କାଳୀ ପୂଜା ପାଇଁ ସଜେଇ ହେଉଛି କେନ୍ଦୁଝର, ମା’ଙ୍କ ଆଗମନରେ ଚଳଚଞ୍ଚଳ ପୁରା ସହର

କେନ୍ଦୁଝର ସହରରେ ପ୍ରତିବର୍ଷ ପାଳନ ହେଉଥିବା କାଳୀପୂଜା ଓଡିଶା ତଥା ଓଡିଶା ବାହାରେ ବେଶ ପରିଚିତ।ଏହାର ବିଶେଷ ତାତ୍ପର୍ଯ୍ୟ ହେଉଛି ଏଠାକାର କାଳୀପୂଜା ସାଙ୍ଗକୁ ପଡିଥିବା ୧୫ଦିନର ମୀନାବଜାର।

ଆଗକୁ ଆସୁଛି କାଳୀ ପୂଜା । ଏଥପାଇଁ ଚାଲ ଚଞ୍ଚଳ ହେଲାଣି ରାଜ୍ୟର ଅନେକ ସହର । ମାଙ୍କ ଆଗମନକୁ ନେଇ ଚାଲିଛି ମୂର୍ତ୍ତି କାରିଗରଙ୍କ ଜୋରସୋରରେ ମୂର୍ତ୍ତି ତିଆରି କାମ। ତେବେ ରାଜ୍ୟର କେନ୍ଦୁଝର ସହରରେ ଅନୁଷ୍ଠିତ ହେବ ମା କାଳୀଙ୍କ ପୂଜା। ତୋରଣ ନିର୍ମାଣ କରୁଥିବା କାରିଗର ବିଭିନ୍ନ ଡିଜାଇନର ତୋରଣ ନିର୍ମାଣ କରିବାରେ ଲାଗିପଡିଥିବା ବେଳେ ସହରରେ ଦେଖାଦେଇଛି ଏନେଇ ଉତ୍ସବର ମାହୋଲ ।

କେନ୍ଦୁଝର ସହରରେ ପ୍ରତିବର୍ଷ ପାଳନ ହେଉଥିବା କାଳୀପୂଜା ଓଡିଶା ତଥା ଓଡିଶା ବାହାରେ ବେଶ ପରିଚିତ।ଏହାର ବିଶେଷ ତାତ୍ପର୍ଯ୍ୟ ହେଉଛି ଏଠାକାର କାଳୀପୂଜା ସାଙ୍ଗକୁ ପଡିଥିବା ୧୫ଦିନର ମୀନାବଜାର। କେନ୍ଦୁଝର ସହରରେ କାଳୀପୂଜା କହିଲେ ନେତ୍ରା କାଳୀ, କାଳୀତୀର୍ଥ,ସ୍ମଶାନ କାଳୀ,ମାଇନିଙ୍ଗ କାଳୀ ପୂଜା ଆୟୋଜନ ହେଉଛି।ଏଥିସହ ମାଧପୁର ର କାଳୀ ମନ୍ଦିର ଏବଂ ସରାସ କାଳୀ ମନ୍ଦିର ମା’ କାଳୀ ପ୍ରତ୍ୟହ ପୂଜା ପାଇ ଆସୁଛନ୍ତି।କାଳୀ ପୂଜା ଆଗକୁ ଆଉ କିଛି ଦିନ ବାକି ରହିଥିବାବେଳେ ଏବେ କେନ୍ଦୁଝର ସହର ସଜେଇ ହେଉଛି।ସୁନ୍ଦର ତୋରଣ ମାନ ତିଆରି ଚାଲିଛି,ଲଟେରୀ କାଉଣ୍ଟର ସାଙ୍ଗକୁ ମୀନବଜାର,ଫୁଡ ଷ୍ଟଲ,ବିଭିନ୍ନ ମନୋହାରୀ ଦୋକାନ ଠାରୁ ଆରମ୍ଭ କରି ସବୁ ଜିନିଷ ଏହି ମେଳାରେ ବସିଥାଏ।

