ମହମ୍ମଦ ଅଜହରୁଦ୍ଦିନଙ୍କ ପୁଅର କନ୍ୟା ବନିବେ ସାନିଆ ମିର୍ଜାଙ୍କ ଭଉଣୀ, ଜାଣନ୍ତୁ କେବେ ରହିଛି ବିବାହ ଡେଟ୍‌

ଟେନିସ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଟିମ୍‌ ଇଣ୍ଡିଆର ପୂର୍ବ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନଙ୍କ ପୁଅ ମହମ୍ମଦ ଅସଦଙ୍କୁ ଖୁବଶୀଘ୍ର ବାହା ହେବାକୁ ଯାଉଛନ୍ତି। ସେ ଶୀଘ୍ର ମହମ୍ମଦଙ୍କ ପୁଅ ଅସଦଙ୍କ ଦୁଲହନ୍‌ ବନିବେ। ଲମ୍ବା ସମୟ ଧରି ଏହାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ସାନିଆ ମିର୍ଜା।

sania_mirjaସେ ଜଣାଇଛନ୍ତି ଯେ, ‘ଆନମ ଡିସେମ୍ବରରେ ବିବାହ କରୁଛନ୍ତି। ଆମେ ଏବେ ନିକଟରେ ବ୍ୟାଚଲର ପାର୍ଟି ପାଳନ କରିଆସିଛୁ। ମୁଁ ବହୁତ ଖୁସି ଅଛି।’ ସାନିଆଙ୍କ ଭଉଣୀ ଆନମ ମିର୍ଜା ପେଶାରେ ଫ୍ୟାସନ ଡିଜାଇନର।

asadସୋସିଆଲ ମିଡିଆରେ ମହମ୍ମଦ ଆନମ ତାଙ୍କ ଭାବି ସ୍ୱାମୀ ଅସଦଙ୍କ ସହିତ ଫଟୋ ସେୟାର କରିଥିଲେ। ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଥିଲେ ‘ଫ୍ୟାମିଲୀ’। ଏହାପରେ ଦୁହିଁଙ୍କର ବିବାହର ଗୁଜବ ଚର୍ଚ୍ଚାରେ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.