ପ୍ରି ୱେଡିଂ ଇଭେଣ୍ଟରେ ଅନନ୍ତ ଅମ୍ବାନୀ ସଲମାନ ଖାନଙ୍କୁ ନିଜ କୋଳରେ ଉଠାଇବାକୁ କଲେ ଚେଷ୍ଟା, ଭାଇରାଲ ହେଉଛି ମଜାଳିଆ ଭିଡିଓ 

ସଲମାନ ଖାନ ମଧ୍ୟ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ଏହି ଇଭେଣ୍ଟକୁ ଏଞ୍ଜଏ କରୁଥିବା ଦେଖିବାକୁ ମିଳିଥିଲା । ସଲମାନ ଖାନ ଅନନ୍ତ ଅମ୍ବାନୀଙ୍କ ସହ ଏକୋନଙ୍କ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ସମୟର ଏକ ମଜାଦାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ତିନି ଦିନିଆ ମେଗା ପ୍ରି ୱେଡିଂ ଇଭେଣ୍ଟରେ ଷ୍ଟାରମାନଙ୍କର ଏକ ଭିନ୍ନ ଷ୍ଟାଇଲ୍‌ ଦେଖିବାକୁ ମିଳିଛି । ଷ୍ଟାରମାନେ ଏହି ଇଭେଣ୍ଟରେ ବହୁତ ଏଞ୍ଜଏ କରୁଥିବାର ନଜର ଆସିଛନ୍ତି । ବଲିଉଡର ତିନି ଖାନ ଏହି ସମାରୋହର ପ୍ରତ୍ୟେକ କାର୍ଯ୍ୟରେ ନଜର ଆସିଥିଲେ । ସଲମାନ ଖାନ ମଧ୍ୟ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ଏହି ଇଭେଣ୍ଟକୁ ଏଞ୍ଜଏ କରୁଥିବା ଦେଖିବାକୁ ମିଳିଥିଲା । ସଲମାନ ଖାନ ଅନନ୍ତ ଅମ୍ବାନୀଙ୍କ ସହ ଏକୋନଙ୍କ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ସମୟର ଏକ ମଜାଦାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ varindertchawla ସେୟାର କରାଯାଇଛି । ଯେଉଁଥିରେ ସଲମାନ ଏବଂ ଅନନ୍ତଙ୍କ ମଜାଳିଆ ଡ୍ୟାନ୍ସ ଲୋକଙ୍କ ମନ ଜିତିଛି ।
ବାସ୍ତବରେ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ଅନନ୍ତ ଅମ୍ବାନୀ ସଲମାନ ଖାନଙ୍କୁ ନିଜ କୋଳରେ ଉଠାଇବାକୁ ଚେଷ୍ଟା କରୁଛନ୍ତି । ଏହି ସମୟ ମଧ୍ୟରେ ଏକୋନ ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ଦେଖିଲେ ଜଣାପଡୁଛି ଯେ ଅନନ୍ତ ଅମ୍ବାନୀ ସଲମାନ ଖାନଙ୍କୁ ନିଜ କୋଳରେ ଉଠାଇ ପାରିନାହାନ୍ତି । ଏହା ପରେ ଉଭୟ ସଲମାନ ଏବଂ ଅନନ୍ତ ଅମ୍ବାନୀ ଜୋରରେ ହସନ୍ତି ଏବଂ ତାପରେ ସଲମାନ ଖାନଙ୍କ ବଡି ଗାର୍ଡ ଶେରା ମଞ୍ଚକୁ ଆସି ସଲମାନଙ୍କୁ ତାଙ୍କ କୋଳରେ ଅତି ଆରାମରେ ଉଠାନ୍ତି । ଏହା ଦେଖି ଅନନ୍ତ ଅମ୍ବାନୀ ବହୁତ ଖୁସି ହୁଅନ୍ତି । ସଲମାନ ଖାନ ଏବଂ ଅନନ୍ତ ଅମ୍ବାନୀଙ୍କ ମଧ୍ୟରେ ହୋଇଥିବା ଏହି ମଜାଳିଆ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଦୁଇ ଜଣଙ୍କ ମଧ୍ୟ ଏକ ଭଲ ବଣ୍ଡିଗିଂ ଦେଖିବାକୁ ମିଳିଛି ।
ସୂଚନା ମୂତାବକ, ଅନନ୍ତ ଏବଂ ରାଧିକାଙ୍କ ତିନି ଦିନିଆ ମେଗା ପ୍ରି ୱେଡିଂ ଇଭେଣ୍ଟ ମାର୍ଚ୍ଚ ୩ ରେ ଶେଷ ହୋଇଛି । ଏହି ଇଭେଣ୍ଟରେ ଷ୍ଟାର୍‌ମାନଙ୍କ ମେଳା ଦେଖିବାକୁ ମିଳିଥିଲା । ତେବେ ଅମ୍ବାନୀ ପରିବାରର ପରସ୍ପର ପ୍ରତି ଥିବା ଭଲ ପାଇବା ମଧ୍ୟ ବହୁତ ଗଭୀର ଥିଲା । ଏହା ବ୍ୟତୀତ ବଲିଉଡର ସମସ୍ତ ଷ୍ଟାରଙ୍କୁ ଏହି ପାର୍ଟିରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଦେଶ ଏବଂ ବିଦେଶର ବଡ ବ୍ୟବସାୟୀମାନେ ମଧ୍ୟ ଏଥିରେ ନଜର ଆସିଥିଲେ । ତିନି ଦିନରେ ବିଭିନ୍ନ ଥିମ୍ ଉପରେ ପାର୍ଟି ହୋଇଥିଲା, ଯେଉଁଥିରେ ରିହାନା ଏବଂ ଏକୋନ୍ ଭଳି ହଲିଉଡ ଷ୍ଟାର ତଥା ବଲିଉଡ ଷ୍ଟାର ଦିଲଜିତ, ଆରିଜିତ୍ ଏବଂ ଶ୍ରେୟା ଘୋଷାଲ ନଜର ଆସିଥିଲେ । ଏହା ବ୍ୟତୀତ ନୀତା ଅମ୍ବାନୀଙ୍କର ମଧ୍ୟ ଏକ ବିଶେଷ ଡ୍ୟାନ୍ସ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ସେଲିବ୍ରେସନ୍‌ରେ ଅମ୍ବାନୀ ପରିବାରର ଲୋକମାନେ ମଧ୍ୟ ବିଭିନ୍ନ ବଲିଉଡ ଗୀତରେ ଡ୍ୟାନ୍ସ କରିଥିବାର ନଜର ଆସିଥିଲେ ।

 

View this post on Instagram

 

A post shared by Varinder Chawla (@varindertchawla)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.