Below header

ଧୁମ୍‌ଧାମ୍‌ରେ ପାଳିତ ହେଲା ଛେଳିର ଜନ୍ମଦିନ, କେକ୍‌ କାଟି ଡିଜେର ତାଳେ ତାଳେ ନାଚିଲେ ପୂରା ଗାଁ ଲୋକେ

ଲୋକମାନେ ନିଜ ଜନ୍ମ ଦିନ ପାଳୁଥିବା ତ ସମସ୍ତେ ଦେଖିଥିବେ କିନ୍ତୁ କେବେ ଆପଣ ଛେଳିର ଜନ୍ମକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ଦେଖିଛନ୍ତି କି! ଏହି କଥା ଶୁଣି ଆପଣ ଭାବୁଥିବେ ଇଏ କି ଅଦ୍ଭୁତ କଥା। କି କାହିଁକି ଛେଳିର ଜନ୍ମ ଦିନ ବା ପାଳିବ! ବିଶ୍ୱାସ ହେଉନଥିଲେ ବି ଏକଥାଟି ସମ୍ପୂର୍ଣ୍ଣ ସତ। ଉତ୍ତର ପ୍ରଦେଶର ଅମରୋହାର ଏକ ପରିବାର ନିଜ ପାଳିତ ଛେଳିର ଜନ୍ମଦିନକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥିବା ଦେଖିବାକୁ ମିଳିଛି।

ଛେଳିର ଜନ୍ମଦିନରେ ତାକୁ ପରିବାର ଲୋକେ ରିକ୍ସାରେ ବସାଇ ପୂରା ଗାଁ ବୁଲାଇଥିଲେ। ଗାଁ ଲୋକେ ବି ଛେଳିର ଜନ୍ମଦିନର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଦେଖାଯାଇଛି। ଏ ଅବସରରେ ପରିବାରର ମହିଳାମାନେ ଡିଜେର ତାଳେ ତାଳେ ମନ ଭରି ନାଚିଥିଲେ। ଏହି ପରିବାର ଛେଳିକୁ ପରିବାରର ସଦସ୍ୟ ଭାବେ ମାନି ତା’ ଜନ୍ମ ଦିନକୁ ବେଶ୍‌ ଉତ୍ସାହର ସହ ପାଳନ କରିଥିଲେ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅମରୋହାର ହସନପୁରର ଖରପଡ଼ି ଗାଁର ବାସିନ୍ଦା ରାଧେଶ୍ୟାମ ରବିବାର ଦିନ ନିଜ ପାଳିତ ଛେଳିର ଜନ୍ମ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଛେଳିର ଜନ୍ମଦିନକୁ ସବୁଦିନ ପାଇଁ ମନେ ରଖିବା ପାଇଁ ପରିବାର ପକ୍ଷରୁ ଉକ୍ତ ଉତ୍ସବର ଆୟୋଜନ କରାଯାଇଥିଲା। ଜନ୍ମଦିନରେ ଛେଳିକୁ ଫୁଲର ମାଳ ପିନ୍ଧାଇ କେକ୍‌ କଟାଯାଇଥିଲା। ବ୍ୟାଣ୍ଡ୍‌ ବାଜାର ଧୁନ୍‌ରେ ସମସ୍ତେ ପ୍ରବଳ ନାଚିଥିଲେ। ଜନ୍ମଦିନ ପାଳନ ଅବସରରେ ସମସ୍ତେ ଛେଳିର ଦୀର୍ଘାୟୁ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗାଁର ପୂର୍ବତମ ସରପଞ୍ଚ ଦ୍ୱାରିକା ପ୍ରସାଦଙ୍କ ସମେତ ଗାଁର ପାଖାପାଖି ସମସ୍ତେ ଉପସ୍ଥିତ ଥିଲେ। ଲୋକମାନେ ଛେଳିର ଜନ୍ମଦିନ ଫଟୋ ଓ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରୁଥିବା ଦେଖାଯାଇଛି। ଛେଳିର ମାଲିକ ରାଧେଶ୍ୟାମ କହିଛନ୍ତି, ସେ ଏହି ଛେଳିକୁ ନିଜ ଜୀବନଠାରୁ ବି ଅଧିକ ଭଲ ପାଆନ୍ତି। ଏହାର ଯତ୍ନ ନେବାରେ ସେ କୌଣସି ଅବହେଳା କରନ୍ତି ନାହିଁ। କିଛି ଦିନ ପୂର୍ବରୁ ସେ ଏହି ଛେଳିକୁ ରାଜସ୍ଥାନର ଅଲବରରୁ କିଣିଥିଲେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.