Below header

ଆଜି ବିଶ୍ୱ ଶାନ୍ତି ଦିବସ, ଜାଣନ୍ତୁ ଧଳା ପାରାକୁ ହିଁ କାହିଁକି ଶାନ୍ତିର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି

ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ ତାରିଖ ଅର୍ଥାତ ଆଜିର ଦିନକୁ “ବିଶ୍ୱ ଶାନ୍ତି ଦିବସ” ଭାବରେ ପାଳନ କରାଯାଏ । ଏହି ଦିବସ ଜାତିସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଥିବା ବେଳେ ୧୯୮୧ ମସିହା ଠାରୁ ପ୍ରତିବର୍ଷ  ଏହାକୁ  ପାଳନ କରା ଯାଇଆସୁଛି । ଗୋଟିଏ ଦିନ ବା “୨୪ ଘଣ୍ଟା ଅହିଂସା ନୀତି” ପାଳନ କରିବା ପାଇଁ ବିଶ୍ବର ବିଭିନ୍ନ ଦେଶ ମାନଙ୍କୁ ପ୍ରୋତ୍ସାହିତ କରିବା ହିଁ ଏହି ଦିବସ ପାଳନର ମୂଳଲକ୍ଷ । ୨୦୦୧ ରେ ପ୍ରଥମ ଥର ପାଇଁ ଜାତିସଂଘ  ମହାସଭା ବିଶ୍ୱ ଶାନ୍ତି ଦିବସରେ “ଅହିଂସା ଓ ସଂଘର୍ଷ ବିରତି” ନେଇ  ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଥିଲେ । ଅନ୍ୟ ପକ୍ଷରେ  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ “ଶାନ୍ତିର ନିର୍ଦ୍ଦିଷ୍ଟ କୌଣସି ରାସ୍ତା ନାହିଁ, ଶାନ୍ତି ହିଁ ନିଜେ ନିଜର ରାସ୍ତା” । ଚଳିତ ବର୍ଷ  ଏହି ସ୍ୱତନ୍ତ୍ର ଦିବସର ଥିମ ବା ବିଷୟ  “ସେପିଙ୍ଗ ପିସ ଟୁ ଗେଦର” ରଖାଯାଇଛି ।

peace day

ଅର୍ଥାତ “ମିଳିମିଶି ଶାନ୍ତି ବଜାୟ ରଖିବା” । ଏହାବାଦ କରୋନା ମହାମାରୀ କାଳରେ  ନିଜ ହୃଦୟରେ ଦୟା ଗୁଣ ବୃଦ୍ଧି କରିବାକୁ ଜାତିସଂଘ ପକ୍ଷରୁ ପ୍ରୋତ୍ସାହିତ କରାଯାଇଛି । କୋଭିଡ ମହାମାରୀ ବିଶ୍ୱ ସମୁଦାୟକୁ ଏକ ମହତ ଶିକ୍ଷା ଦେଇଛି । ସମସ୍ତେ ପରସ୍ପର ସହ ଜଡିତ ହୋଇ ନିଜ ନିଜ ମଧ୍ୟରେ ଏକତା ବଜାୟ ରଖିଲେ ବଡରୁ ବଡ ଧରଣର ଚ୍ୟାଲେଞ୍ଜକୁ ମଧ୍ୟ ସହଜରେ ହରାଇ ଦେଇପାରିବା । ବିଶ୍ୱର ବିଭିନ୍ନ ଦେଶ ନିଜ ନିଜର ସ୍ୱତନ୍ତ୍ର ଶାନ୍ତି ପ୍ରତୀକ ଭାବେ ଗ୍ରହଣ କରିଥିଲେ ମଧ୍ୟ ଅଧିକାଂଶ ରାଷ୍ଟ୍ର କବୂତର ବା ଧଳା ରଙ୍ଗର ପାରାକୁ  ନିଜ ଶାନ୍ତିର ପ୍ରତୀକ ଭାବେ ମାନିଥାନ୍ତି ।  ପ୍ରସିଦ୍ଧ ସ୍ପେନୀଶ କଳାକାର ପାବ୍ଲୋ ପିକାସୋଙ୍କ ନିର୍ମିତ “ଡ଼ଭ ଅଫ ପିସ”କୁ ପ୍ରଥମ ଥର ପାଇଁ ୧୯୪୯

ଆଜି ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବି ଏହି ବିଶେଷ ଦିବସରେ ଟ୍ୱିଟ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ମସିହାରେ ପ୍ୟାରିସ ଠାରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ଶାନ୍ତି ସମ୍ମେଳନରେ ପ୍ରତୀକ ଭାବରେ ଗ୍ରହଣ କରାଯାଇଥିଲା । ଏହାବାଦ ଗ୍ରୀକ ପୌରାଣିକ କଥା ଅନୁଯାୟୀ, ଧଳାପାରାକୁ ପ୍ରେମ ତଥା ଜୀବନରେ ନୂଆ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟର ପ୍ରତୀକ ଭାବରେ ଧରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.