ଚିପ୍ସ ପ୍ୟାକେଟରୁ ଶାଢ଼ି ପ୍ରସ୍ତୁତ କଲେ ଯୁବତୀ, ଲୋକେ ଦେଖି ହୋଇଗଲେ କାବା

ଫିଲ୍ମ ଦେଖିବା ସମୟରେ ଆମକୁ ନିଶ୍ଚିତ ଭାବରେ କିଛି ଖାଇବାକୁ ଇଚ୍ଛା ହୋଇଥାଏ। ସେହି ସମୟରେ ଆଳୁ ଚିପ୍ସ ହେଉ କିମ୍ବା ଚଟପଟା ଜିନିଷ ହେଉ ତାର ମଜା ଅଲଗା ହୋଇଥାଏ । ଏହା କାହାକୁ ବା ନାପସନ୍ଦ। ଅନେକ ଲୋକ ବେଶ ମଜାରେ ଏହାକୁ ଖାଇଥାନ୍ତି। ପ୍ରାୟତଃ ଆଳୁ ଚିପ୍ସ ଖାଇବା ପରେ, ଆମେ ସେହି ପ୍ୟାକେଟଗୁଡ଼ିକୁ ଅଳିଆଗଦାରେ ପକାଇଥାଉ, ହେଲେ ପ୍ୟାକେଟ୍‌କୁ ସଂଗ୍ରହ କରି ଘରେ ରଖିବା କିମ୍ବା ସେଥିରୁ କିଛି ପ୍ରସ୍ତୁତ କରିବା କଥା ଉଠିଲେ, ଅନେକ ଲୋକ ଏହାର କୌଶଳ ଜାଣିନଥାନ୍ତି । କିନ୍ତୁ ଏବେ ଜଣେ ଯୁବତୀ ଚିପ୍ସର ପ୍ୟାକେଟ୍‌ ବ୍ୟବହାର କରି ଏକ ଶାଢ଼ି ତିଆରି କରିଛନ୍ତି, ଯାହାକୁ ଦେଖିବା ପରେ ଲୋକମାନେ ଚକିତ ହୋଇଯାଇଛନ୍ତି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯୁବତୀଜଣଙ୍କ ନିଜ ପସନ୍ଦର ଚିପ୍ସ ଖାଇ ତାର ପ୍ୟାକେଟକୁ ସାଇତି ରଖିଥିଲେ। ପରେ ସେ ପ୍ୟାକେଟ୍‌ଗୁଡ଼ିକୁ ଯୋଡ଼ି ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଥିଲେ। କେବଳ ଏତିକି ନୁହେଁ ସେ ଏହାକୁ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ସେୟାର୍ ହୋଇଥିବା ଏକ କ୍ଲିପ୍ ରେ, ଆପଣ ହାତରେ ଆଳୁ ଚିପ୍ସର ଏକ ପ୍ୟାକେଟ୍ ଥିବା ଝିଅକୁ ଦେଖିପାରିବେ ଏବଂ ତା’ପରେ ଭିଡିଓରେ, ସେ ଚିପ୍ସ ପ୍ୟାକେଟର ଏକ ଶାଢ଼ି ପିନ୍ଧିଥିବାର ଦେଖାଯାଏ ଯାହା ଆଳୁ ଚିପ୍ସ ପ୍ୟାକେଟ୍‌ ଦ୍ୱାରା ନିର୍ମିତ ।

 

View this post on Instagram

 

A post shared by BeBadass.in (@bebadass.in)

ଏହାର ଭିଡିଓକୁ ପ୍ରଥମେ ‘Mae.co.in’ ନାମକ ଆକାଉଣ୍ଟରୁ ଶେୟାର କରିଥିଲେ। ଏବେ ଇନ୍‌ଷ୍ଟାଗ୍ରାମର ‘bebqdass.in’ ଆକାଉଣ୍ଟରୁ ତାହାକୁ ଶେୟାର କରାଯିବା ପରେ ଲୋକମାନେ ଯୁବତୀଙ୍କ ପ୍ରଶଂସା କରୁଛନ୍ତି। ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଥିବା ବେଳେ ହଜାର ହଜାର ଏହାର ପ୍ରଶଂସା କରୁଛନ୍ତି।

କେହି କେହି ଏହି ଚିପ୍ସ ପ୍ୟାକେଟ୍ ଶାଢ଼ିର କୌଶଳକୁ ପସନ୍ଦ କରିଥିଲା ବେଳେ ଅନ୍ୟମାନେ ଆଦୌ ପ୍ରଭାବିତ ହୋଇନଥିଲେ । ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଆମେ ସମସ୍ତେ ସ୍ନାକ୍ସ ଭଳି ଦେଖାଯିବାକୁ ଚାହୁଁଛୁ।’ ଅନ୍ୟ ପଟେ, ଅନ୍ୟ ଜଣେ ଉପଭୋକ୍ତା ଥଟ୍ଟା କରି ଲେଖିଛନ୍ତି, ‘ଯଦି ଶାଢ଼ି ହେବ ତ ଏପରି’। ଆଜିକାଲି ଲୋକମାନେ କଳା ନାମରେ ବିଭିନ୍ନ କୌଶଳ କରନ୍ତି । ଯେତେବେଳେ ଜଣେ ଉପଭୋକ୍ତା ଲେଖିଥିଲେ, ‘ହେ ଭଗବାନ! ବର୍ତ୍ତମାନ ଏକ ଅବତାର ନିଅ, ପୃଥିବୀ ଉପରେ ସଙ୍କଟ ପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.