ବୈଜ୍ଞାନିକ ମାନଙ୍କ ଦାବି ଛତୁରୁ ତିଆରି ହେବ ସୁନା

ଛତୁକୁ କିଛି ଲୋକ ବହୁତ ଆନନ୍ଦରେ ଖାଆନ୍ତି ଏବଂ କିଛି ଲୋକ ଏହାକୁ ଆଦୌ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯଦି କେହି କୁହନ୍ତି ଯେ ଛତୁରୁ ସୁନା ତିଆରି ହୋଇପାରିବ, ତାହା ଆପଣ କେବେ ମଧ୍ୟ ବିଶ୍ୱାସ କରିବେନି । କିନ୍ତୁ ଛତୁରୁ ବାହାରିବ ସୁନା ।

ଛତୁକୁ କିଛି ଲୋକ ବହୁତ ଆନନ୍ଦରେ ଖାଆନ୍ତି ଏବଂ କିଛି ଲୋକ ଏହାକୁ ଆଦୌ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯଦି କେହି କୁହନ୍ତି ଯେ ଛତୁରୁ ସୁନା ତିଆରି ହୋଇପାରିବ, ତାହା ଆପଣ କେବେ ମଧ୍ୟ ବିଶ୍ୱାସ କରିବେନି । କିନ୍ତୁ ଛତୁରୁ ବାହାରିବ ସୁନା । ଏକଥା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା । ଆଜ୍ଞା, ହଁ ଏକଥା ଆମେ କହୁନୁ ଏହି ଦାବି ବୈଜ୍ଞାନିକ ମାନେ କରିଛନ୍ତି । ଗୋଆର ଗବେଷକମାନଙ୍କ ଦ୍ୱାରା କରାଯାଇଛି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଛତୁ ଗୁଡ଼ିକରୁ ସୁନା ନାନୋ କଣିକା ତିଆରି କରାଯାଇପାରିବ । ସେ ଏହା କରି ଦର୍ଶାଇଛନ୍ତି । ଗୋଆ ବୈଜ୍ଞାନିକମାନେ ଜଙ୍ଗଲି ଛତୁ ଗୁଡ଼ିକରୁ ସୁନା ନାନୋ କଣିକା ପ୍ରସ୍ତୁତ କରିଛନ୍ତି ।

ଗାଁରେ ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଜଙ୍ଗଲି ଛତୁରୁ ନେନୋ ପ୍ରୋଟାକଲ୍ସ ତିଆରି କରାଯାଏ । ଏହି ଛତୁକୁ ବଡ଼ ବଡ଼ ହୋଟେଲରେ ମଧ୍ୟ ଖିଆଯାଏ । ତେବେ ଏହି ଛତୁ ଟର୍ମିଟୋ ମାଇସେସ ପ୍ରଜାତିର । ଯାହା ବଡ଼ ବଡ଼ ପାହାଡ଼ରେ ଦେଖାଯାଇଥାଏ । ଏହାକୁ ସ୍ଥାନୀୟ ଲୋକେ ତାଙ୍କ ଭାଷାରେ ରୋନ ଓଲମି କହିଥାଆନ୍ତି । ଏହି ଛତୁ ଗାଁରେ ବହୁତ ପ୍ରସିଦ୍ଧି ଲାଭ କରିଛି । ଲୋକମାନେ ଅଧିକ ବର୍ଷାଦିନରେ ଖାଇ ଥାଆନ୍ତି । ବୈଜ୍ଞାନିକ ମାନେ ନିକଟରେ ଛତୁର ମଞ୍ଜି ଦ୍ୱାରା ସୁନାର କଣିକା ତିଆରି କରିଛନ୍ତି ।

ଟେଲର ଏବଂ ଫ୍ରାନ୍ସିସ୍ ପ୍ରକାଶିତ ଜର୍ନାଲ୍ ଅଫ୍ ଜିଓମିକ୍ରୋବିଓଲୋଜିରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ, ଡକ୍ଟର ସୁଜାତା ଦାବୋଲକର ଏବଂ ଡକ୍ଟର ନନ୍ଦ କୁମାର କାମତଙ୍କ ନେତୃତ୍ୱରେ ଏହି ପରୀକ୍ଷଣ କରାଯାଇଥିଲା। ତିନି ବର୍ଷ ଧରି ତାଙ୍କ ଦଳ ଏହି ପ୍ରଜାତିର ଛତୁ ଉପରେ ଅନୁସନ୍ଧାନ କରିଥିଲେ । ଏହି ଅନୁସନ୍ଧାନରେ ବୈଜ୍ଞାନିକମାନେ ରୋହନ୍ ଓଲମି ଛତୁ ଠାରୁ ସୁନା ନାନୋ ପାର୍ଟିକଲ୍ସ ପ୍ରସ୍ତୁତ କରିଥିଲେ । ସେ ଗୋଆ ସରକାରଙ୍କ ନିକଟରେ ତାଙ୍କର ଅନୁସନ୍ଧାନ ମଧ୍ୟ ଉପସ୍ଥାପନ କରିଛନ୍ତି।

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଛତୁ ଦ୍ୱାରା ନିର୍ମିତ ସୁନା ଗୋଆର ଆର୍ଥିକ ସ୍ଥିତିକୁ ଆହୁରି ଉନ୍ନତ କରିପାରିବ। ଏହି ଅନୁସନ୍ଧାନ ସହିତ ଗୋଆର ପ୍ରାକୃତିକ ସମ୍ପଦ ନୂତନ ପ୍ରଯୁକ୍ତିବିଦ୍ୟାରେ ବ୍ୟବହୃତ ହୋଇପାରିବ । ଅତୀତରେ ନାନୋ କଣିକାର ଚାହିଦା ବୃଦ୍ଧି ପାଇଛି । ବାୟୋମେଟିକାଲ୍ ଏବଂ ବାୟୋଟେକ୍ନୋଲୋଜିକାଲ ସାଇନ୍ସରେ ଏହାର ବ୍ୟବହାର ବୃଦ୍ଧି ପାଇଛି । ଏହି ନାନୋ ସୁନା କଣିକା ଚିକିତ୍ସା ବିଜ୍ଞାନରେ ବ୍ୟବହୃତ ହୋଇପାରେ । ଏହାର ମୁଖ ଉଦ୍ଦେଶ୍ୟ ମେଡିକାଲ ଇମେଜିଙ୍ଗ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନରେ ଏକ ବଡ଼ ପରିବର୍ତ୍ତନ ଆଣିବ । ବିଶ୍ୱ ବଜାରରେ ସୁନା ନାନୋ କଣିକାଗୁଡ଼ିକ ବହୁ ମୂଲ୍ୟବାନ । ଫେବୃଆରୀ ୨୦୧୬ ରେ, ଗୋଟିଏ ମିଲିଗ୍ରାମ ସୁନା ନାନୋପାର୍ଟିକଲର ମୂଲ୍ୟ ପ୍ରାୟ ୮୦ ଡଲାର ଅର୍ଥାତ ପ୍ରତି ଗ୍ରାମରେ ୮୦,୦୦୦ ଟଙ୍କା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.