ସୁପ୍ରିମ୍‌କୋର୍ଟ ପରିସରରେ ଖୋଲିଲା ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ‘ମିଟି କାଫେ’, ଉଦ୍‌ଘାଟନ କଲେ ପ୍ରଧାନ ବିଚାରପତି

ସୁପ୍ରିମ୍‌କୋର୍ଟ ପରିସରରେ ଆଜି ଉଦ୍‌ଘାଟନ ହୋଇଛି ‘ମିଟି କାଫେ’। ଭାରତର ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଅନ୍ୟ ବିଚାରପତିଙ୍କ ସହ ମିଶି ଏହି ମିଟି କାଫେକୁ ଉଦ୍‌ଘାଟନ କରିଛନ୍ତି। ନବନିର୍ମିତ କାଫେ ସମ୍ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ।

ସୁପ୍ରିମ୍‌କୋର୍ଟ ପରିସରରେ ଆଜି ଉଦ୍‌ଘାଟନ ହୋଇଛି ‘ମିଟି କାଫେ’। ଭାରତର ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଅନ୍ୟ ବିଚାରପତିଙ୍କ ସହ ମିଶି ଏହି ମିଟି କାଫେକୁ ଉଦ୍‌ଘାଟନ କରିଛନ୍ତି। ନବନିର୍ମିତ କାଫେ ସମ୍ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ। କାଫେର ପ୍ରବନ୍ଧକ ଜଣେ ଦୃଷ୍ଟିବାଧିତ, ସେ ସେରେବ୍ରାଲ୍‌ ପଲ୍‌ସିରେ ଆକ୍ରାନ୍ତ।

ମିଟି କାଫେର ଉଦ୍‌ଘାଟନ ଅବସରରେ କୋର୍ଟ ପରିସରରେ ଏକ ଛୋଟ ସାଂସ୍କୃତିକ ସମାରୋହର ଆୟୋଜନ କରାଯାଇଥିଲା, ଯେଉଁଥିରେ ଦିବ୍ୟାଙ୍ଗମାନେ ଭାଗନେଇ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ମଧ୍ୟ ସାଙ୍କେତିକ ଭାଷାରେ ଗାନ କରାଯାଇଥିଲା।

ଉଦ୍‌ଘାଟନୀ ସମାରୋହରେ ସିଜେଆଇ ଚନ୍ଦ୍ରଚୂଡ ସମସ୍ତଙ୍କୁ କାଫେକୁ ଆସିବା ଏବଂ ପଦକ୍ଷେଦକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ମିଟି କାଫେ ଏକ ଏନ୍‌ଜିଓ ଦ୍ୱାରା ସଞ୍ଚାଳିତ ହେଉଛି, ଯାହା ବିଶେଷ ଆବଶ୍ୟକତା ଥିବା ଲୋକମାନଙ୍କ ସହିତ କାମ କରିଥାଏ ଏବଂ ସେମାନଙ୍କୁ ରୋଜଗାର ପ୍ରଦାନ କରିଥାଏ।

ତେବେ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦର ଏବଂ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀର କାର୍ଯ୍ୟାଳୟ ସମେତ ଦେଶରେ ୩୫ଟି କାଫେ ଚାଲୁଛି। ୨୦୧୭ରେ ଏନ୍‌ଜିଓ ନିଜର କାମ ଆରମ୍ଭ କରିଥିଲା। ବିଶେଷ ରୂପେ ସକ୍ଷମ ଲୋକମାନଙ୍କ ପାଇଁ ଏହା ରୋଜଗାରର ଅବସର ସୃଷ୍ଟି କରୁଛି। ଏନ୍‌ଜିଓର ୱେବସାଇଟ ମୁତାବକ, ଏହା ନିଜର ସ୍ଥାପନା ପରଠାରୁ ୧୦ ମିଲିୟନରୁ ଅଧିକ ମିଲ୍‌ ପରସୁଛି। ଏହା କ୍ୟାଟରିଂ ସେବା ମଧ୍ୟ ଯୋଗାଉଥିବା ବେଳେ ଗରିବ ଲୋକମାନଙ୍କ ପାଇଁ ପୁଷ୍ଟିକର ଭୋଜନ ଉପଲବ୍ଧ କରାଉଛି।