ଶନିଙ୍କ ପରେ ଓଲଟା ଚଳନ କରିବେ ଗୁରୁ, ଏହିସବୁ ରାଶିର ବ୍ୟକ୍ତିତ୍ୱଙ୍କୁ ମିଳିବ ଲାଭ

ଧନ, ସୁଖ, ସମୃଦ୍ଧି ଦେଉଥିବା ଗୁରୁ ଗ୍ରହ ଓଲଟା ଚଳନ କରିବାକୁ ଯାଉଛନ୍ତି। ଆସନ୍ତାକାଲିରୁ ମୀନ ରାଶିରେ ବକ୍ରି ହେବେ ଗୁରୁ। ଗୁରୁ ଗ୍ରହ ୧୩ ଏପ୍ରିଲ ୨୦୨୨ରେ ମୀନ ରାଶିରେ ଗୋଚର କରିଥିଲେ। ଗୁରୁ ଓଲଟା ଚଳନ ଚଳିବା ଯୋଗୁଁ କେତେକ ରାଶି ଉପରେ ଶୁଭ ଏବଂ ଖରାପ ପ୍ରଭାବ ପଡିବ। କିନ୍ତୁ ଗୁରୁ ମୀନ ରାଶିରେ ବକ୍ରି ହେବା ଯୋଗୁଁ ୪ଟି ରାଶି ପାଇଁ ଭାଗ୍ୟ ଉଦୟ ହେବ। ଗୁରୁ ଏହିସବୁ ରାଶି ଉପରେ ଧନବର୍ଷା କରିବେ। ମୀନ ରାଶି ଗୁରୁ ଗ୍ରହଙ୍କର ନିଜ ରାଶି ହୋଇଥିବାରୁ ଏହିସବୁ ରାଶିକୁ ବିଶେଷ ଫଳ ଦେବେ।

ନିକଟରେ ୨୯ ଏପ୍ରିଲରେ ଶନି କୁମ୍ଭ ରାଶିରେ ପ୍ରବେଶ କରିଥିଲେ। ଶନି ଜୁନ ୫ ତାରିଖରେ ବକ୍ରି କରିଥିଲେ। ୨୩ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଏହା ବକ୍ରି ରହିବେ।

କେଉଁ ରାଶିକୁ ମିଳିବ ଲାଭ :

ବୃଷ ରାଶି : ଗୁରୁଙ୍କ ଓଲଟା ଚଳନ ବୃଷ ରାଶି ଜାତକଙ୍କ ପାଇଁ ଲାଭ ଦେବ। ଆର୍ଥିକ ବୃଦ୍ଧି ହେବ। ମୋଟା ଅଙ୍କ ଆୟ କରିବା ପାଇଁ ନୂଆ ଚାକିରି ମିଳିବ। ଚାକିରିରେ ଦରମା ବୃଦ୍ଧି ହୋଇପାରେ। ବାଣିଜ୍ୟ ବ୍ୟବସାୟରେ ଲାଭ ମିଳିବ। ପରିବାରର ଆର୍ଥିକ ସ୍ଥିତି ମଜବୁତ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ ରାଶି : ମିଥୁନ ରାଶିର ଜାତକଙ୍କ ପାଇଁ ମଧ୍ୟ ବେଶ୍‌ ଅନୁକୂଳ ରହିବ। ଅଳ୍ପ ଚେଷ୍ଟା କଲେ ବଡ ଲାଭ ମିଳିବ। କ୍ୟାରିଅରରେ କୌଣସି ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ଯାହା ଆପଣଙ୍କ ପାଇଁ ଫାଇଦାଯୁକ୍ତ ରହିବ।

horoscope1

କର୍କଟ ରାଶି : କର୍କଟ ରାଶି ଲୋକଙକ ପାଇଁ ଏହି ସମୟ ଭଲ ରହିବ। ଏହି ସମୟରେ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ପଦ, ପଇସା, ପ୍ରତିଷ୍ଠା ସବୁକିଛି ମିଳିବ। ବାକିଥିବା ପଇସା ମିଳିବ। ଅଟକି ପଡିଥିବା କାମ ହେବ। ନିବେଶରେ ଲାଭ ମିଳିବ।

କୁମ୍ଭ ରାଶି : ମୀନ ରାଶିରେ ଗୁରୁ ପ୍ରବେଶ କରିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହେବ। ବେପାରରେ ସଫଳତା ମିଳିବ। ଚାକିରିରେ ଲାଭ ହେବ। ନିବେଶରେ ଭଲ ରିଟର୍ଣ୍ଣ ମିଳିବ। ଆପଣଙ୍କୁ ଲୋକପ୍ରିୟତା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.