ସବୁ ଶିଷ୍ଟାଚାର ଭୁଲିଗଲେ ସାର, ଯୌନ ଲାଳସାରେ ଦୁଇ ଶିକ୍ଷକ ମିଶି ସ୍କୁଲ ଛାତ୍ରୀଙ୍କୁ କଲେ ଦୁଷ୍କର୍ମ
ହଠାତ ରାତି ଅଧରେ ଝିଅର ଦେହ ଖରାପ ହୋଇଗଲା। ପରିବାର ଲୋକେ ଭୟ କରି ତାକୁ ମେଡିକାଲ ନେଇଗଲେ । ଚେକ୍ଅପ୍ ପରେ ଡାକ୍ତର ଯାହା କହିଲେ ତାକୁ ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ! ଡାକ୍ତର କହିଲେ ଝିଅକୁ ଦୁଷ୍କର୍ମ ହୋଇଛି! ଯାହା ପାଇଁ ତାର ଦେହ ଖରାପ ହୋଇଛି।

ହଠାତ ରାତି ଅଧରେ ଝିଅର ଦେହ ଖରାପ ହୋଇଗଲା। ପରିବାର ଲୋକେ ଭୟ କରି ତାକୁ ମେଡିକାଲ ନେଇଗଲେ । ଚେକ୍ଅପ୍ ପରେ ଡାକ୍ତର ଯାହା କହିଲେ ତାକୁ ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ! ଡାକ୍ତର କହିଲେ ଝିଅକୁ ଦୁଷ୍କର୍ମ ହୋଇଛି! ଯାହା ପାଇଁ ତାର ଦେହ ଖରାପ ହୋଇଛି। ଏ ଘଟଣାଟି ଜାଣିବା ପରେ ଭାବନ୍ତୁ ତ ରାତି ଅଧରେ ସେ ବାପା ମାଆ ଙ୍କ ଅବସ୍ଥା କଣ ହେଉଥିବ…
ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅଞ୍ଚଳରୁ ଆସିଛି। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନାରେ ଥିବା ସ୍କୁଲରେ ଝିଅ ଟି ପାଠ ପଢେ … ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣେ କନିଷ୍ଠ ଶିକ୍ଷକ ଦୁହେଁ ମିଶି ଏହି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଏହିି ଘଟଣା ଜାଣିବା ପରେ କୁନ୍ଦେଇ ପୋଲିସ ଦୁଇ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି l ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ଦୁଇ ଜଣ ଶିକ୍ଷକଙ୍କୁ ଉଠାଇ ଆଣି ପଚରାଉଚରା କରୁଛି..
ଯଦି ଗୁରୁ ଦାତା ହିଁ ପିଲାଙ୍କ ସହ ଏମିତି କରିବେ ତାହେଲେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବ ସୁନିଶ୍ଚତ l ଏହି ଦୁଷ୍କର୍ମ ଘଟଣା ପରେ ଛାତ୍ରୀଙ୍କ ଦେହ ଅସୁସ୍ଥ ହେବାରୁ ତାକୁ ପ୍ରଥମ ହାଟଭରାଣ୍ଡି ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ତାକୁ ଦୁଷ୍କର୍ମ ହୋଇଥିବା ଜାଣିପାରି ପରିବାର ପକ୍ଷରୁ ତାଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ରୂପେ ଜଣାଇଥିଲେ | ଏହି ଅଭିଯୋଗରେ ସେ ପଢୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ସମ୍ପୃକ୍ତ ଥିବା ଉଲ୍ଲେଖ କରାଯଇଛି l ଯାହାପାଇଁ ପୁଲିସ ଉଭୟ ଶିକ୍ଷକଙ୍କୁ ଅଟକ ରଖିଛି l
ଅନ୍ୟ ପଟେ ଛାତ୍ରୀ ଜଣକ ଗୁରୁତର ଥିବା ଯୋଗୁଁ ତାଙ୍କୁ ପ୍ରଥମେ ଉମରକୋଟ ଓ ପରେ ନବରଙ୍ଗପୁର ମେଡିକଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି | ତେବେ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଥିବାରୁ ଆସନ୍ତା କାଲି ସମ୍ପୁର୍ଣ୍ଣ ସୂଚନା ମିଳିବ ବୋଲି ପୁଲିସ ସୂଚନା ଦେଇଛି l ତେବେ ସମ୍ପୂର୍ଣ୍ଣ ଘଟଣା ଅନୁସାରେ ଗତ 7 ତାରିଖ ଦିନ ଏହି ଦୁଷ୍କର୍ମ ହୋଇଥିଲା । କିନ୍ତୁ ଲୋକ ଲଜ୍ୟା ଓ ମାନସିକ ଚାପରେ ରହି ରେ ପୀଡ଼ିତା ପରିବାର ଙ୍କୁ ଜଣାଇ ନଥିଲା । କିନ୍ତୁ ଗତକାଲି ଗୁପ୍ତଙ୍ଗ ରେ ପ୍ରବଳ ଯନ୍ତ୍ରଣା ହୋଇଥିଲେ ବି ପୀଡ଼ିତା ଘଟଣା ସମ୍ପର୍କ ରେ ବାପା ମା ଙ୍କୁ ଜଣାଇ ନଥିଲା । କିନ୍ତୁ ଚିକିତ୍ସା ଚାଲିଥିବା ସମୟର ନର୍ସ ଙ୍କୁ ପୀଡ଼ିତା ଜଣାଇବା ପରେ ନର୍ସ ଜଣଙ୍କ ଡାକ୍ତର ଙ୍କୁ କହିଥିଲେ ।
ଏହା ପରେ ପୀଡ଼ିତଙ୍କ ବାପା କୁନ୍ଦେଇ ଥାନା ରେ ଅଭିଯୋଗ କରିଥିଲେ । ପରେ ଦୁଇ ଶିକ୍ଷକ ଙ୍କୁ ଥାନା ରେ ଅଟକ ରଖା ଯାଇଛି । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୀଡ଼ିତା ଙ୍କ ବାପା ମାଁ କ୍ୟାମେରା ଆଗରେ କିଛି କହିବାକୁ ରାଜି ହୋଇ ନଥିଲେ । ଅନ୍ୟ ପକ୍ଷେ ତଦନ୍ତ ଚାଲିଥିବା ରୁ ପୋଲିସ ମଧ୍ୟ ଏ ସଂପର୍କ ରେ କିଛି କହିବାକୁ ମନା କରିଦେଇଛି । ତେବେ ଘଟଣା ର ସଠିକ୍ ତଦନ୍ତ କରି ପୀଡ଼ିତା ଙ୍କୁ ଉଚିତ୍ ନ୍ୟାୟ ମିଳିବ ସହ ସଂପୃକ୍ତ ଶିକ୍ଷକ ମାନଙ୍କୁ ଉଚିତ୍ ଦଣ୍ଡ ମିଳିବା ଦରକାର ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଏମିତି ରାକ୍ଷସ ରୂପି ଶିକ୍ଷକଙ୍କୁ କଠିନ ଦଣ୍ଡ ମିଳିବ ନିହାତି ଦରକାର ।