମ କରିପାରିବ ନାହିଁ । ତେବେ ଅଧା ଗିଳିଦେଇଥିବା କାରଣରୁ ଅଜଗରଟି ନା ବିଲେଇଟିକୁ ବାହାରକୁ ବାହାର କରିପାରୁଥିଲା । ବହୁତ କଷ୍ଟରେ ଶେଷରେ ସେ ବିଲେଇଟିକୁ ବାହାର କରିଥିଲା ସତ କିନ୍ତୁ ଯନ୍ତ୍ରଣାରେ ଛଟପଟ ହେଉଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ସାପଟିକୁ ବଞ୍ଚା ଯାଇ ପାରିଥିଲା । ଶେଷରେ ତାକୁ ପୁଣିଥରେ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.