Below header

କି ଅଦ୍ଭୁତ ଦୃଶ୍ୟ ! ନିଜ ଠାରୁ ଦୁଇଗୁଣା ବଡ଼ ଚଢେଇକୁ ଗିଳିଦେଲା ବୁଢିଆଣୀ

ମାଙ୍କଡସାକୁ ଆମେ ସାଧାରଣତଃ ନିଜ ଘର କାନ୍ଥରେ ବା  ଖାଲି ପଡିଥିବା ଘରେ ଜାଲ ବୁଣି ରହିଥିବାର ଦେଖିଥାଉ । ଏହି ଜାଲରେ ଫସି ରହିଥିବା ଛୋଟ ଛୋଟ କୀଟ ପତଙ୍ଗକୁ ଏମାନେ ନିଜ ଆହାର ଭାବେ ଗ୍ରହଣ କରିଥାନ୍ତି । କିନ୍ତୁ ଏହି ମାଙ୍କଡସାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ମାଙ୍କଡସାର ଏହିଭଳି  ଅଦ୍ଭୁତ ଦୃଶ୍ୟ ଆଗରୁ କେବେ ବି ଦେଖିନଥିବେ ।ଭାଇରାଲ ହୋଇଥିବା  ଏହି ଭିଡିଓରେ ଏକ ମାଙ୍କଡସା ଗୋଟିଏ ଚଢେଇକୁ ନିଜର ଶିକାର କରିଛି , ଏମିତି ଶିକାର ଯାହା ଦେଖିଲେ ଆପଣ ତାଯୁବ ହୋଇ ରହିଯିବେ ।

ମାଙ୍କଡ଼ସାଟି ନିଜ ପାଟି ସାହାଯ୍ୟରେ ଚଢେଇଟିକୁ ଚାପି ରଖିଛି । ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ  ଲାଗୁଛି ନା …ମନକୁ ଆସୁଥିବ ଯେ ମାଙ୍କଡସା ନିଜ ଠାରୁ ଆକାରରେ ଦ୍ୱିଗୁଣ ବଡ ଚଢେଇକୁ କିପରି ନିଜ ପାଟି ସାହାଯ୍ୟରେ ଚାପି ରଖି ପାରୁଛି କିପରି ? ସେ କେବଳ ପାଟିରେ ଚଢେଇଟିକୁ ଚାପି  ରଖିନାହିଁ ବରଂ ସେ  ସେହି ଚଢେଇକୁ ଆସ୍ତେ ଆସ୍ତେ ଚୋବେଇବାରେ ମଧ୍ୟ ଲାଗିଛି । ଏହି ଦୃଶ୍ୟ ଦେଖି ଏମିତି  ଲାଗୁଛି ଯେମିତିକି ମାଙ୍କଡସା ଆଉ ଅଳ୍ପ ସମୟ ମଧ୍ୟରେ ସେହି ବଡ ଆକାରର ଚଢେଇକୁ ସମ୍ପୂର୍ଣ୍ଣ ଭାବରେ ନିଜ ପାଟି ଭିତରକୁ ନେଇଯିବ ।


ଏହି ଭିଡିଓଟିକୁ AmazingScaryVid ନାମକ ଜଣେ ଟ୍ଵିଟର ୟୁଜର ସେୟାର କରିଥିଲେ । ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ  ହେବାର ମାତ୍ର କିଛି ସମୟ ମଧ୍ୟରେ ହିଁ ଏହାକୁ ଲକ୍ଷାଧିକ ଲୋକ ଦେଖି ସାରିଥିଲେ । ଏହା ସହିତ ଲୋକେ ଭିନ୍ନ ଭିନ୍ନ ରୋମାଞ୍ଚକ କମେଣ୍ଟ ମଧ୍ୟ ଦେଇଛନ୍ତି । କେହି ଜଣେ କହିଛନ୍ତି  ଯେ “ଏହି କଳିଯୁଗରେ ସବୁକିଛି ସମ୍ଭବ ହୋଇପାରେ ” । ସେହିପରି ଆଉ ଜଣେ ୟୁର୍ଜସ ଏହାକୁ ପ୍ରକୃତିର ଅଦ୍ଭୁତ ରଚନା ବୋଲି ମଧ୍ୟ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.