ଯୁବକ ନା ଦୁର୍ବୃତ୍ତ ! ରୋଡ୍ ଉପରେ ବଦମାସୀ କରି ଲୋକଙ୍କ ଠାରୁ ଛେଚା ଖାଇଲେ, ପୋଲିସ୍ ହାତରେ ଲାଗିଲା ଖାଲି ଭଙ୍ଗା ବୁଲେଟ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ରାସ୍ତାରେ ଷ୍ଟାଇଲ୍ ମାରି ବାଇକ୍ ଚଲାଇବା ସହ ଲୋକଙ୍କୁ ହଇରାଣ କରୁଥିବା ଯୁବକମାନଙ୍କୁ ପାନେ ଦେଇଛନ୍ତି ସ୍ଥାନୀୟ ଲୋକେ । ଏହି ଘଟଣା ଘଟିଛି ଭୁବନେଶ୍ୱର ଲକ୍ଷ୍ମୀ ସାଗର ଥାନା ଅଧୀନ ଶବର ସାହି ଅଂଚଳରେ। ପୋଲିସ୍ ପହଞ୍ଚିଲା ବେଳକୁ ଏହି ରୋଡ୍ ହିରୋମାନେ ନିଜ ବୁଲେଟ୍ ଗାଡ଼ିକୁ ଛାଡ଼ି ଫେରାର ହୋଇ ଯାଇଥିଲେ । ଭଙ୍ଗା ବୁଲେଟ୍‌କୁ ପୋଲିସ୍ ଜବତ କରିଛି ।

ROAD ROMEO

ପୋଲିସ୍ ଏବଂ ପ୍ରତ୍ୟକ୍ଷଦର୍ଶୀ ଙ୍କ ସୂଚନା ଅନୁସାରେ ଯୁବକମାନେ OD,BD-3652 number ବୁଲେଟ୍‌ରେ ଚିନ୍ତାମଣିଶ୍ଵର ଓ ଶବର ସାହି ଅଂଚଳରେ ବୁଲି ବୁଲି ରାସ୍ତାରେ ଯାଉଥିବା ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲେ । ଲୋକଙ୍କ ଗାଡ଼ିକୁ ସାଇଡ ମାରି ହଇରାଣ ଓ ଝଗଡ଼ା କରୁଥିଲେ। ଏହିଭଳି କରୁଥିବା ସମୟରେ ଶବର ସାହିର ଜଣେ ନାବାଳକ ସେମାନଙ୍କ ହାବୁଡ଼ ପଡ଼ି ଯାଇଥିଲେ । ସେମାନେ ତାକୁ ମାରପିଟ୍ କରି ସେଠାରୁ ଚାଲି ଯାଇଥିଲେ।

ତେବେ ପୁଣି ଫେରି ଆସି କିଛି ଯୁବକଙ୍କ ସହିତ ମୁହାଁ ମୁହିଁ ହୋଇ ଝଗଡ଼ା କରିଥିଲେ । ଏହି ସମୟରେ ଆଗରୁ ରାଗି କରି ରହିଥିବା ଶବର ସାହି ଲୋକେ ଯୁବକମାନଙ୍କୁ ଧରି ନିର୍ଦ୍ଧୁମ ଛେଚିଥିଲେ । ପରେ ପୋଲିସ୍ ଜିମା ଦେବାକୁ ଫୋନ୍ କରିଥିଲେ । ପୋଲିସ୍ ଠିକ୍ ଆସିବା ସମୟରେ ଯୁବକମାନେ ଘଟଣା ସ୍ଥଳରୁ ଚଂପଟ୍ ମାରିଥିଲେ। ଲୋକେ ସେମାନଙ୍କ ରାଗ ବୁଲେଟ ଉପରେ ଶୁଝାଇଥିଲେ। ପୋଲିସ୍ ବୁଲେଟ୍ ନମ୍ବରକୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.