ଦଶ ବର୍ଷରେ ଆଠ ଜଣ ବୃଦ୍ଧଙ୍କୁ ବିବାହ କରିଥିଲା ଏହି ଲୁଟେରୀ ଦୁଲହନ, ବିବାହ ପରେ କରୁଥିଲା କିଛି ଏପରି

ଉତ୍ତରପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପ ତାଯୁବ ହୋଇଯିବେ । ନିକଟରେ ୟୁପି ପୋଲିସ ଏକ ଏମିତି ଜଣେ ଲୁଟେରି କନ୍ୟାଙ୍କ ବିରିଧରେ ମାମଲା ରୁଜୁ କରିଛନ୍ତି ଯିଏ ୧୦ ବର୍ଷ ମଧ୍ୟରେ ୮ ଜଣ ବୟସ୍କଙ୍କୁ ବିବାହ କରି,ବିବାହ ପରେ ସେ ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ଘରୁ ପଳାଇ ଯାଇଥିଲେ।

ସୂଚନା ଅନୁଯାୟୀ ୟୁପିର ଗାଜିଆବାଦ ପୋଲିସ ମୋନିକା ମଲିକ ନାମକ ଜଣେ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଯିଏକି କେବଳ ବୃଦ୍ଧମାନଙ୍କୁ ଟାର୍ଗେଟ କରୁଥିଲେ । ଏହି ଫ୍ରଡ ମହିଳା ଜଣେ ୬୬ ବର୍ଷିୟ କଣ୍ଟ୍ରାକ୍ଟରକୁ ନିଜର ଟାର୍ଗେଟ କରିଥିଲେ ଏବଂ ସେ ତାଙ୍କ ଅଷ୍ଟମ ବରଠାରୁ ୧୫ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ନେଇ ପଳାଇ ଯାଇଥିଲେ । ଏହି ବ୍ୟକ୍ତିଙ୍କ ନାମ ଜୁଗାଲ କିଶୋର ଯିଏ ଗାଜିଆବାଦର ଅଟନ୍ତି । ଗତ ବର୍ଷ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁଅ ମଧ୍ୟ ଏକ ଅଲଗା ଘରେ ରହୁଥିଲେ । ତେଣୁ ଏକାକୀ ହେତୁ ସେ ଅନ୍ୟକୁ ବିବାହ କରିବାକୁ ଚିନ୍ତା କରିଥିଲେ ।

प्रतीकात्मक फोटो

ଏହି କାରଣରୁ ସେ ଦିଲ୍ଲୀର ମେଟ୍ରୋମୋନିଆଲ୍ ଏଜେନ୍ସି ଖାନ୍ନା ଭିଭା କେନ୍ଦ୍ର ଯାଇଥିଲେ । ଏହା ପରେ ମେଟ୍ରୋମୋନିଆଲ୍ ସାଇଟରୁ ମୋନିକା ମଲିକଙ୍କ ସହ ଜୁଗାଲ କିଶୋରଙ୍କୁ ପରିଚିତ କରାଯାଇଥିଲା ଯିଏ ନିଜକୁ ଜଣେ ଡିଭୋର୍ସି ବୋଲି କରିଥିଲେ । ଅଗଷ୍ଟ ୨୦୧୯ ରେ ଦୁହେଁ କୋର୍ଟରେ ବିବାହ କରିଥିଲେ। ଏହା ପରେ ଦୁହେଁ ଏକାଠି ରହିଥିଲେ କିନ୍ତୁ ଦୁଇମାସ ପରେ ଯୁବତୀ ଜଣକ ଘରୁ ସମସ୍ତ ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ପଳାଇ ଯାଇଥିଲେ ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ଥିଲା ।

ଏହା ପରେ ଯୁବକ ଜଣକ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଯାଞ୍ଚ ପରେ ଜଣାପଡିଥିଲା ​​ଯେ ୧୦ ବର୍ଷ ମଧ୍ୟରେ ଉକ୍ତ ଯୁବତୀଙ୍କର ଏହା ଅଷ୍ଟମ ବିବାହ ଥିଲା ଏବଂ ପ୍ରତ୍ୟେକ ଥର ସେ ବରକୁ ଲୁଟି ନେଇ ପଳାଇଯାଉଥିଲେ । ଏହି ସମସ୍ତ ବିବାହର ଖାନ୍ନା ବିବାହ କେନ୍ଦ୍ର ହିଁ କରୁଥିଲେ । ଏହା ପରେ ପୋଲିସ ମୋନିକା, ତାଙ୍କ ପରିବାର ଏବଂ ମେଟ୍ରୋମୋନିଆଲ୍ ଏଜେନ୍ସି ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୩୮୦, ୩୮୪, ୩୮୮ ଏବଂ ୧୨୦ଈ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.