ଏହି ତିଥିରେ ଗୃହ ପ୍ରବେଶ ହୋଇ ନଥାଏ ଶୁଭ, ଜାଣନ୍ତୁ କ’ଣ ଏହି ତିଥି

ହିନ୍ଦୁ ଧର୍ମରେ କୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ପ୍ରଥମେ ଶୁଭ ମୁହୂର୍ତ୍ତ, ବାର, ତିଥି, ରାହୁକାଳ ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ନାମକରଣ, ମୁଣ୍ଡନ, ବିବାହ ସହିତ ଗୃହ ପ୍ରବେଶ ଆଦି କାର୍ଯ୍ୟରେ ଏସବୁର ଅଧିକ ଦୃଷ୍ଟି ଦିଆଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୃହ ପ୍ରବେଶ ସମୟରେ ଠିକ ବାର ଓ ତିଥିର ବିଚାର କରିବା ଜରୁରୀ । କାରଣ ଏହାର ପ୍ରଭାବ ଘରଲୋକଙ୍କ ସ୍ୱାସ୍ଥ୍ୟ, ଧନ ଓ ବୈବାହିକ ଜୀବନ ଉପରେ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଗୃହ ପ୍ରବେଶ ସମୟରେ କେଉଁ କଥାର ଧ୍ୟାନ ରଖିବା ଜରୁରୀ ।

ଏହି ତିଥିରେ ଗୃହ ପ୍ରବେଶ କରନ୍ତୁ ନାହିଁ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନ୍ୟ ସବୁ ମାଙ୍ଗଳିକ କାର୍ଯ୍ୟ ଭଳି ନୂଆ ଘରେ ପ୍ରବେଶ କରିବା ପୂର୍ବରୁ ବାର,ତିଥି,ଗ୍ରହ,ନକ୍ଷତ୍ର ଆଦିର ଧ୍ୟାନ ରଖିବା ଜରୁରୀ । ଜ୍ୟୋତିଷ ଶାସ୍ତ୍ରରେ ରବିବାର, ମଙ୍ଗଳବାର ଓ ଶନିବାର ଦିନ ଗୃହ ପ୍ରବେଶକୁ ଶୁଭ ମନାଯାଇ ନଥାଏ । ଏଥିସହିତ ପୂର୍ଣ୍ଣିମା ଓ ଅମାବାସ୍ୟା ତିଥି ବର୍ଜନ କରିବା ଉଚିତ୍‌ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଷାଢ଼, ଶ୍ରାବଣ, ଭାଦ୍ରବ,ଆଶ୍ୱିନ ଓ ପୌଷ ମାସରେ ଗୃହ ପ୍ରବେଶ କରିବା କଥା ନୁହେଁ ।

ଏହି ତିଥିରେ ଶୁଭ ହୋଇଥାଏ ଗୃହ ପ୍ରବେଶ

ଗୃହ ପ୍ରବେଶ ପାଇଁ ଜ୍ୟୋତିଷ ଶାସ୍ତ୍ରରେ ମାଘ, ଫାଲଗୁନ, ବୈଶାଖ ଓ ଜ୍ୟୋଷ୍ଠ ମାସକୁ ସବୁଠୁ ଶୁଭ ମନାଯାଇଥାଏ । ଏହାଛଡ଼ା ନୂଆ ଘରେ ପ୍ରବେଶ କରିବା ପାଇଁ ଆପଣ ଶୁକ୍ଳ ପକ୍ଷର ଦ୍ୱିତୀୟା, ତୃତୀୟା, ପଂଚମୀ, ସପ୍ତମୀ ଦଶମୀ, ଏକାଦଶୀ, ଦ୍ୱାଦଶୀ ଓ ଏକାଦଶୀ ତିଥି ବହୁତ ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.