Below header

ମର୍ଣ୍ଣିଙ୍ଗ ୱାର୍କ କରୁଥିବାବେଳେ ଆସିଲା ହାର୍ଟ ଆଟାକ, ସ୍ମାର୍ଟୱାଚ୍‌ ରୁ କଲ କରି ତୁରନ୍ତ ଚିକିତ୍ସା ପରେ ବଞ୍ଚିଗଲା ଜୀବନ

ବଞ୍ଚାଇ ଦେଲା ସ୍ମାର୍ଟୱାଚ୍‌। ହଠାତ ମର୍ଣ୍ଣିଙ୍ଗ ୱାର୍କ କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ହେଲା। ଆଉ ତାପରେ ସେ ସ୍ମାର୍ଟୱାଚ୍‌ରୁ କଲ କରିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇକି ଯାଇଥିଲେ । ଆଉ ସେଠି ସେ ବଂଚିଗଲେ ..

ସ୍ମାର୍ଟୱାଚ୍‌ , ଅନେକ ଥର ଏହାକୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସେ । ଏବେର ଆଧୁନିକ ଯୁଗରେ କମ୍ପନୀ ନୂଆ ନୂଆ ସ୍ମାର୍ଟୱାଚ୍‌ ଲୋକଙ୍କ ସାମ୍ନାକୁ ଆସୁଛି । ଯେଉଁଥିରେ ଆପଣ ବଢିଆ ବଢିଆ ଫିଚର୍ସ ପାଇବେ। ଆଉ କମ୍ପନୀ ସବୁବେଳେ କୁହେ ଯେ ଏହି ଫିଚର୍ସ ରେ ଅନେକ ସୁବିଧା ମିଳିବ । ଯାହାପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଅସୁବିଧାରେ ଏହା ଆପଣଙ୍କୁ ସାହାଯ୍ୟ କରିବ.. ଯେମିତିକି ଠିକ ଏହି ବ୍ୟକ୍ତିଙ୍କ ସହ ହୋଇଛି । ଏ ବ୍ୟକ୍ତି ଜଣଙ୍କୁ ହାର୍ଟ ଆଟାକ ଆସିବା ସମୟରେ ହାତରେ ପିନ୍ଧିଥିବା ସ୍ମାର୍ଟୱାଚ୍‌ ୟାଙ୍କୁ ବଂଚାଇଦେଇଛି।

ବଞ୍ଚାଇ ଦେଲା ସ୍ମାର୍ଟୱାଚ୍‌। ହଠାତ ମର୍ଣ୍ଣିଙ୍ଗ ୱାର୍କ କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ହେଲା। ଆଉ ତାପରେ ସେ ସ୍ମାର୍ଟୱାଚ୍‌ରୁ କଲ କରିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇକି ଯାଇଥିଲେ । ଆଉ ସେଠି ସେ ବଂଚିଗଲେ .. ଏଭଳି ଘଟଣା ଘଟିଛି ବ୍ରିଟେନ ସହରରେ ..ବ୍ରିଟେନର ହକି ବେଲ୍ସର ସିଇଓ ପଲ୍ ବଫାମ୍ ସକାଳେ ନିଜ ଘର ନିକଟରେ ମର୍ଣ୍ଣିଙ୍ଗ ୱାର୍କ କରୁଥିଲେ .. ଠିକ୍ ଏତିକିବେଳେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା। ଯନ୍ତ୍ରଣା ବଢ଼ିବାରୁ ସେ ରାସ୍ତାରେ ବସିପଡ଼ିଲେ। ନିଜ ସ୍ମାର୍ଟ ୱାଚ୍‌ ମାଧ୍ୟମରେ ଘରକୁ ଯୋଗାଯୋଗ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ।

ଦେହ ସୁସ୍ଥ ହେବ ପରେ ସେ କହିଥିଲେ ଯେ , ”ମୁଁ ସକାଳ ୭ଟାରେ ମର୍ଣ୍ଣିଙ୍ଗ ୱାର୍କ କରୁଥିଲି । ଦୌଡ଼ିବାର ପାଞ୍ଚ ମିନିଟ୍ ଭିତରେ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ପରେ ସ୍ମାର୍ଟ ଓ୍ବାଚ୍‌ ମାଧ୍ୟମରେ ପତ୍ନୀ ଲୋରାଙ୍କୁ ଫୋନ କରିଥିଲି। ସୌଭାଗ୍ୟବଶତଃ ମୁଁ ଘର ପାଖରେ ଥିଲି। ସେ ଶୀଘ୍ର ଆସି ମୋତେ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ମୋର ଜୀବନ ବଞ୍ଚିଯାଇଥିଲା।”

ଡାକ୍ତରଖାନାରେ ପରୀକ୍ଷା ନିରୀକ୍ଷାରରେ ଜଣାପଡ଼ିଥିଲା ଯେ ତାଙ୍କର ଗୋଟିଏ ଧମନୀ ବ୍ଲକେଜ ହୋଇଥିବାରୁ ରକ୍ତ ହାର୍ଟ କୁ ଠିକ ଭାବେ ପହଞ୍ଚି ପାରୁ ନଥିଲା। ଯାହାପାଇଁ ହୃଦଘାତ୍‌ ହୋଇଥିଲା। ତେବେ ସୁସ୍ଥ ହେବ ପରେ ସେ ସ୍ମାର୍ଟ ଓ୍ବାଚ୍ କୁ ନେଇ କହିଥିଲେ ଯେ ତାରି ସାହାଯ୍ୟରେ ସେ ତୁରନ୍ତ ଘରକୁ କଲ କରିପାରିଲେ .. ଯାହାପାଇଁ ସେ ବଂଚିପାରିଲେ । ଏମିତିରେ ସ୍ମାର୍ଟ ଓ୍ବାଚ୍ ତାଙ୍କ ଜୀବନ ବଞ୍ଚାଇଛି ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.