Below header

ବିନା ମେକ୍‌ଅପ୍‌ରେ ଏମିତି ଦିଶନ୍ତି ଏହି ଟପ୍‌ ଅଭିନେତ୍ରୀ, ଦେଖିଲେ ଆପଣ ବି ଚିହ୍ନିପାରିବେନି

ଫିଲ୍ମରେ ଗ୍ଲାମର୍ସ ଜଗତର ସବୁ କଳାକାର ବହୁତ ସୁନ୍ଦର ଦିଶିଥାନ୍ତି। ଦାଗହୀନ ଓ ଚମକଦାର ତ୍ୱଚା ଦେଖି ବାହାର ଲୋକେ ସେମାନଙ୍କ ପ୍ରତି ଆକର୍ଷିତ ମଧ୍ୟ ହୁଅନ୍ତି। କିଛି ଲୋକ ସୁନ୍ଦର ଦେଖାଯିବା ପାଇଁ ସେମାନଙ୍କ ଟିପ୍ସ ନେବାକୁ ମଧ୍ୟ ପଛାଇନଥାନ୍ତି। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପରଦା ଉପରେ ଗ୍ଲାମର୍ସ ଲୁକ୍‌ ଦେଉଥିବା ଅଭିନେତ୍ରୀଙ୍କ ପ୍ରକୃତ ଚେହେରା ସାଧାରଣ ଲୋକଙ୍କ ଭଳି ହିଁ ହୋଇଥାଏ। ସେମାନଙ୍କ ମୁହଁରେ ମଧ୍ୟ ଦାଗ, ବ୍ରଣ ଥାଏ। ଯାହାକୁ ସେମାନେ ମେକ୍‌ଅପ୍‌ ଦ୍ୱାରା ଲୁଚାଇଥାନ୍ତି। ଆମେ ଆଜି ଆପଣଙ୍କୁ ସେଭଳି କେତେ ଜଣ ଅଭିନେତ୍ରୀଙ୍କ ବିନା ମେକ୍‌ଅପ୍‌ ଫଟୋ ଦେଖାଇବାକୁ ଯାଉଛୁ।

ଏହାସହ ପଢ଼ନ୍ତୁ: ଛାତରେ ଏମିତି ଅବସ୍ଥାରେ ନଜର ଆସିଲେ ଅମୀର ଖାନ୍‌ଙ୍କ ଝିଅ, ଫଟୋ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

କରୀନା କପୁର ଖାନ୍‌ ତାଙ୍କ ସ୍ଲିମ୍‌ଟ୍ରିମ୍‌ ଫିଗର ପାଇଁ ସବୁବେଳେ ଲାଇମ୍‌ ଲାଇଟ୍‌ରେ ରହିଥାନ୍ତି। ଏଥିସହ ତାଙ୍କ ଚମକଦାର ତ୍ୱଚା ମଧ୍ୟ ଆଜି ବି ଯୁବପିଢ଼ିଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରିଥାଏ। କିନ୍ତୁ ଆପଣ କେବେ କରୀନାଙ୍କ ବିନା ମେ୍‌ଅପ୍‌ରେ ଫଟୋ ଦେଖିନଥିବେ। ଏବେ ସୋସିଆଲ ମିଡିଆରେ କରୀନାଙ୍କ ବିନା ମେକ୍‌ଅପ୍‌ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଫଟୋ ଦେଖି କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିବା ଜଣାଯାଇଛି।

ଉଭୟ ବଲିଉଡ୍‌ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଥିବା କାଜଲ ଅଗ୍ରଓ୍ଵାଲଙ୍କର ମଧ୍ୟ ବିନା ମେକ୍‌ଅପ୍‌ରେ ଫଟୋ ଭାଇରାଲ ହୋଇଛି। ଏହି ଫଟୋକୁ କାଜଲ ନିଜେ ସେୟାର କରିଛନ୍ତି। ଏହି ଫଟୋରେ ସେ କ୍ୟାପସନ୍‌ ଦେଇଛନ୍ତି, ‘ଲୋକେ ଭିତରର ସୁନ୍ଦରତା ଅପେକ୍ଷା ବାହାରର ଚାକଚକ୍ୟ ପ୍ରତି ବେଶୀ ଆକର୍ଷିତ ହୋଇଥାନ୍ତି।’

ଅନୀଲ ତନୟା ସୋନମ୍‌ କପୁରଙ୍କୁ କିଏ ବା ନ ଜାଣେ। ଆପଣ ମାନେ ପରଦା ଉପରେ ତ ସବୁବେଳେ ସୋନମ୍‌ଙ୍କ ଗ୍ଲାମର୍ସ ଅବତାର ଦେଖିଥିବେ। ମାତ୍ର ଏବେ ଭାଇରାଲ ହୋଇଥିବା ଫଟୋରେ ସୋନମ୍‌ଙ୍କୁ ଚିହ୍ନିବା ଟିକେ ମୁସ୍କିଲ ହୋଇପଡ଼ିଛି। ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଫଟୋ।

ନିକଟରେ କ୍ୟାଟ୍ରିନା କୈଫ୍‌ଙ୍କୁ ଜିମ୍‌ରୁ ବାହାରୁଥିବା ଦେଖିବାକୁ ମିଳିଥିଲା। ସେତେବେଳେ ସେ ବିନା ମେକ୍‌ଅପ୍‌ରେ ଥିଲେ। ତେବେ ମେକ୍‌ଅପ୍‌ ବିନା ମଧ୍ୟ ସେ ସୁନ୍ଦର ଲାଗୁଥିଲେ। ଶେଷ ଥର ପାଇଁ ଏହି ଫିଲ୍ମଷ୍ଟାରଙ୍କୁ ଭାରତ ଫିଲ୍ମରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.