ବଧୂ ବେଶରେ ଗରମା ଗରମ ମୋମୋର ମଜା ନେଉଛନ୍ତି ଏହି କନ୍ୟା, ଖୁବ ଭାଇରଲ ହେଉଛି ଭିଡିଓ

ବିବାହ ଦିନ ସବୁଠୁ ଅଧିକ ବରକନ୍ୟା ହିଁ ବ୍ୟସ୍ତ ଥାନ୍ତି । ଏମିତିକି ତାଙ୍କ ପାଖରେ ଟିକେ ହେଲେ ବି ଫୁରସତ ନଥାଏ । ଏମିତିକି ସେମାନେ ଭଲରେ ଟିକେ ଖାଇ ବି ପାରନ୍ତି ନାହିଁ । କିନ୍ତୁ ଜଣେ କନ୍ୟାର ଭିଡିଓ ବର୍ତ୍ତମାନ ଦିନରେ ଖୁବ ଭାଇରଲ ହେଉଛି । ଯେଉଁଥିରେ କନ୍ୟା ଜଣଙ୍କ ନିଜ ବିବାହର ଠିକ ପୂର୍ବରୁ କନ୍ୟା ବେଶରେ ମୋମୋ ଖାଉଥିବାର ନଜର ଆସିଛନ୍ତି । ଭିଡିଓ ଟିରେ ଦେଖିପାରିବେ କନ୍ୟା ଜଣକ କେମିତି ବିବାହର ଠିକ ପୂର୍ବରୁ ଏକ ଖୁବ ସୁନ୍ଦର ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧି ବସିଛନ୍ତି । ବିବାହ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି କନ୍ୟା ଜଣକ । ତାଙ୍କ ମେକଅପ ବି ପୁରା ହୋଇଯାଇଛି ଆଉ ସେ ଖୁବ ମଜାରେ ପ୍ଲେଟରୁ ମୋମୋ ଖାଉଥିବା ଦେଖାଯାଉଛନ୍ତି । ଆଉ ତାଙ୍କୁ ଦେଖିଲେ ଏମିତି ଲାଗୁଛିଯେ ମୋମୋଜ ଖାଇ ବି ସେ ଖୁବ ଖୁସି ଅଛନ୍ତି । ଆଉ ଏହାର ମଜା ବି ସେ ଖୁବ ଭଲ ଭାବରେ ନେଉଛନ୍ତି ।

କନ୍ୟା ଜଣକ ମଜାରେ ମୋମୋ ଖାଉଥିବାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନ୍ୟୁଜ ଲେଖାଯିବା ପର୍ଯ୍ୟନ୍ତ ଏହାକୁ 30 ହଜାର ରୁ ଅଧିକ ଜଣ ଦେଖିସାରିଲେଣି । ଅନେକ ସଂଖ୍ୟକ କମେଣ୍ଟ ବି ମିଳୁଛି । ଆଉ ଜଣେ ଲେଖିଛନ୍ତିକି ଏହା ହିଁ ତ ଜୀବନ । ଯେବେକି ଅନ୍ୟ ଜଣେ ୟୁଜର କମେଣ୍ଟ ବକ୍ସରେ ଲେଖିଛନ୍ତିକି ସେ ବି ମୋ ମୋ ଖାଇବାକୁ ଚାହୁଁଛନ୍ତି । ଅଧିକାଂଶ ଲୋକଙ୍କୁ ଭିଡିଓଟି ଖୁବ ମଜାଦାର ଲାଗୁଛି । ଆଉ ଏକ ଭିଡିଓ ବି କିଛି ଦିନ ତଳେ ଖୁବ ଭାଇରଲ ହୋଇଥିଲା । ବର ଜଣକ ଦୌଡ଼ି ଦୌଡ଼ି କନ୍ୟାର ମେକଅପ ରୁମରେ ପଶି ଯାଇଥିଲେ । ଯାହାକୁ ଦେଖି କନ୍ୟା ଜଣଙ୍କର ହୋସ ଉଡି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.