Below header

ଆଧୁନିକତାର ପ୍ରଭାବରେ ଧିରେ ଧିରେ ହଜି ଯିବାକୁ ବସିଛି ପାଲା ସଂସ୍କୃତି, ବଞ୍ଚାଇ ରହିବାକୁ ଉଦ୍ୟମ ଜାରି

ଆଧୁନିକତାର ପ୍ରଭାବରେ ଧିରେ ଧିରେ ହଜି ଯିବାକୁ ବସିଛି ପାଲା ସଂସ୍କୃତି । ଟିଭି,ଇଣ୍ଟରନେଟର ପ୍ରଭାବରେ ପାଲା ସଂସ୍କୃତି ହଜି ଯିବାକୁ ବସିଥିବା ବେଳେ ଯାଜପୁର ବିଂଝାରପୁର ବ୍ଲକ ଅରେଇରେ ପାଲା ସଂସ୍କୃତିକୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଯାଜପୁର ଟାଉନ(କେନ୍ୟୁଜ୍): ଆଧୁନିକତାର ପ୍ରଭାବରେ ଧିରେ ଧିରେ ହଜି ଯିବାକୁ ବସିଛି ପାଲା ସଂସ୍କୃତି । ଟିଭି,ଇଣ୍ଟରନେଟର ପ୍ରଭାବରେ ପାଲା ସଂସ୍କୃତି ହଜି ଯିବାକୁ ବସିଥିବା ବେଳେ ଯାଜପୁର ବିଂଝାରପୁର ବ୍ଲକ ଅରେଇରେ ପାଲା ସଂସ୍କୃତିକୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ପ୍ରତିବର୍ଷ ମା ଗଜଲକ୍ଷ୍ମୀ ପୂଜା ଅବସରରେ ସ୍ଥାନୀୟ ଅଂଚଳରେ ରାଜ୍ୟ ସ୍ତରୀୟ ମୁକ୍ତପାଲା ମଣ୍ଡପରେ ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ପାଲା ଦେଖିବା ପାଇଁ ଆଖ ପାଖ ଅଂଚଳର ଗ୍ରାମବାସୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ମଧ୍ୟ ରହିଛି । ପାଲା ସଂସ୍କୃତିକୁ ବଞ୍ଚାଇବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

ଆଧୁନିକତାର ପ୍ରଭାବରେ ହଜିଯିବାକୁ ବସିଥିବା ପାଲା ସଂସ୍କୃତିକୁ ବଂଚାଇ ରଖିବାକୁ ଗ୍ରାମବାସୀଙ୍କ ପ୍ରୟାସ । ବିଂଝାରପୁର ବ୍ଲକ ଅରେଇ ଗାଁରେ ଆୟୋଜିତ ହୋଇଛି ଅଷ୍ଟମ ବାର୍ଷିକ ରାଜ୍ୟ ସ୍ତରୀୟ ପାଲା ମହୋତ୍ସବ । ରାଜ୍ୟର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ପାଲା ପରିବେଶଣ କରାଯାଇଛି । ପାଲା ସଂସ୍କୃତିକୁ ବଂଚାଇବାକୁ ସ୍ଥାନୀୟ ଗ୍ରାମବାସୀ ପ୍ରତିବର୍ଷ ଏହି ପାଲା ମହୋତ୍ସବ ଆୟୋଜନ କରି ଆସୁଛନ୍ତି । ଚଳିତ ବର୍ଷ ଏହି ମହୋତ୍ସବ ୬ଦିନ ଧରି ଅନୁଷ୍ଠିତ ହୋଇଥିଲା। ଯେଉଁ ପାଲାକୁ ଦେଖିବାକୁ ଆଖ ପାଖ ଅଂଚଳର ତଥା ଅନେକ ଜିଲ୍ଲାର ଦର୍ଶକଙ୍କ ଭିଡ ହୋଉଛି ।

odisha

ମହୋତ୍ସବର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗ୍ଲୋବାଲ ପିସ ଫାଉଣ୍ଡେସନ ର ଅଧ୍ୟକ୍ଷ ରାଜ କିଶୋର ପଣ୍ଡା ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଶୁଭ୍ରାଂଶୁ ରାୟ। ଓଡ଼ିଶାର ଅନନ୍ୟ ଲୋକକଳା ପାଲାକୁ ଉଜ୍ଜୀବିତ କରି ଆସୁଥିବା ଗ୍ରାମର ସମସ୍ତ ଆଧ୍ୟାତ୍ମିକ ଜ୍ଞାନୀ ଗୁଣି ଗୁରୁଜନମାନଙ୍କୁ କୃତଜ୍ଞତା ଜଣାଇଥିଲେ l ଏଥି ସହ ମଞ୍ଚ ରେ ପାଲା ପ୍ରତିଯୋଗିତାର ବିଜେତାଙ୍କ ସମେତ ବହୁ ଜ୍ଞାନୀ ଗୁଣୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅରେଇରେ ଦୀର୍ଘ ୭୬ ବର୍ଷ ଧରି ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଏଠାରେ ପାଲା ସହିତ ଅନ୍ୟ ଲୋକକଳା ପରିବେଶିତ ହୋଇ ଆସୁଛି । ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ବେଶ ପ୍ରଶଂସା କରାଯାଇଛି । ପ୍ରତିବର୍ଷ ଏହି ପାଲା ମହେତ୍ସବ କୁ ସମସ୍ତଙ୍କ ଅପେକ୍ଷା ରହିିଥାଏ । ତେବେ ଅରେଇରେ ଆୟୋଜକ ମାନଂକ ଦ୍ୱାରା ଆୟୋଜିତ ହେଉଥିବା ଏଭଳି ଅନନ୍ୟ କାର୍ଯ୍ୟକ୍ରମ ଯଦି ରାଜ୍ୟର ଅନ୍ୟ ସ୍ଥାନରେ ହୋଇପାରନ୍ତା ତାହାଲେ ଆଧୁନିକତାର ପ୍ରଭାବରେ ଲୋପ ପାଇବାକୁ ବସିଥିବା ଲୋକ ସଂସ୍କୃତି ଏବଂ ପରମ୍ପରା ଆଗକୁ ବଢ଼ିପାରନ୍ତା । ଆୟୋଜକ ମାନେ ଏଭଳି ନିୟମିତ ଭାବେ ପାଲା ମହୋତ୍ସବ ଆୟୋଜନ କରିବା ପଂଳରେ ପାଲା କଳାକାର ମାନେ ଉତ୍ସାହିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.