ଚଳିତ ବର୍ଷ ମନୋରଞ୍ଜନ ନିମିତ୍ତ ଓଡିଶାର ସୁନାମଧନ୍ୟ ତୁଳସୀ ଓ କଳିଙ୍ଗ ଗଣନାଟ୍ୟ ୧୨ ଦିନ ନାଟକ ମଞ୍ଚସ୍ତ କରିବେ ବୋଲି ଆୟୋଜକ ଙ୍କ ନିକଟରୁ ପ୍ରକାଶ ହୋଇଛି ।କେନ୍ଦୁଝର ମୀନା ବଜାର ଦେଖିବା ପାଇଁ ସମସ୍ତେ ଗୋଟାଏ ବର୍ଷ କୁ ଅପେକ୍ଷା କରି ରହିଥାନ୍ତି।ଆଗକୁ ପାଗ ଅନୁକୂଳ ରହିଥିବା ବେଳେ ଏ ବର୍ଷ ମୀନାବଜାର ନିହାତି ଅତ୍ୟନ୍ତ ଉଚ୍ଚକୋଟୀର ହେବ ବୋଲି କେନ୍ଦୁଝର ବାସୀ ଆସାବ୍ୟକ୍ତ କରିଛନ୍ତି।ବାଣେଶ୍ବର ମହେଶ ସାଂସ୍କୃତିକ କମିଟି ସାମନ୍ତରାୟପୁର କାଳୀପୂଜା ଅନ୍ୟତମ ୧୯୪୧ ମସିହାରୁ ୮୨ବର୍ଷ ଧରି ପୂଜାର୍ଚ୍ଚନା ଚାଲିଛି।ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦୁଝର ଟାଉନ ପୋଲିସ ମୃତୟନ ହେବେ।ଚୋରି ଡକାୟତ ନିୟନ୍ତ୍ରଣ ପାଇଁ ପଡିଆସାରା ସିସି କ୍ୟାମେରା ଲଗାଯିବାକୁ ବ୍ୟବସ୍ଥା ହୋଇଛି।ତେବେ ଭିଡକୁ ଦୃଷ୍ଟିରେ ରଖି ମହିଳା ଓ ଛୋଟ ପିଲାଙ୍କ ପାଇଁ ସୁଵ୍ୟଵସ୍ଥା କରାଯାଇଛି।ଏଥର ମୀନା ବଜାର ରେ ୫ଶହ ବିଭିନ୍ନ ଷ୍ଟଲ ଦୋକାନ ଖଲୁଛି।ଆକର୍ଷଣୀୟ ଖାଇଦୋଳି, ମୋତ କା କୁଆଁ,

ଏହି ମେଳା ନଭେମ୍ବର ୧୨ ତାରିଖ ଆରମ୍ଭ ହୋଇ ୨୩ରେ ଶେଷ ହେବ। ସେହିପରି ତୋରଣରେ ସହରର କାଶୀପୁର ସ୍ମସାନ କାଳୀପୂଜା କମିଟି ପକ୍ଷରୁ ବିଶାଳ ତୋରଣ ନିର୍ମାଣ କରାଯାଉଥିବା ବେଳେ ୧୯୮୮ ମସିହାରୁ ଅଦ୍ୟାବଧି ଦୀର୍ଘ ୪୫ବର୍ଷ ଧରି ମା ସ୍ମସାନ କାଳୀ ଏଠାରେ ପୂଜା ପାଇ ଆସୁଛନ୍ତି, ପ୍ରତିଦିନ ଭକ୍ତ ଙ୍କୁ ପ୍ରସାଦ ସେବନ ର ବ୍ୟବସ୍ତା ସହ ମିନାବଜାର ମଜା ଲୋକମାନେ ଉଠାଇପାରିବେ ବୋଲି କାଳୀପୂଜା କମିଟି ର ସଭାପତି ଅଜୟ ଦାସ ପ୍ରକାଶ କରିଛନ୍ତି ।

You might also like