ସାରାଙ୍କ ସହ ମିଶି ପ୍ରଥମଥର ପାଇଁ ଅଧିକ ଡ୍ରଗ୍ସ ନେଇଥିଲେ ସୁଶାନ୍ତ, ଏନସିବି ଆଗରେ ମାନିଲେ ରିୟା

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଏକ ବଡ଼ ବୟାନର ଖୁଲାସା ହୋଇଛି। ଗିରଫ ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସହିତ ପଚରାଉଚରା ବେଳେ ରିୟା ସୁଶାନ୍ତଙ୍କ ଘରୁ ବାହାରିବାର ପ୍ରକୃତ କାରଣ କହିଛନ୍ତି। ରିୟା କାହିଁକି ଜୁନ୍ ୮ରେ ସୁଶାନ୍ତଙ୍କ ଘରୁ ବାହାରିଥିଲେ ସେ ନେଇ ସେ ଏନସିବିକୁ ଜଣାଇଥିଲେ।

ମିଡିଆ ରିପୋର୍ଟ ମୁତାବକ, ଏନସିବିକୁ ଦିଆଯାଇଥିବା ବିବୃତ୍ତିରେ ରିୟା କହିଛନ୍ତି ଯେ, ସୁଶାନ୍ତ ନିଶାଗ୍ରସ୍ତ ହୋଇସାରିଥିଲେ ଏବଂ ସେ ଏଥିରୁ ବାହାରି ପାରିବେ ନାହିଁ ବୋଲି ମୁଁ ଜାଣି ସାରିଥିଲି। ତେଣୁ ଜୁନ ୮ ତାରିଖରେ ସୁଶାନ୍ତଙ୍କ ଘର ଛାଡିଦେଇଥିଲି। ଲକଡାଉନ୍ ଏବଂ ସୁଶାନ୍ତ ଉପରେ ଲାଗିଥିବା #ମି ଠୁ ଅଭିଯୋଗକୁ ଧ୍ୟାନରେ ରଖି ମୋ କ୍ୟାରିଅର୍ ନଷ୍ଟ ହୋଇଯିବ ବୋଲି ଭାବି ମୁଁ ସୁଶାନ୍ତଙ୍କ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲି।

rhea chakrabartty

ଏହାଛଡା ରିୟା ଆହୁରି ମଧ୍ୟ କହିଛନ୍ତି, ସୁଶାନ୍ତ ଏବଂ ସାରା ଫିଲ୍ମ କେଦାରନାଥର ସୁଟିଂ ସମୟରେ ହିମାଳୟରେ ରହିଥିଲେ, ମାଗଣା ଉପଲବ୍ଧତା ହେତୁ ସେ ସେଠାରେ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ପୁରା ସେଟ୍ ଡ୍ରଗ୍ସ ନେଉଥିଲା। ସାରା ମଧ୍ୟ ସୁଶାନ୍ତଙ୍କ ସହ ଡ୍ରଗ୍ସ ନେଉଥିଲେ। ପୂର୍ବରୁ ଡ୍ରଗ୍ସ ନେଉଥିବା ସୁଶାନ୍ତ ସାରାଙ୍କ ସହ ମିଶି ଅଧିକରୁ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ସେଠାରୁ ଫେରିବା ପରେ ସେ ଡ୍ରଗ୍ସକୁ ଛାଡ଼ି ପାରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.