ସୋସିଆଲ ମିଡିଆରେ ଧମାଲ ମଚାଉଛି ନେହା ଏବଂ ସନିଙ୍କ କେମେଷ୍ଟ୍ରୀ, ନେହା ନୂଆ ଲୁକରେ ଆସିବେ ନଜର 

ନେହା କକ୍କର ପୁଣି ଏକ ମ୍ୟୁଜିକ ଭିଡିଓ ଜରିଆରେ ଧମାଲ ମଚାଉଛନ୍ତି। ଏଥିରେ ନେହାଙ୍କ ସହିତ ସନି କୌଶଲ ନଜର ଆସିବେ। ‘ତାରୋ କେ ସହର’ ଶୀର୍ଷକ ବିଶିଷ୍ଟ ଏହି ଗୀତରେ ନ୍ୟୁୟର୍କ ସିଟୀ କାହାଣୀକୁ ନେଇ ବନାଯାଇଛି। କିନ୍ତୁ ଏହାର ସୁଟିଂ ଦିଲ୍ଲୀରେ ହୋଇଛି।

neha1ଏହି ମ୍ୟୁଜିକ ଭିଡିଓରେ ସନି ଜଣେ କ୍ରିମିନାଲ ରୂପରେ ଦେଖାଯିବେ। ଭିଡିଓରେ ତାଙ୍କ ଭିତରେ ବଢ଼ିଆ କେମେଷ୍ଟ୍ରୀ ଦେଖାଯାଉଛି। ଯାହା ଲୋକଙ୍କ ହୃଦୟକୁ ଜିତିନେଉଛି। ଖାଲି ଏତିକି ନୁହେଁ ଉଭୟଙ୍କ ଲୁକକୁ ବି ବହୁତ ଷ୍ଟାଇଲିସ୍‌ ରହିଛି।

ଏହି ମ୍ୟୁଜିକ ଭିଡିଓରେ ନେହାଙ୍କର ନୂଆ ଲୁକ୍‌ ଦେଖିବାକୁ ମିଳିବ। ତାଙ୍କର ନୂଆ ଅବତାରକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ଖୁବ୍‌ ପ୍ରଶଂସା କରୁଛନ୍ତି। ଏହି ଭିଡିଓରେ ନେହା ଏବଂ ଜୁବିନ ନୌଟିୟାଲଙ୍କ ସୁମଧୁର କଣ୍ଠ ଶୁଣିବାକୁ ମିଳିବ। ସେହିପରି ଏହି ଗୀତକୁ ଅରବିନ୍ଦ ଖୈରା ଡାଇରେକ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.